ETV Bharat / briefs

ଅଧାପନ୍ତରିଆ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା, ଚିନ୍ତାରେ ଅଭିଭାବକ - ଅଧାପାନ୍ତରିଆ କେନ୍ଦ୍ରୀୟ ବିଦ୍ୟାଳୟ

ସଦର ବ୍ଲକ ଅନ୍ତର୍ଗତ ବାବୁପାଲି ମୌଜାରେ ନିର୍ମାଣ ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା । ନିର୍ମାଣକୁ କାର୍ଯ୍ୟକୁ 2 ବର୍ଷ ପୂରିଲାଣି କିନ୍ତୁ ସରିନି କୋଠା ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅଧାପନ୍ତରିଆ କେନ୍ଦ୍ରିୟ ବିଦ୍ୟାଳୟର ନୂତନ କୋଠା, ଚିନ୍ତାରେ ଅଭିଭାବକ

author img

By

Published : Sep 10, 2020, 1:15 PM IST

ସୁବର୍ଣ୍ଣପୁର: ସଦର ବ୍ଲକ ଅନ୍ତର୍ଗତ ବାବୁପାଲି ମୌଜାରେ ନିର୍ମାଣ ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା । ଆଜକୁ ପ୍ରାୟ ଠିକ୍ 2 ବର୍ଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। 18 ମାସ ଭିତରେ ଏହି ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ 15 କୋଟି 85 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟ କରାଯାଇଥିଲା।

ଅଧାପନ୍ତରିଆ କେନ୍ଦ୍ରିୟ ବିଦ୍ୟାଳୟର ନୂତନ କୋଠା, ଚିନ୍ତାରେ ଅଭିଭାବକ

ଏଥିରେ ଶ୍ରେଣୀ କୋଠରୀ, ଆଡମିନଷ୍ଟ୍ରେଟିଭ୍ ବ୍ଲକ, ଷ୍ଟାଫ କ୍ବାଟର ଓ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ 4 କୋଟି 50 ଲକ୍ଷ ଟଙ୍କାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନୁଦାନ ଅଭାବରୁ ନିର୍ମାଣ କାର୍ଯ୍ୟ ଅଧାରେ ରହି ଯାଇଛି।

ଅଭିଭାବକ ମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁଦାନ ସମ୍ପର୍କରେ ବାରମ୍ବାର ଅନୁରୋଧ କରାଯାଉଛି। ମାତ୍ର କେନ୍ଦ୍ର ସରକାରଙ୍କୁ ଅନୁଦାନ ମାଗିବାରେ ବି ଜିଲ୍ଲା ପ୍ରଶାସନର ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏକ ଅସ୍ଥାୟୀ କ୍ୟାମ୍ପସରେ ବିଦ୍ୟାଳୟ ଚାଲିଥିବା ବେଳେ ନୂତନ କ୍ୟାମ୍ପସର ନିର୍ମାଣରେ କଳଙ୍କି ଖାଇଲାଣି । ଅପରପକ୍ଷେ ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ ଅନୁଦାନ ମିଳିଲେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.