ETV Bharat / business

କର୍ପୋରେଟ ଜଗତକୁ ଆଶ୍ବସ୍ତି ଦେଲେ ସୁଧୁରିବ ଅର୍ଥନୀତି: ସୁବ୍ରମଣ୍ୟମ

ବଜେଟ ପରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମଙ୍କ ସହ ଇଟିଭି ଭାରତର ସାକ୍ଷାତକାର । କର୍ପୋରେଟ ଟିକସ ହ୍ରାସ ଦ୍ବାରା କିପରି ସୁଧୁରିବ ଅର୍ଥନୀତି? ଅର୍ଥବ୍ୟବସ୍ଥାକୁ ନେଇ କଣ ରହିଛି ତାଙ୍କର ମତ? ଶୁଣନ୍ତୁ ତାଙ୍କ ମୁହଁରୁ...

Giving relief to corporates is key for revival of economy
କର୍ପୋରେଟକୁ ଜଗତକୁ ଆଶ୍ବସ୍ତି ଦେଲେ ସୁଧୁରିବ ଅର୍ଥନୀତି
author img

By

Published : Feb 5, 2020, 4:17 PM IST

Updated : Feb 5, 2020, 7:42 PM IST

ନୂଆଦିଲ୍ଲୀ: ଏପ୍ରିଲ୍‌ ପହିଲାରୁ ଲାଗୁ ହେବାକୁ ଥିବା ବଜେଟ୍‌ ୨୦୨୦-୨୧ ଉପସ୍ଥାପନ ପରେ ବିଭିନ୍ନ କ୍ଷେତ୍ରରୁ ଏହାକୁ ସମାଲୋଚନା କରାଯାଉଛି । ମାନ୍ଦାବସ୍ଥାରେ ଥିବା ଅର୍ଥନୀତିକୁ ପୁନର୍ଜୀବନ ଦେବା ଲାଗି ସରକାର ନେଇଥିବା ପଦକ୍ଷେପ କିପରି ଭାବେ ଦେଶର ଉତ୍ପାଦନହାର(ଜିଡିପି) ଅଭିବୃଦ୍ଧିରେ ସହାୟକ ହେବ? ସେ ନେଇ ଅର୍ଥନୀତିକ ବିଷାରଦ ମତ ରଖୁଛନ୍ତି। ଏହି ସମୟରେ ଇଟିଭି ଭାରତ ପ୍ରତିନିଧିଙ୍କ ସହ ଭାରତ ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ସହ ସ୍ଵତନ୍ତ୍ର ଆଲୋଚନା କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...

yବଜେଟ ପରେ କେ.ଭି ସୁବ୍ରମଣ୍ୟମଙ୍କ ସହ ଇଟିଭି ଭାରତର ସାକ୍ଷାତକାର

ସାଧାରଣ ଜନତାଙ୍କ ଖର୍ଚ୍ଚ କମିବା ହେତୁ ଜିଡିପି ପ୍ରଭାବିତ ହୋଇଛି ଏବଂ ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ଅଧିକରୁ ଅଧିକ ନିବେଶ କରିବା ଦରକାର ବୋଲି କିଛି ଅର୍ଥନୀତିଜ୍ଞ ଯୁକ୍ତି ବାଢ଼ୁଛନ୍ତି। ଏହି କ୍ରମରେ ସରକାରୀ ସବ୍‌ସିଡି, ରିହାତି ଏବଂ ସହାୟତା ପାଇଁ ଯୋଜନା ପ୍ରଣୟନ କରାଯିବା ଅଧିକ ଆବଶ୍ୟକ ବୋଲି ଏହି ପକ୍ଷ ଦର୍ଶାଉଥିବା ବେଳେ ଦେଶର ଉତ୍ପାଦନ କ୍ଷେତ୍ରରେ ଅଧିକ ନିବେଶ କରିଲେ ଦେଶର ଅର୍ଥନୀତିରେ ସୁଧାର ଆସିପାରିବ ବୋଲି ଅନ୍ୟ ପକ୍ଷ ଯୁକ୍ତି ବାଢ଼ୁଛନ୍ତି। ଏହା ଭିତରେ ସରକାର କର୍ପୋରେଟ୍‌ କ୍ଷେତ୍ର ଦେଉଥିବା ଟିକସରେ ବଡ଼ ହ୍ରାସ ଘୋଷଣା କରିଛନ୍ତି। ଏହା ଦ୍ଵାରା କର୍ପୋରେଟ୍‌ କ୍ଷେତ୍ରକୁ ଆଶ୍ଵସ୍ତି ମିଳିବ ଏବଂ ଉତ୍ପାଦନ ବଢ଼ିବା ସହ ନିଯୁକ୍ତି ବୃଦ୍ଧି ପାଇବ ବୋଲି ସରକାର ଆଶା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତିକୁ ଅଯୌକ୍ତିକ ବୋଲି ଅନେକେ ସମାଲୋଚନା କରୁଛନ୍ତି।

ସୁବ୍ରମଣ୍ୟମ ଓ ଇଟିଭି ଭାରତ ପ୍ରତିନିଧିଙ୍କ ମଧ୍ୟରେ ବାର୍ତ୍ତାଳାପ...

ପ୍ରଶ୍ନ: ସାମ୍ପ୍ରତିକ ପରିସ୍ଥିତରେ ଭାରତର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଲାଗି ଆପଣ ଅନେକ ପ୍ରସ୍ତାବ ଦେଇଛନ୍ତି। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅର୍ଥନୀତିରେ ସୁଧାର ଆଣିବା ଲାଗି ସବୁଠାରୁ ବଡ଼ ରିହାତି କର୍ପୋରେଟ୍‌ କ୍ଷେତ୍ରକୁ ପ୍ରଦାନ କରାଯାଇଛି । ଯାହା ଦ୍ଵାରା କର୍ପୋରେଟ୍‌ ଟିକସ କାଟ୍‌ ହୋଇଛି। ହେଲେ କିଛି ସମାଲୋଚକଙ୍କ ମତରେ ସରକାର କର୍ପୋରେଟ୍‌ ଟିକସ କାଟ୍‌ ନକରି ଅଧିକରୁ ଅଧିକ ଟଙ୍କା ନିବେଶ ଲାଗି ବାଟ ଫିଟାଇବା ଆବଶ୍ୟକ ଥିଲା। ଯେମିତି ଏନ୍‌ଆର୍‌ଇଜିଏସ୍‌ରେ ଅଧିକ ନିବେଶ ଆବଶ୍ୟକ ଥିଲା। ଏହାଦ୍ଵାରା ଚାହିଦା କ୍ଷେତ୍ର ବୃଦ୍ଧି ପାଇବ ବୋଲି ଅନେକ ଆଶା କରିଥିଲେ। ହେଲେ ଦେଖିବାକୁ ଗଲେ ବିଗତ ବର୍ଷ ଆର୍ଥିକ ବଜେଟ୍‌ରେ ଏନ୍‌ଆରଇଜିଏସ୍‌ ଲାଗି ଯେତିକି ଅର୍ଥ ଆବଣ୍ଟନ କରାଯାଇଥିଲା ଆସନ୍ତା ଆର୍ଥିକ ବର୍ଷ ପାଇଁ ଘୋଷିତ ବଜେଟ୍‌ରେ ତାହା ହ୍ରାସ ପାଇଛି। ଏଣୁ ସରକାର କାହିଁକି ଗ୍ରାମାଞ୍ଚଳ ବା ସହରାଞ୍ଚଳ ଗରିବଙ୍କ ପାଇଁ ଅଧିକ ନିବେଶ କରୁନାହାଁନ୍ତି, ଯେଉଁମାନେ ପରବର୍ତ୍ତୀ ସମୟରେ ଉପଭୋକ୍ତା ହେବେ?

ଉତ୍ତର: ଏଠାରେ 2ଟି ବିଷୟ ଉପରେ ଜନସାଧାରଣତଃ ସ୍ପଷ୍ଟ ହେବା ଆବଶ୍ୟକ। ଗୋଟିଏ ହେଉଛି କର୍ପୋରେଟ୍‌ ଟିକସ ଏବଂ ବ୍ୟକ୍ତିଗତ ଟିକସ। ଏ ଦୁଇଟି ସମାନ ନୁହେଁ, ଅଲଗା ଅଲଗା। ବାସ୍ତବରେ କର୍ପୋରେଟ୍‌ ସେକ୍ଟର ଦୁଇଥାକିଆ ଟିକସ ଦେଇଥାଏ। ପ୍ରଥମଟି ହେଲା କର୍ପୋରେଟ୍‌ର ଲାଭାଂଶ ଉପରେ ଟିକସ। ଆଉ ଦ୍ଵିତୀୟଟି ଟିକସ ଦେବା ପରେ ଯେଉଁ ଲାଭାଂଶ ରାଶି ରହିଲା ସେଥିରୁ ଡିଭିଡେଣ୍ଟ ବା ଅଧିମୂଲ୍ୟୟନ ଅଂଶ। ଏଣୁ ଏ ପ୍ରସଙ୍ଗରେ ତୁଳନାତ୍ମକ ସମୀକ୍ଷା ଜରୁରୀ ନୁହେଁ କାରଣ ଆପଣ ଯାହାକୁ ତୁଳନା କରୁଛନ୍ତି ତାହା ଦ୍ୱୈତ ଟିକସ ପରିଧି ଭିତରେ ଆସୁଛି ଏବଂ ଅନ୍ୟ ପ୍ରସଙ୍ଗ ଅପେକ୍ଷା ଅଧିକ ବିରୂପିତ। ମୁଁ ଭାବୁଛି ଯେଉଁ ଅର୍ଥନୀତିଜ୍ଞ କର୍ପୋରେଟ୍‌ ଟିକସର ଏହି ଦିଗକୁ ବୁଝିଥିବେ ସେମାନେ କେବେ ଏ ବିଷୟରେ ତୁଳନା କରିବେ ନାହିଁ। ଅନ୍ୟପକ୍ଷରେ କର୍ପୋରେଟ୍‌ ମଧ୍ୟ ଘରୋଇ କ୍ଷେତ୍ରରେ ନିବେଶ କରନ୍ତି। ଗତବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟରେ ଏହା ବେଶ୍‌ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହା ଦର୍ଶାଇଛି ଯେ, ଅଭିବୃଦ୍ଧି ହେଉଛି ଚକ୍ର ଯାହା ନିବେଶରୁ ହିଁ ଆରମ୍ଭ ହୋଇଥାଏ। ଅନ୍ୟ ପ୍ରସଙ୍ଗଟି ଆପଣ ଯାହା ପଚାରିଛନ୍ତି ତାହା ହେଲା ବିକାଶର ଦୁଇଟି ଭିନ୍ନ ମାଧ୍ୟମ। ଗୋଟିଏ ନିବେଶ ଦ୍ଵାରା ହେଉଥିବା ବିକାଶ ଏବଂ ଅନ୍ୟଟି ଖର୍ଚ ଦ୍ଵାରା ହେଉଥିବା ବିକାଶ । ମୁଁ ସରଳ ଭାଷାରେ ଆପଣଙ୍କ ଏଥିଲାଗି ଏକ ଉଦାହରଣ ଉପସ୍ଥାପନ କରିବି- ମନେକରନ୍ତୁ ଆପଣଙ୍କ ଶରୀର ଅସୁସ୍ଥ ହୋଇଛି ଏବଂ ଆପଣ ଭଲ ହେବା ପାଇଁ ଔଷଧ ଖାଇବେ ।ଏଥିଲାଗି ଆପଣ ଷ୍ଟେରଏଡ୍‌ ବି ନେଇପାରିବେ। ଏହି ଷ୍ଟେରଏଡ୍‌ ଆପଣଙ୍କ ତୁରନ୍ତ ଭଲ କରିଦେଇପାରେ ହେଲେ ଭିତରେ ଭିତରେ ସମ୍ପୃକ୍ତ ରୋଗକୁ ଅଧିକ ବୃଦ୍ଧି କରିବ। ଏଣୁ ଆପଣ ଯେତେବେଳେ ଖର୍ଚ୍ଚକୁ ବୃଦ୍ଧି କରିବାକୁ ଚାହିଁବେ ତାହା ନିରନ୍ତର ରହିବ ନାହିଁ। ଆପଣ ଖର୍ଚ୍ଚ ପାଇଁ ଅର୍ଥ ଅନୁଦାନ ବନ୍ଦ କରିଦେଲେ ତାହା ପୁଣି ଖସି ଆସିବ। ଏଣୁ ଆପଣଙ୍କୁ ବିକାଶ ପଥକୁ ନିରନ୍ତର କରିବାକୁ ହେଲେ ନିବେଶ ବଢ଼ାଇବାକୁ ହେବ, ଆଉ କର୍ପୋରେଟ୍‌ ଟିକସ ଛାଡ଼ ଏହାର ଏକ ଉଦାହରଣ।

ପ୍ରଶ୍ନ: ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ଗ୍ରାମାଞ୍ଚଳର ଆୟ ବଢ଼ୁ ନଥିବା ନେଇ ଅନେକ ଉଦ୍‌ବେଗ ପ୍ରକାଶ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଏହି ବଜେଟ୍‌ ଆୟ ବୃଦ୍ଧିରେ ସହାୟକ ହେବ କି?

ଉତ୍ତର: ଆପଣ ଯାହା ପଚାରିଛନ୍ତି ତାହା ଗ୍ରାମାଞ୍ଚଳ ଅର୍ଥନୀତିକୁ କେନ୍ଦ୍ର କରୁଛି। ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍‌ ଅଭିଭାଷଣରେ ୧୬ଟି ପ୍ରସଙ୍ଗ ଏ ବାବଦରେ ଉଲ୍ଲେଖ କରିଛନ୍ତି। ଯେଉଁଥିଲାଗି ବଜେଟ୍‌ ଆବଣ୍ଟନ ରହିଛି ୨.୮୩ ଲକ୍ଷ କୋଟି ଟଙ୍କା। କୃଷି ଓ ତତ୍‌ସଂଲଗ୍ନ ବ୍ୟାପାର ଏବଂ ଗ୍ରାମ୍ୟ ଉନ୍ନୟନ ବାବଦରେ ମଧ୍ୟ ବେଶ୍‌ ଭଲ ଅର୍ଥ ଆବଣ୍ଟନ କରାଯାଇଛି। ଏ ପ୍ରସଙ୍ଗରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଆଉ ସହରାଞ୍ଚଳରେ ମୁଦ୍ରାସ୍ଫୀତିକୁ ଭିନ୍ନ ଭିନ୍ନ ଭାବେ ଆଲୋଚନା ଏବଂ ତୁଳନା କରିବାକୁ ହେବ। ଅର୍ଥନୀତିକ ସର୍ଭେ ରିପୋର୍ଟରୁ ଆମେ ଜାଣିଛୁ ଯେ, ଗ୍ରମାଞ୍ଚଳ ମୁଦ୍ରାସ୍ଫୀତି ସେମିତି ସ୍ଥିର ରହି ଆସିଛି । ଯେଉଁଠାରେ ଗ୍ରାମାଞ୍ଚଳର ଆୟ ବଢ଼ୁ ନାହିଁ। ଏଣୁ ବଜେଟ୍‌ରେ ଘୋଷଣା କରାଯାଇଥିବା ବ୍ୟବସ୍ଥା ଯଥେଷ୍ଟ ସହାୟକ ହେବ।

ପ୍ରଶ୍ନ: କିନ୍ତୁ ଏନ୍‌ଆର୍‌ଇଜିଏସ୍‌ ପାଇଁ ଅନୁଦାନ କମ୍‌ କରାଯିବା ଜରୁରୀ ଥିଲା କି?

ଉତ୍ତର: ଏନ୍‌ଆର୍‌ଇଜିଏସ୍‌ ପ୍ରସଙ୍ଗରେ ବୁଝିବା ପୂର୍ବରୁ ଏହା ବୁଝିବା ଦରକାର ଦରକାର ଯେ, ଆପଣ ସମ୍ପତ୍ତି ସୃଷ୍ଟି ପାଇଁ ଦେଉଥିବା ଅର୍ଥ ଏବଂ କେବଳ ଖର୍ଚ୍ଚ କରିବାକୁ ଦେଉଥିବା ଅର୍ଥ ଭିତରେ ପ୍ରଭେଦ କ’ଣ? ଏ ଦୁଇଟି ଭିତରେ ଅନେକ ବିଭେଦ ରହିଛି। ଉଦାହରଣ ସ୍ଵରୂପ ଆପଣ ପ୍ରଧାନମନ୍ତ୍ରୀ କିସାନ୍‌ ଯୋଜନାରେ ଦିଆଯାଉଥିବା ସାହାଯ୍ୟ କଥା ଦେଖନ୍ତୁ। ଏଠାରେ କୃଷକ ଚାଷ ପାଇଁ ଯେଉଁ ଖର୍ଚ୍ଚ କରୁଛି ସେଥିରେ ସବ୍‌ସିଡି ଦେବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ଅର୍ଥାତ୍‌ ଉତ୍ପାଦନ ବଢ଼ାଇବାକୁ ଚାଷୀକୁ ପ୍ରୋତ୍ସାହନ ଦିଆଯାଉଛି। ଏଣୁ ଏହା ଏମ୍‌ଏନ୍‌ଆରଇଜିଏସ୍‌ଠାରୁ ଅଧିକ ପ୍ରଭାବଶାଳୀ ହୋଇପାରିଛି। ଏଣୁ ଯେଉଁଠାରେ ଖର୍ଚ୍ଚ ଦ୍ଵାରା ଉତ୍ପାଦନ ବଢ଼ିବା ଆଶା ରହିଛି ସେଠାରେ ନିବେଶ କରିବା କେବଳ ଖର୍ଚ୍ଚ ବଢ଼ାଇବା ପାଇଁ ନିବେଶ କରିବାଠୁ ଯଥେଷ୍ଟ ଭଲ। ଏହା ହିଁ ଏହି ବଜେଟ୍‌ରେ ଚେଷ୍ଟା କରାଯାଇଛି।

ବ୍ୟୁରୋ ଇନପୁଟ୍‌, ଇଟିଭି ଭାରତ

Intro:Body:

blank

Conclusion:
Last Updated : Feb 5, 2020, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.