ETV Bharat / business

ପେନସନ ପାଣ୍ଠିରେ ଚୀନ ନିବେଶ ଉପରେ ଲାଗିବ ପ୍ରତିବନ୍ଧକ !

ପେନସନ ପାଣ୍ଠିରେ ଭାରତ ସୀମାବର୍ତ୍ତୀ ଦେଶର ପୁଞ୍ଜି ନିବେଶ ଉପରେ ପ୍ରତିବନ୍ଧକ କଲାଇବାକୁ ପ୍ରସ୍ତାବ ଦେଇଛି ଅର୍ଥମନ୍ତ୍ରଣାଳୟ । ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ଅର୍ଥମନ୍ତ୍ରାଳୟ ଏହି ପ୍ରସ୍ତାବ ଦେଇଛି । ଅଧିକ ପଢନ୍ତୁ..

author img

By

Published : Jun 20, 2020, 3:31 PM IST

FinMin proposes restrictions on foreign investment in pension funds
ପେନସନ ପାଣ୍ଠିରେ ଚୀନର ନିବେଶ ଉପରେ ଲାଗିବ ପ୍ରତିବନ୍ଧକ !

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ଅର୍ଥମନ୍ତ୍ରାଳୟ ଗ୍ରହଣ କରିଛି କଠୋର ପଦକ୍ଷେପ । ପେନସନ ପାଣ୍ଠିରେ ଚୀନ ସମେତ ଭାରତ ସୀମାବର୍ତ୍ତୀ ଯେକୌଣସି ଦେଶରୁ ବିଦେଶୀ ନିବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛି ମନ୍ତ୍ରଣାଳୟ ।

ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA)ର ନିୟମ ଅନୁଯାୟୀ ପେନସନ ପାଣ୍ଠିରେ ସ୍ୱୟଂଚାଳିତ ମାର୍ଗ ଦ୍ୱାରା 49 ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ରହିଛି ।

ଏହି ପରିପ୍ରେକ୍ଷୀରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, "ଚୀନ ସମେତ ଭାରତ ସୀମାବର୍ତ୍ତୀ ଦେଶର ଯେକୌଣସି ନିବେଶ ୟୁନିଟ କିମ୍ବା ବ୍ୟକ୍ତି ବିଶେଷଙ୍କ ନିବେଶ ପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ । ସମୟ ସମୟରେ ଜାରି ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ନିବେଶ) ନୀତିର ପ୍ରଯୁଜ୍ୟ ବ୍ୟବସ୍ଥା ଏଭଳି ମାମଲାରେ ପ୍ରଯୁଜ୍ୟ ହେବ ।

ଏନେଇ ସମ୍ପୁକୃ ପକ୍ଷଙ୍କଠାରୁ ମତାମତ ନିଆଯାଇଛି । ଏହି ଦେଶଗୁଡିକରୁ ଯେକୌଣସି ବିଦେଶୀ ନିବେଶ ସରକାରଙ୍କ ଗ୍ରୀନ ସିଗନାଲ ମିଳିବା ଉପରେ ନିର୍ଭର କରିବ । ଏହି ପ୍ରତିବନ୍ଧକ ଭାରତ ସରକାରଙ୍କ ବିଜ୍ଞପ୍ତି ଜାରି ତାରିଖ ଠାରୁ ଲାଗୁ ହେବ ।

ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ଅର୍ଥମନ୍ତ୍ରାଳୟ ଏହି ପ୍ରସ୍ତାବ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.