ETV Bharat / briefs

ପ୍ରଜ୍ଞା ଠାକୁରଙ୍କୁ ନେଇ ଉମା ଭାରତୀଙ୍କ ବଡ ବୟାନ - compare

ପ୍ରଜ୍ଞା ଠାକୁରଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେ ନିଜକୁ ପ୍ରଜ୍ଞାଙ୍କ ସହ ତୁଳନା କରିବାକୁ ମନା କରିଛନ୍ତି । ତାଙ୍କ ତୁଳନାରେ ସେ ନିଜକୁ ଜଣେ ସାଧାରଣ ଏବଂ ତୁଚ୍ଛ ପ୍ରାଣୀ ବୋଲି କହିଥିଲେ ।

ଫାଇଲ ଫଟୋ
author img

By

Published : Apr 28, 2019, 1:42 PM IST

ନୂଆଦିଲ୍ଲୀ: ଭୋପାଳରୁ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ପ୍ରଜ୍ଞା ଠାକୁରଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ଚଳିତ ନିର୍ବାଚନରେ ପ୍ରଜ୍ଞା ଠାକୁର ଉମାଙ୍କ ସ୍ଥାନ ନେବା କଥା ପଚରାଯିବାରୁ ସେ ଏହି ବୟାନ ଦେଇଥିଲେ । ସେ ନିଜକୁ ପ୍ରଜ୍ଞାଙ୍କ ସହ ତୁଳନା କରିବାକୁ ମନା କରିଥିଲେ । ତାଙ୍କ ତୁଳନାରେ ସେ ଜଣେ ସାଧାରଣ ଏବଂ ତୁଚ୍ଛ ପ୍ରାଣୀ ବୋଲି ନିଜକୁ କହିଥିଲେ ।

uma bharati
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ ଟ୍ବିଟର

ସୂଚନାନୁସାରେ ଚଳିତ ନିର୍ବାଚନରେ ଖଜୁରାହୋ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବିଷ୍ଣୁଦତ୍ତ ଶର୍ମା ମୈଦାନକୁ ଓହ୍ଲାଇଛନ୍ତି । ଉମା ଦଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ସେ ବିଷ୍ଣୁଦତ୍ତଙ୍କ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଲେ। ଏହି ପ୍ରଚାରବେଳେ ସେ ପ୍ରଜ୍ଞା ଠାକୁରଙ୍କୁ ନେଇ ଏହି ବୟାନ ଦେଇଥିଲେ ।

ପୂର୍ବରୁ ଉମା ଭାରତୀ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ । ତେବେ ମଧ୍ୟପ୍ରଦେଶରେ ବିଜେପିର ଏହି ଶୀର୍ଷ ନେତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇନଥିଲେ ମଧ୍ୟ ରାଜନୀତିରେ ସକ୍ରିୟ ରହିବେ ବୋଲି ସୂଚନା ଦେଇଥିଲେ । ଉତ୍ତରପ୍ରଦେଶର ଝାନ୍ସୀ-ଲଳିତପୁର ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିବା ଉମା ଭାରତୀ ପିଇବା ପାଣି ଓ ପରିମଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.