ETV Bharat / business

କୋଭିଡ-19: 10,779 କୋଟି ଟଙ୍କା ରିଫଣ୍ଡ ମଞ୍ଜୁର କଲା ରାଜସ୍ବ ବିଭାଗ - ଲକଡାଉନରେ କର ବିଭାଗ

କୋରୋନା ସଙ୍କଟ ସମୟରେ ଜିଏସଟି ଟିକସଦାତାଙ୍କୁ ସହାୟତା କରିବାକୁ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଅଧିକ ପଢନ୍ତୁ..

covid-19 tax department clears refunds worth rs 10779 crore
କୋଭିଡ-19: 10,779 କୋଟି ଟଙ୍କା ରିଫଣ୍ଡ ମଞ୍ଜୁର କଲା କର ବିଭାଗ
author img

By

Published : Apr 18, 2020, 10:21 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହଯୋଗ କରିବା ପାଇଁ ରାଜସ୍ୱ ବିଭାଗ ମାର୍ଚ୍ଚ 30 ରୁ 10,779 କୋଟି ଟଙ୍କାର ଟ୍ୟାକ୍ସ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିଛି । ଏହା ଦ୍ବାରା ବ୍ୟବସାୟ ସମୁଦାୟ ବିଶେଷ କରି ଏମଏସଇ କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟ ଉପକୃତ ହେବ ।

କେନ୍ଦ୍ରୀୟ ବୋର୍ଡ ଅଫ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ମାର୍ଚ୍ଚ 30 ଠାରୁ 5,575 କୋଟି ଟଙ୍କାର 12,923 ଦାବି ପ୍ରକ୍ରିୟାକରଣ କରିଛି । ସେହିପରି କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଏପ୍ରିଲ 8 ସୁଦ୍ଧା 5,204 କୋଟି ଟଙ୍କା ରିଫଣ୍ଡ କରିସାରିଛି ।

ବୋର୍ଡ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ବର୍ତ୍ତମାନର ସଙ୍କଟ ପରିସ୍ଥିତିରେ ଜିଏସଟି ଟିକସଦାତାଙ୍କୁ ସହାୟତା କରିବାକୁ ସିବିଆଇସି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଗତ ସପ୍ତାହରେ 3,854 କୋଟି ଟଙ୍କା ପ୍ରସ୍ତାବ ଦେଇଛି ସିବିଆଇସି ।

ସିବିଆଇସି ଏହା ମଧ୍ୟ କହିଛି ଯେ ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏଚଏସଏଲ ଏବଂ SAC କୋଡଗୁଡିକ ହାର୍ମୋନାଇଜଡ ସିଷ୍ଟମକୁ ପ୍ରଶ୍ନ କରିବା ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କହିଛି ଯେ, ଏପ୍ରିଲ 8 ପର୍ଯ୍ୟନ୍ତ ପ୍ରାୟ 8.2 ଲକ୍ଷ କ୍ଷୁଦ୍ର ବ୍ୟବସାୟ ପାଇଁ ସେ 5,204 କୋଟି ଟଙ୍କା ଆୟକର ରିଫଣ୍ଡ ପ୍ରଦାନ କରିଛି । ଏହି ରିଫଣ୍ଡ ଗୁଡିକ ମାଲିକାନା ସଂସ୍ଥା, ସହଭାଗିତା ସଂସ୍ଥା, କର୍ପୋରେଟ୍ ଏବଂ ଟ୍ରଷ୍ଟ ଭଳି କ୍ଷୁଦ୍ର ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.