ETV Bharat / briefs

ବିନା ଛାତରେ ବିତିଲା ବର୍ଷେ, ପ୍ରଶାସନ ଅପେକ୍ଷାରେ ଆଦିବାସୀ ପରିବାର

author img

By

Published : Jun 27, 2019, 7:49 PM IST

ନା ଅଛି ଘର ନା ଅଛି ସମ୍ବଳ , ଦୂର୍ଦିନରେ ଦିନ କାଟୁଛନ୍ତି ଲୋଧା ସଂପ୍ରଦାୟର ଆଦାବାସୀ କେତୁ ମଲ୍ଲିକଙ୍କ ପରିବାର । ଘର ଖଣ୍ଡେ ଯୋଗାଇଦେବାକୁ କରୁଛନ୍ତି କୋହଭରା ନିବେଦନ ।

ଡିଜାଇନ ଫଟୋ

ବାରିପଦା: ଦେଶର କୌଣସି ନାଗରିକ ମୌଳିକ ସୁବିଧାରୁ ବଞ୍ଚିତ ରହିବେ ନାହିଁ । ସେହି ଲକ୍ଷ୍ୟ ନେଇ ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ରଓ ରାଜ୍ୟ ସରକାର ନିଜ ନିଜ ସ୍ତରରେ ଅନେକ ଯୋଜନା କରିଛନ୍ତି । ହେଲେ ଯୋଜନା କେତେ ଫଳପ୍ରଦ ହେଉଛି ତାହା ସରକାରଙ୍କୁ ମାଲୁମ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର(1) ଗ୍ରାମରେ ବସବାସ କରୁଛନ୍ତି କେତୁ ମଲ୍ଲିକ । ତେବେ ନିଜ ଏକ ମାତ୍ର ଝାଟିମାଟି ଘରକୁ ହାତୀ ଭାଙ୍ଗିଦେବା ପରେ କେତୁ ମଲ୍ଲିକ ଓ ତାଙ୍କ 4ଝିଅ ଏବେ ବେସାହାରା ହୋଇଯାଇଛନ୍ତି । ଖୋଲା ଆକାଶ ତଳେ ରୋଷେଇ ଶାଳ , ଗଛରେ ଟଙ୍ଗା ହୋଇଛି ଆସବା ପତ୍ର । ଏଣେତେଣେ ପଡିରହିଛି ଘରର ଅନ୍ୟାନ୍ୟ ଜିନିଷ, ଏହା ଆଜି କିମ୍ବା କାଲିର ଘଟଣା ନୁହେଁ । ଦୀର୍ଘ ଏକ ବର୍ଷ ହେଲା ଏଭଳି ଦୟନୀୟ ଅବସ୍ଥାରେ ଏହି ପରିବାର ।

ଆଦିବାସୀଙ୍କ ଉନ୍ନତି ପାଇଁ କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି ସରକାର , କେତୁ ପୁଣି ଜଣେ ଲୋଧା ସଂପ୍ରଦାୟର ହୋଇଥିବା ବେଳେ ଦୀର୍ଘଦିନ ଧରି ଅତି ଦୟନୀୟ ଭାବେ ଜୀବନ ବିତାଉଥିବା ଏହି ପରିବାର ପ୍ରତି କାହିଁକି ସରାକାରଙ୍କ ଦୃଷ୍ଟି ପଡି ନାହିଁ? ଆଉ କେଉଁ ସ୍ତରକୁ ଏହି ପରିବାର ଗଲେ ସରକାରୀ ବାବୁଙ୍କ ହୃଦୟ ତରଳିବ ।

ଅନ୍ୟପଟେ ଏହି ଅସହାୟ ପରିବାରଙ୍କ ଦୁଃଖ ଜଣାଇବାକୁ ଆମେ ପହଞ୍ଚିଥିଲୁ ମୋରଡା ବିଡିଓଙ୍କ କାର୍ଯ୍ୟାଳୟରେ । ଆଉ ବିଡିଓ ମହୋଦୟ କହିଛନ୍ତି ସେ ପଞ୍ଚାୟତ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି , ଯଥାଶିଘ୍ର ଯାହା ସମ୍ଭବ ସହାୟତା ଯୋଗାଇଦେବେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

sdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.