ETV Bharat / briefs

ବୁଡିଗଲା 50ଲକ୍ଷ, ବିପଦକୁ ଡାକୁଛି ବିଜୁ କଲ୍ୟାଣ ମଣ୍ଡପ ! - BHADRAK MUNICIPAL

ଲୋକଙ୍କର ସୁବିଧା ପାଇଁ ସରକାରୀ ଅର୍ଥରେ ନିର୍ମିତ କଲ୍ୟାଣ ମଣ୍ଡପ ଏବେ ବିପଦ ସଂକୁଳ ଅବସ୍ଥାରେ । ଏପରିକି ବର୍ଷେ ଭିତରେ କଲ୍ୟାଣ ମଣ୍ଡପର ଚେହେରା ପୂରା ବିଗିଡି ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 20, 2019, 9:01 PM IST

ଭଦ୍ରକ: ଭଦ୍ରକ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ବିଭିନ୍ନ ପ୍ରକାର ସାମୁହିକ କାର୍ଯ୍ୟକ୍ରମ ସମ୍ପାଦନ କରିବା ପାଇଁ ନିର୍ମାଣ କରାଯାଇଥିଲା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ । ହେଲେ ବର୍ଷକ ପରେ ଏହା ବିପଦ ସଂକୁଳ ଅବସ୍ଥାରେ । ନବ ନିର୍ମିତ ଏହି କଲ୍ୟାଣ ମଣ୍ଡପର କାନ୍ଥ ଗୁଡିକ ଫାଟି ଯାଇଥିବା ବେଳେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଜିଲ୍ଲାବାସୀ ସାମୁହିକ ସ୍ବାର୍ଥ ଓ ସ୍ଥାନ ଅଭାବର ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଭଦ୍ରକ ପୌରାଞ୍ଚଳ ଅଧିନରେ ଭଦ୍ରକ ମଠ ସାହିରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା । ପ୍ରାୟ 50ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତି ଏହି କଲ୍ୟାଣ ମଣ୍ଡପ ଗତ ବର୍ଷ ଏପ୍ରିଲ ମାସରେ ଉଦଘାଟନ ହୋଇଥିଲା । ହେଲେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଏବେ ବିପଦ ଜରାଜୀର୍ଣ୍ଣ ଅବସ୍ଥାରେ ।

ବର୍ଷେ ତଳେ ନିର୍ମିତ ଏହି କଲ୍ୟାଣ ମଣ୍ଡପର କାନ୍ଥ ବାଡ ଏବେ ଫାଟି ଆଁ କରିଛି । ମଣ୍ଡପର ଫଟା କାନ୍ଥ ଯେମିତି ବିପଦକୁ ସ୍ବାଗତ ଅପେକ୍ଷାରେ ରହିଛି । ନିମ୍ନମାନର କାମ ଏବେ କଲ୍ୟାଣ ମଣ୍ଡପର ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଛି । ଲୋକଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା ଏହି କଲ୍ୟାଣ ମଣ୍ଡପ ଏବେ କିନ୍ତୁ ଅସାମାଜିକ ଲୋକଙ୍କ ଚରାଭୂଇଁ ପାଲଟିଛି । ଏପରିକି ମଣ୍ଡପର ଛାତ ଉପର ଯେମିତି ଏକପ୍ରକାର ମଦ୍ୟପଙ୍କ ମିଳନ କେନ୍ଦ୍ରରେ ପରିଣତ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.