ETV Bharat / business

ଲକଡାଉନ ଚଡକ: 60 ପ୍ରତିଶତ ଫଳ ବ୍ୟବସାୟ ଠପ

ହେଲେ ହୋଲସେଲ ମଣ୍ଡିରେ ଫଳ ଚାହିଦା ହ୍ରାସ ଯୋଗୁଁ ବ୍ୟବସାୟୀ ଏହାର ଯୋଗାଣ ହ୍ରାସ କରିଦେଇଛନ୍ତି । ଗତ 15 ଦିନରେ ଫଳ କାରବାର ପାଖପାଖି 60 ପ୍ରତିଶତ ହ୍ରାସ ପାଇଛି ।

fruit business reduced by 60 percent after lockdown
ଲକଡାଉନ ଚଡକ : 60 ପ୍ରତିଶତ ଫଳ ବ୍ୟବସାୟ ଠପ
author img

By

Published : Apr 6, 2020, 6:13 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ଲକଡାଉନ ପାଇଁ ଫଳ ବ୍ୟବସାୟ ଏକଦମ ଠପ । କେବଳ ଫଳ କାହିଁକି ପନିପରିବା ବିକ୍ରି ବି ହ୍ରାସ ପାଇଛି ।

ଲକଡାଉନ ମଧ୍ୟରେ ବି ଫଳ-ପନିପରିବା ସମେତ ତମାମ ଅତ୍ୟାବଶ୍ୟକ ଖାଦ୍ୟ-ସାମଗ୍ରୀ ଯୋଗାଣ ଜାରି ପାଇଁ ଅନୁମତି ଦିଆଯାଉଛି । ହେଲେ ହୋଲସେଲ ମଣ୍ଡିରେ ଫଳ ଚାହିଦା ହ୍ରାସ ଯୋଗୁଁ ବ୍ୟବସାୟୀ ଏହାର ଯୋଗାଣ ହ୍ରାସ କରିଦେଇଛନ୍ତି । ଯେଉଁଥିପାଇଁ ଗତ 15 ଦିନରେ ଫଳ କାରବାର ପାଖପାଖୀ 60 ପ୍ରତିଶତ ହ୍ରାସ ପାଇଛି ।

ଚାମ୍ବର ଅଫ ଆଜାଦପୁର ଫ୍ରୁଟ ଆଣ୍ଡ ଭେଜିଟେବଲ ଆସୋସିଏସର ସଭାପତି ଏମ.ଆର କୃପାଳାନୀ କହିଛନ୍ତି ଯେ, ଲକଡାଉନ ଯୋଗୁଁ ଲୋକେ ଘରେ ରହୁଛନ୍ତି । ଏଥିଯୋଗୁଁ ଫଳର କ୍ରୟ ବି କମ ହେଉଛି । ତେବେ ଯଦିଓ ପନିପରିବା ଦମରେ ଏତେଟା ଫରକ ଦେଖିବାକୁ ମିଳିନି, ହେଲେ ଫଳ ଚାହିଦା ହ୍ରାସ ଯୋଗୁଁ ଉତ୍ପାଦ ଓ କୃଷକଙ୍କ ଠାରୁ କାରବାରୀ ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳା ବିଗିଡିଯାଇଛି ।

ଫଳର ଆମଦାନୀ ମଧ୍ୟ ଏକ ରେକର୍ଡ ଅଛି । ଆଜାଦପୁର ମଣ୍ଡି ଏପିଏମସିରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁଠାରେ ସେଓ 1000 ଟନରୁ ଅଧିକ ଆସୁଥିଲା, ଶନିବାର ଏହାର ମାତ୍ର 132 ଟନ୍ ଥିଲା । ସେହିଭଳି କମଳା ମଧ୍ୟ ପୂର୍ବରୁ ଦୈନିକ 1,100-1,200 ଟନ୍ ଆସୁଥିଲାବେଳେ ଶନିବାର ଏହାର ମାତ୍ର 320 ଟନ୍ ଥିଲା ।

ତେବେ କୃପଳାନୀ କହିଛନ୍ତି ଯେ, ମଣ୍ଡିର ବର୍ତ୍ତମାନ ଚାହିଦାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି କି, ବର୍ତ୍ତମାନ ଜଣେ ଏଜେଣ୍ଟ କେବଳ ଗୋଟି ଏଟ୍ରକ ମାଲ ଆଣିବ । ଯେପରି ମଣ୍ଡିକେ ଜାମ ହେବ ନାହିଁ ଏଥିସହ ସାମାଜିକ ଦୂରତ୍ବ ବଜାୟ ରହିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.