ETV Bharat / briefs

ସର୍ତ୍ତ ହାରିବାରୁ ଲଣ୍ଡା ହେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

ମୋଦିଙ୍କୁ ବହୁମତରେ ବିଜୟୀ କଂଗ୍ରେସ ନେତାଙ୍କୁ ଭାରି ପଡିଛି । ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ବାଜି ଲଗାଇ ଲଣ୍ଡା ହେବାକୁ ପଡିଲା ।

author img

By

Published : May 25, 2019, 7:45 PM IST

ଫାଇଲ ଫଟୋ

ଭୋପାଳ: ଦଳର ପ୍ରଦର୍ଶନ ପାଇଁ ସର୍ତ୍ତ ଲଗାଇ ଲଣ୍ଡା ହେଲେ କଂଗ୍ରେସ କର୍ତ୍ତା । ଏମିତି କିଛି ଘଟଣା ବିଏ ସେନ ନାମକ ରାମଗଡର ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଘଟିଛି । ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଲଣ୍ଡା ହେବେ ବୋଲି ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କ ସହିତ ସର୍ତ୍ତ ଲଗାଇଥିଲେ ।

ମେ 23 ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମୋଦି ପୁଣିଥରେ ବହୁମତରେ ବିଜୟୀ ହୋଇଛନ୍ତି । ଏହା ପରେ ସେନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ମୋର ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସର୍ତ୍ତ ଲାଗିଥିଲା । ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ, ତାହାଲେ ସେ ଲଣ୍ଡା ହୋଇଥାନ୍ତେ । ଆଉ ଯଦି ରାହୁଲ ପ୍ରଧାନମନ୍ତ୍ରୀ ହୁଅନ୍ତି ତାହେଲେ ବିଜେପି କାର୍ଯ୍ୟକର୍ତ୍ତା ଲଣ୍ଡା ହେବେ । ହେଲେ ରାହୁଲ ଜିତିବା ତ ଦୂରର କଥା ବହୁମତ ମଧ୍ୟ ହାସଲ କରିପାରନାହାଁନ୍ତି । ଫଳରେ ବାଧ୍ୟ ହୋଇ ମୋତେ ଲଣ୍ଡା ହେବାକୁ ପଡିଲା ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସର ରାଜନୀତିକ ଇଂନିସ୍ ଏକ ପ୍ରକାର ଠପ୍ ହୋଇଯାଇଛି । ଦେଶର ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳୀୟ ବୈଠକ କଂଗ୍ରେସ ମୁଖ୍ୟାଳୟରେ ହୋଇଥିଲା । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଇସ୍ତଫା ପତ୍ର ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.