ETV Bharat / business

41 ନୁହେଁ 38 ବାଣିଜ୍ୟିକ ଖଣି ନିଲାମ ହେବ

author img

By

Published : Sep 4, 2020, 12:21 PM IST

ଘରୋଇ କମ୍ପାନୀଙ୍କ ପାଇଁ ସୂଚୀ ପ୍ରସ୍ତୁତ ହୋଇଥିବା 41 ନିଲାମ ଖଣିରେ ସଂଶୋଧନ କରିଛି ବିଭାଗୀୟ ମନ୍ତ୍ରାଳୟ । ଏଥିରୁ କିଛି କୋଇଲା ବ୍ଲକକୁ ବାଦ ଦିଆଯାଇ ଏବେ 38 କରାଯାଇଛି ।

41 ନୁହେଁ 38 ବାଣିଜ୍ୟିକ ଖଣି ନିଲାମ ହେବ
41 ନୁହେଁ 38 ବାଣିଜ୍ୟିକ ଖଣି ନିଲାମ ହେବ

ନୂଆଦିଲ୍ଲୀ:ବାଣିଜ୍ୟିକ ଖନନ ପାଇଁ ଦିଆଯାଇଥିବା କୋଇଲା ବ୍ଲକ ସୂଚୀକୁ ସଂଶୋଧିତ କରିଛି କୋଇଲା ମନ୍ତ୍ରାଳୟ (ମିନିଷ୍ଟ୍ରି ଅଫ କୋଲ) । ଏବେ 41 ନୁହେଁ ସରକାର 38 କୋଇଲା ବ୍ଲକର ନିଲାମ କରିବେ ।

ବାଣିଜ୍ୟିକ ଖନନ ପାଇଁ ଦିଆଯାଇଥିବା କୋଇଲା ବ୍ଲକର ସଂଶୋଧିତ ସୂଚୀରେ ଛତିଶଗଡର ଧୋଲେସରା, ଜାରେକଲା, ଝାରପଲମ-ତାଙ୍ଗରଘାଟ କୋଇଲା ଖଣିକୁ ସାମିଲ କରାଯାଇଥିବା ବେଳେ ରାଜ୍ୟର ମୋରଗା ଦକ୍ଷିଣ, ଫତେହପୁର, ମଦନପୁର (ଉତ୍ତର), ମୋରଗା 2 (Morga-II)ଏବଂ ସାୟାଙ୍ଗକୁ ସୂଚୀରୁ ହଟାଇ ଦିଆଯାଇଛି। ମନ୍ତ୍ରାଳୟ ଏହା ପୂର୍ବରୁ ମହାରାଷ୍ଟ୍ରର ବନ୍ଦେରକୁ ମଧ୍ୟ ନିଲାମ ସୂଚୀରୁ ବାଦ ଦେଇଛି ।

କୋଇଲା ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି,‘‘ନିଲାମି ପାଇଁ ରହିଥିବା କୋଇଲା ବ୍ଲକ ସୂଚୀରେ ସଂଶୋଧନ କରିଦିଆଯାଇଛି । CM(SP) ଆକ୍ଟ 2015 ଅଧିନରେ 11 ତମ ପର୍ଯ୍ୟାୟରେ ମାଇନ୍ସ ଆଣ୍ଡ ମାଇନର୍ସ ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ (MMDR) ଆକ୍ଟ-1957 ଅନୁଯାୟୀ 38 ଟି ଖଣି ପ୍ରଥମ ପର୍ଯ୍ୟାୟ ନିଲାମରେ ରଖାଯିବ। ଏହି ତାଲିକାରେ ସଂଶୋଧନ ପାଇଁ ମନ୍ତ୍ରଣାଳୟ କୌଣସି କାରଣ ଦର୍ଶାଇ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.