ETV Bharat / briefs

ପାଠକ ବାପା-ପୁଅଙ୍କ ଜାମିନ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ

author img

By

Published : Jan 15, 2021, 11:00 PM IST

ହାଇକୋର୍ଟରେ ଅଭୟକାନ୍ତ ପାଠକ ଓ ଆକଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି ‌ଶେଷ । ରାୟ ସଂରକ୍ଷିତ । ଅଧିକ ପଢନ୍ତୁ...

ପାଠକ ବାପା-ପୁଅଙ୍କ ଜାମିନ ଆବେଦନ ଶୁଣାଣି ଶେଷ
ପାଠକ ବାପା-ପୁଅଙ୍କ ଜାମିନ ଆବେଦନ ଶୁଣାଣି ଶେଷ

କଟକ: ହାଇକୋର୍ଟରେ ଅଭୟକାନ୍ତ ପାଠକ ଓ ଆକଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି ‌ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟଙ୍କ ଜାମିନ ଆବେଦନର ଏକତ୍ର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ଶୁକ୍ରବାର ଉଭୟ ଜାମିନ ମାମଲାରେ ଆବେଦନକାରୀ ଓ ଭିଜିଲାନ୍ସ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ନିମ୍ନ ଅଦାଲତରେ ଅଭୟକାନ୍ତ ଓ ଆକାଶଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଜାମିନ ପାଇଁ ଅଭୟକାନ୍ତ ଓ ଆକାଶ ପୃଥକ ଭାବେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.