ETV Bharat / briefs

ଆଇଟି ଚଢାଉ, 8 କୋଟି ସହ ସୁନା ଅଳଙ୍କାର ଜବତ

କୋଏମ୍ବାଟୁରର ଏକ ବ୍ୟବସାୟିକ ଅନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ । ତେବେ ଏହି ବ୍ୟବସାୟିକ ଅନୁଷ୍ଠାନଟି ଜୁଆ ଖେଳରେ ସମ୍ପୃକ୍ତ ଥିଲା ବୋଲି ଜଣାପଡିଛି ।

author img

By

Published : May 5, 2019, 3:53 AM IST

ପ୍ରତିକାତ୍ମକ ଫଟୋ

ଚେନ୍ନାଇ: କୋଏମ୍ବାଟୁରର ଏକ ବ୍ୟବସାୟିକ ଅନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରି ପାଖାପାଖି 8 କୋଟି ଟଙ୍କା ଜବତ କରିବା ସହିତ ସୁନା ଅଳଙ୍କାର ଜବତ କରିଛି । ତେବେ ଏହି ବ୍ୟବସାୟିକ ଅନୁଷ୍ଠାନଟି ଜୁଆ ଖେଳରେ ସମ୍ପୃକ୍ତ ଥିଲା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସଂସ୍ଥା ଉପରେ ଚଡାଉ କରିଥିଲା ଆଇଟି । ତେବେ ଚଢାଉ ସମୟରେ ସୁନା ଓ ହୀରା ଅଳଙ୍କାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 24 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ନଗଦ 5 କୋଟି ଟଙ୍କା ମଧ୍ୟ ମିଳିଥିବା ଆୟକର ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ଜୁଆ ଖେଳରେ ବ୍ୟବହୃତ କିଛି ଟିକେଟ ମଧ୍ୟ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:ଶ୍ରୀଲଙ୍କା ଆକ୍ରମଣ, ପ୍ରଶିକ୍ଷଣ ପାଇଁ ଭାରତ ଆସିଥିଲେ ଆତଙ୍କବାଦୀ !

ତେବେ କମ୍ପାନୀର ଅନ୍ୟ ଶାଖା ଗୁଡ଼ିକରେ ଯଥା କୋଏମ୍ବାଟୁର, ଚେନ୍ନାଇ, ସିଲିଗୁଡି, ଗ୍ୟାଙ୍ଗଟକ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଗୌହାଟୀ, ରାଞ୍ଚି ଓ ଲୁଧିଆନାରେ ମଧ୍ୟ ଚଢାଉ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

Slug,, last day campaign , avb, puri,270419

ANCHOR- 29 ତାରିଖରେ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ ।  ଜଗତସିଂହପୁର ଲୋକୋ ସଭା ଅଧୀନରେ ଆସୁଥିବା ପୁରୀ ର ନିମାପଡା ଓ କାକଟପୁର ବିଧାନସଭା ଅସନ ରେ ନିର୍ବାଚନ ଅନୁଷ୍ଠିତ ହେବ।
ଶେଷ  ପ୍ରଚାର ଦୀନ ରେ ଜୋରଦାର ପ୍ରଚାର କରି ଛନ୍ତି ସମସ୍ତ ରାଜନୈତିକ ଦଳ । ନିମାପଡା  ନିର୍ଵାଚନ ମଣ୍ଡଳୀ ଜନସାଧାରଣଙ୍କୁ ନିଜ ସପକ୍ଷ କୁ ନେବାକୁ 3 ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି । ନିମାପଡା ରେ ବିଜେଡିର  ସମୀର ରଜଂନ ଦାଶ ନିର୍ଵାଚନ ଲଢୁଥିବା ବେଳେ  ବିଜେପି ର   ପ୍ରଭାତୀ ପରିଡାଙ୍କୁ ଟିକେଟ ଦେଇ ବିଜେଡିର ଏହି ଗଡ ଦଖଲ କରିବାକୁ ପ୍ରୟାସ ଜାରି ରଖିଛି । ସେପଟେ କଂଗ୍ରେସ ପ୍ରଥମଥର ଭାବରେ ଦିଲ୍ଲିପ ନାୟକଙ୍କ ଉପରେ ଭରସା ରଖି ନିର୍ଵାଚନ ଲଢୁଥିବା ବେଳେ ନିମାପଡା ରେ ତ୍ରିମୁଖୀ ଲଢେଇ ହେବାର ଅନୁମାନ କରାଯାଉଛି । ପ୍ରାର୍ଥୀ ମାନେ ଆଜି ରୋଡ଼ ସୋ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି। ବିଜେଡି ନବୀନ ସରକାର ଙ୍କ ବିକାଶ ମୁଦା କୁ ନେଇ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଓ କଂଗ୍ରେସ ବିଜେଡି ର ଦୁର୍ନୀତି , ଭ୍ରଷ୍ଟାଚାର , ନାରୀ ସୁରକ୍ଷା, ବେକାରୀ ସମସ୍ୟା ମୁଦା କୁ ନେଇ ନିର୍ବାଚନ ମଇଦାନରେ ଲଢେ଼ଇ କରୁଛନ୍ତି।

ବାଇଟ- ସମୀର ରଜଂନ ଦାଶ- ବିଜେଡି ପ୍ରାର୍ଥୀ
ବାଇଟି ,, ପ୍ରଭାତୀ ପରିଡା ,, ବିଜେପି ପ୍ରାର୍ଥୀ 
ବାଇଟ- ଦିଲ୍ଲିପ ନାୟକ- କଂଗ୍ରେସ ପ୍ରାର୍ଥୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.