ETV Bharat / business

ଲକଡାଉନ: ଶ୍ରମିକ ଅଭାବରୁ ଖାଇବା ତେଲ ଉତ୍ପାଦନ 40% ହ୍ରାସ - cooking oil production down

କୋଭିଡ -19 କୁ ନିୟନ୍ତ୍ରଣ ପାଇଁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କାଫେଟେରିଆ ବନ୍ଦ ରହିଛି । ଯାହା ଦ୍ବାରା ଖାଇବା ତେଲ ବିକ୍ରିରେ 25 ପ୍ରତିଶତ ହ୍ରାସ ହୋଇଥିଲା ବେଳେ ଶ୍ରମିକ ଅଭାବରୁ 40 ପ୍ରତିଶତ ଉତ୍ପାଦନ କମିଛି । ଅଧିକ ପଢନ୍ତୁ..

cooking oil production down 40 percent adani wilmar
ଲକଡାଉନ : ଶ୍ରମିକ ଅଭାବରୁ ଖାଦ୍ୟ ତେଲ ଉତ୍ପାଦନ 40 ପ୍ରତିଶତ ହ୍ରାସ
author img

By

Published : Apr 11, 2020, 8:55 PM IST

Updated : Apr 11, 2020, 10:04 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ବନ୍ଦ ରହିଛି କାମ । ଫଳରେ ଶ୍ରମିକଙ୍କ ଅଭାବ ଯୋଗୁଁ 40 ପ୍ରତିଶତ ହ୍ରାସ ପାଇଛି ଖାଦ୍ୟ ତେଲ ଉତ୍ପାଦନ । ଯେଉଁଥିପାଇଁ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କମିଛି । ଫର୍ଚୁନ୍ ବ୍ରାଣ୍ଡ ଖାଇବା ତୈଳ କମ୍ପାନ, ଆଦାନୀ ୱିଲମର ଶନିବା ଏ ନେଇ ଚିନ୍ତା ଦର୍ଶାଇଛନ୍ତି ।

ଆଦାନୀ ୱିଲମାର ଡେପୁଟି ସିଇଓ ଅଙ୍ଗସୁ ମଲ୍ଲିକ କହିଛନ୍ତି ଯେ କୋଭିଡ -19 କୁ ନିୟନ୍ତ୍ରଣ ପାଇଁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କାଫେଟେରିଆ ବନ୍ଦ ରହିଛି । ଯାହା ଦ୍ବାରା ଖାଇବା ତେଲ ବିକ୍ରିରେ 25 ପ୍ରତିଶତ ହ୍ରାସ ଘଟିଛି। ପ୍ୟାକେଡ ଖାଦ୍ୟ ତେଲ ବିଭାଗରେ, ଆଦାନୀ ୱିଲମର 20 ପ୍ରତିଶତ ବଜାର ଅଂଶ ସହିତ ଅଗ୍ରଣୀ କମ୍ପାନୀ । ମଲ୍ଲିକ ସୂଚନା ଦେଇଛନ୍ତି ଯେ, ‘‘ଆମେ ପ୍ରତିଦିନ ପାଖାପାଖୀ 8,000 ଟନ ଖାଦ୍ୟ ତୈଳ ପ୍ରକ୍ରିୟାକରଣ ଏବଂ ଉତ୍ପାଦନ କରିଥାଉ । ହେଲେ ଶ୍ରମିକ ଅଭାବ ହେତୁ ଉତ୍ପାଦନ ପ୍ରାୟ 40 ପ୍ରତିଶତ ହ୍ରାସ ପାଇଛି। ”

ଲକଡାଉନ ଯୋଗୁଁ ବହୁ ସଂଖ୍ୟାରେ ପ୍ରବାଶୀ ଶ୍ରମିକ ନିଜ ଗାଁକୁ ଫେରି ଯାଇଛନ୍ତି । ଯେତେବେଳେ କି ସ୍ଥାୟୀ ଶ୍ରମିକ ମଧ୍ୟ ସଂକ୍ରମଣ ଭୟରେ କାମ କରିବାକୁ ପ୍ରସ୍ତୁତ ନାହାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ପାଖାପାୀ 25 ପ୍ରକ୍ରିୟାକରଣ ପ୍ଲାଣ୍ଟ ଥିବା କମ୍ପାନୀ, ଟ୍ରକ ମାଧ୍ୟମରେ ଖାଦ୍ୟ ତୈଳ ପରିବହନ କୁଛନ୍ତି । କାରଣ ଟ୍ରେନରେ ମାଲ ପଠାଇବାକୁ ଅଧିକ ଶ୍ରମିକଙ୍କ ଆବଶ୍ୟତା ରହିଛି । ଏପଟେ ଉପଭୋକ୍ତାଙ୍କ ଆୟ ବି ଏତେଟା ନଥିବାକୁ ଚାହିଦା ମଧ୍ୟ 25 ପ୍ରତିଶତ କମିଛି ।

Last Updated : Apr 11, 2020, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.