ETV Bharat / business

ଦେଶରେ ଆର୍ଥିକ ମାନ୍ଦାବସ୍ଥାର କୌଣସି ବିପଦ ନାହିଁ: ଅର୍ଥମନ୍ତ୍ରୀ

author img

By

Published : Nov 27, 2019, 8:56 PM IST

ୟୁପିଏ କାଳକୁ ଦେଖିବାକୁ ଗଲେ ଏନଡିଏର ଉପଲବ୍ଧି ଅଧିକ ରହିଛି । ଏବେ ଦେଶର ଅର୍ଥବ୍ୟବସ୍ଥା ଯଦିଓ ଧିମେଇପଡିଛି, ହେଲେ ମାନ୍ଦାବସ୍ଥାର କୌଣସି ପ୍ରଭାବ ନାହିଁ ବୋଲି ରାଜ୍ୟସଭାରେ ଅର୍ଥମନ୍ତ୍ରୀ କହିଛନ୍ତି ।

FM says no recession in Indian economy
ଦେଶରେ ଆର୍ଥିକ ମାନ୍ଦାବସ୍ଥା ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଯଦିଓ ଭାରତୀୟ ଅର୍ଥବ୍ୟବସ୍ଥା ଧିମା ପଡିଛି, ହେଲେ ମାନ୍ଦାବସ୍ଥାର କୌଣସି ବିପଦ ନାହିଁ । ବୁଧବାର ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟସଭାରେ ଦେଶର ଆର୍ଥିକ ସ୍ଥିତି ନେଇ ଅର୍ଥମନ୍ତ୍ରୀ କହିଛନ୍ତି, 2009ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବଧୀନ ୟୁପିଏ-2 ଶାସନର 5 ବର୍ଷର ସଂଖ୍ୟା ତୁଳନାରେ ଏନଡିଏର ପ୍ରଥମ କାର୍ଯ୍ୟକାଳରେ ମୁଦ୍ରାସ୍ପିତି କମିଛି । ଏଥିସହ ଏହି 5 ବର୍ଷରେ(2014-15) ବିକାଶ ମଧ୍ୟ ବଢିଛି ।

ୟୁପିଏ ଶାସନ ଶେଷରେ ଭାରତର ବାସ୍ତବ ଘରୋଇ ଉତ୍ପାଦ (ଜିଡିପି) 6.4 ପ୍ରତିଶତକୁ ବଢିଛି । ଯେତେବେଳେ କି 2014-19 ମୋଦି ସରକାରଙ୍କ ପ୍ରଥମ ଇଂନିସ ଶେଷରେ ଏହା 7.5 ପ୍ରତିଶତ ଥିଲା । ସେହିଭଳି ଏହି ସମୟରେ ଏଫଡିଆଇ ପ୍ରବାହରେ 283.9 ବିଲିୟନ ଆମେରିକୀୟ ଡଲାର ଅଛି । ଯାହା ୟୁପିଏ କାଳରେ ମାତ୍ର 189.5 ବିଲିଅନ ଡଲାର ଥିଲା । ଅର୍ଥମନ୍ତ୍ରୀ ଏ ସମ୍ବନ୍ଧରେ ରାଜ୍ୟସଭାରେ ସମସ୍ତ ତଥ୍ୟ ରଖିଛନ୍ତି ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.