ETV Bharat / business

‘RCEP ରେ ଭାରତ ସାମିଲ ହୋଇଥିଲେ ବେପାର ବଢିଥାନ୍ତା’ - india rcep

ଆଞ୍ଚଳିକ ବ୍ୟାପକ ଆର୍ଥିକ ସହଯୋଗିତା(ଆରସିଇପି)ରେ ସାମିଲ ନେଇ ନୀତି ଆୟୋଗର ପୂର୍ବ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆଙ୍କ ହଁ । ଆରସିଇପି ଏକ ବଡ ଟ୍ରେଡିଙ୍ଗ ଗ୍ରୁପ । ଏଥିରେ ସାମିଲ ରହିଥିଲେ ଦେଶର ବ୍ୟପାର ବଢିଥାନ୍ତା ବୋଲି କହିଛନ୍ତି ପାନାଗରିଆ ।

ନୀତି ଆୟୋଗର ପୂର୍ବ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆ
author img

By

Published : Nov 12, 2019, 3:35 AM IST

ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟାପକ ଆର୍ଥିକ ସହଯୋଗୀତା(ଆରସିଇପି) ରାଜିନାମାରେ ଭାରତର ସାମିଲ ହେବା ଦରକାର ଥିଲା । ଏହାଦ୍ବାରା ଦେଶର ବ୍ୟାପାର ନୀତି ବ୍ୟବସ୍ଥା ଆହୁରି ମଜବୁତ ହେବା ସହ ରପ୍ତାନୀକୁ ପ୍ରୋତ୍ସାହନ ମିଳିବ । ଏଭଳି ଟିପ୍ପଣୀ ଦେଇ ଚର୍ଚ୍ଚାରେ ନୀତି ଆୟୋଗର ପୂର୍ବ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆ ।

ନିକଟରେ ଆରସିଇପି ଶିଖର ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ପକ୍ଷରୁ ବିଭିନ୍ନ ଯୁକ୍ତି ଉପସ୍ଥାନ କରି ଆରସିଇପିକୁ ନା କହିଥିଲେ । ହେଲେ ଏପଟେ କିନ୍ତୁ ନୀତି ଆୟୋଗର ପୂର୍ବ ଉପାଧକ୍ଷ କିଛି ଭିନ୍ନ ମତ ଉପସ୍ଥାପନ କରି ଅର୍ଥବ୍ୟବସ୍ଥା ବଢାଇବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଆରସିଇପି ଏକ ବଡ ଟ୍ରେଡିଙ୍ଗ ଗ୍ରୁପ । ଏପରି ସ୍ଥିତିରେ ଯଦି ଭାରତ ଏଥିରୁ ଅଲଗା ରହିବ ତେବେ ଏଥିପାଇଁ ବହୁ କ୍ଷତି ମଧ୍ୟ ସହିବାକୁ ପଡିପାରେ । ପରେ ଏହି 15ଟି ଦେଶକୁ ରପ୍ତାନୀ କରିବା ଦ୍ବାରା ଅଧିକ ଟାରିଫ ମଧ୍ୟ ଗଣିବାକୁ ହେବ ।

ସେହିପରି ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପାନାଗରିଆ ନିଜ ମତ ରଖିଛନ୍ତି । ଦେଶର ଅଭିବୃଦ୍ଧି ହ୍ରାସ ପାଉଥିବାର ପ୍ରଥମ କାରଣ ହେଉଛି ବ୍ୟାଙ୍କରେ ଫସିଥିବା ଋଣ ଓ ଏହାର ଆଦାୟ ନେଇ ଚାଲିଥିବା ପ୍ରକ୍ରିୟା । ମାତ୍ରାଧିକ ଅନାଦେୟ ଋଣର ନକରାତ୍ମକ ପ୍ରଭାବ ଆର୍ଥିକ ବଜାର ଉପରେ ପଡୁଛି । ଯେଉଁଥିପାଇଁ ନେଣଦେଣରେ ମନ୍ଥର ଦେଖାଦେଉଛି । ସେପଟେ କର୍ପୋରେଟସର ମଧ୍ୟ ବାଲାନ୍ସ ସିଟ ଟଳମଳ ଅବସ୍ଥା ଏ ସବୁ ଭିତରେ ବ୍ୟାଙ୍କ ପୂର୍ବ ଅପେକ୍ଷା ଏବେ ଋଣ ଦେବାକୁ ଅଧିକ ସତର୍କତା ଅବଲମ୍ବନ କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.