ETV Bharat / business

ପୁଣି ବ୍ୟାଙ୍କ ମୁଖ୍ୟଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ

ବ୍ୟାଙ୍କକୁ ବୁଷ୍ଟର ଦେବାକୁ ଅର୍ଥମନ୍ତ୍ରୀଙ୍କ ତୁହାକୁ ତୁହା ବୈଠକ । ତୃଣମୂଳସ୍ତରରେ ଲୋକେ ଯେପରି ବ୍ୟାଙ୍କ ସୁବିଧା ପାଇବେ ସେ ନେଇ ସରକାରଙ୍କ ଋଣ ମେଳାର ପ୍ରଥମ ପର୍ଯ୍ୟାୟର ଫଳାଫଳ ସମୀକ୍ଷା କରିବେ ଅର୍ଥମନ୍ତ୍ରୀ ।

author img

By

Published : Oct 10, 2019, 1:11 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କିପରି ରହିଛି ବ୍ୟାଙ୍କର ସ୍ଥିତି? ସରକାରଙ୍କ ନୂଆ ନିଷ୍ପତ୍ତି ପରେ କେତେ ସୁଧୁରିଛି ପରିସ୍ଥିତି? ବ୍ୟାଙ୍କର ଋଣ କ୍ଷମତା କେତେ ପରିମାଣରେ ବଢିଛି ? କେଉଁ ପ୍ରକାର ସମସ୍ୟା ରହିଛି ? ଏ ସମସ୍ତ ବିଷୟରେ ଆସନ୍ତା 14ରେ ରାଷ୍ଟ୍ରାୟତ ବ୍ୟାଙ୍କର ସିଇଓଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥିସହ ଋଣ ଭାରରେ ବୁଡିଥିବା ଅଣ ବ୍ୟାଙ୍କିଂ ଆର୍ଥିକ ସଂସ୍ଥାନ(ଏନବିଏଫସି) ଓ ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମଏସଇ)କୁ ପୁଞ୍ଜି ପ୍ରଦାନ ନେଇ ବୈଠକରେ ସମୀକ୍ଷା ହେବ ବୋଲି ଆଶା ରହିଛି । ଏହା ବ୍ୟତୀତ ସମଗ୍ର ଦେଶର 250 ଜିଲ୍ଲାର ଗ୍ରାହକ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କିଂ ସୁବିଧା କେତେ ପରିମାଣରେ ପହଞ୍ଚିଛି । ତାର ପ୍ରଥମ ପର୍ଯ୍ୟୟର ପ୍ରଗତି ରିପୋର୍ଟର ସମୀକ୍ଷା କରାଯିବ।

ଦେଶର ଆର୍ଥିକ ସଂସ୍ଥାନକୁ ସୁଦୃଢ କରିବାକୁ ଲଗାତାର ଅର୍ଥମନ୍ତ୍ରୀ ବ୍ୟାଙ୍କ ପ୍ରମୁଖଙ୍କ ସହ ବୈଠକ କରୁଛନ୍ତି । ଗୋଟିଏ ମାସରେ ଏହା ତାଙ୍କର ଦ୍ବିତୀୟ ବୈଠକ ।

କୃଷି, ଯାନବାହନ, ଗୃହ, ଏମଏସଇ, ଶିକ୍ଷା ଓ ବ୍ୟକ୍ତିଗତ କ୍ଷେତ୍ରରେ ଋଣ ଯୋଗାଇବା ପାଇଁ ‘ଋଣ ମେଳା’ର ପ୍ରଥର ପର୍ଯ୍ୟାୟ ଗତ 7ରେ ଶେଷ ହୋଇଥିଲା । ଏହାର ଦ୍ବିତୀୟ ପର୍ଯ୍ୟାୟ ଦୀପାବଳି ପୂର୍ବରୁ (21ରୁ 24ତାରିଖ ) 150 ଜିଲ୍ଲାରେ କରାଯିବ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.