ETV Bharat / business

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି - ITR filing

ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଡିସେମ୍ବର 31କୁ ବୃଦ୍ଧି । 2019-20 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି
ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି
author img

By

Published : Oct 30, 2020, 9:06 PM IST

ନୂଆଦିଲ୍ଲୀ: କରଦାତାଙ୍କୁ ଆଶ୍ବସ୍ତି ! ଆର୍ଥିକ ବର୍ଷ 2019-20ର ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ 2020 ଡିସେମ୍ବର 31 କୁ ବଢାଇଲେ ସରକାର । ଶୁକ୍ରବାର ଏ ନେଇ ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରି ସୂଚିତ କରାଯାଇଛି ।

ଅଧିସୂଚନା ମୁତାବକ ବ୍ୟକ୍ତିଗତ ଆୟକରଦାତା ଡିସେମ୍ବର 31 ଯାଏଁ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ସେହିପରି ଯେଉଁ ଲୋକମାନେ ଅଡିଟ କରିବା ପରେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି , ସେମାନଙ୍କ ପାଇଁ ଏହି ଅବଧି 2021 ଜାନୁଆରୀ 31 ଯାଏଁ ରହିବ ।

ନାଙ୍ଗିଆ ଆଣ୍ଡରସନ LLP ରେ ସହକାରୀ ସନ୍ଦୀପ ଝୁନଝୁନୱାଲ କହିଛନ୍ତି ଯେ, ସରକାର ଆୟକର ରିଟର୍ଣ୍ଣ ଓ ଅଡିଟ ରିପୋର୍ଟ ଦାଖଲ କରିବାର ଅନ୍ତିମ ତାରିଖ ବଢାଇଛନ୍ତି । କିନ୍ତୁ ଏବେ ଏ ନେଇ ଅସ୍ପଷ୍ଟତା ରହିଛି କି, କଣ ଏହି ରିଲିଫ ସେହି କର୍ପୋରେଟ କରଦାତାଙ୍କ ପାଇଁ ଉପଲବ୍ଧ , ଯାହାର କର ଅଡିଟ ହୋଇଥାଏ ।

କୋଭିଡ-19 କାଳରେ କରଦାତାଙ୍କୁ ରିଲିଫ ଦେବା ପାଇଁ ସରକାର ମେ ମାସ ପରେ ବାରମ୍ବାର ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ଆଗକୁ ବଢାଉଛନ୍ତି । ପୂର୍ବରୁ ସରକାର ଏହାକୁ ଜୁଲାଇ 31 ପରେ ନଭେମ୍ବର 30 ଯାଏଁ ବଢାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.