ETV Bharat / briefs

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଏମସିର ଚଢାଉ, 75 କେଜି ପଲିଥିନ ଜବତ

ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମସିର ଚଢାଉ । ପଲିଥିନ ବ୍ୟାନ ପରେ ମଧ୍ୟ ଏହାର ବ୍ୟବହାର କରାଯାଉଥିବାରୁ ଏହି ଚଢାଉ କରାଯାଇଛି । ଏହି ଚଢାଉ ବେଳେ 75 କେଜିର ପଲିଥିନ ଜବତ ହୋଇଛି ।

author img

By

Published : Jun 8, 2019, 2:53 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପଲିଥିନ୍ ବ୍ୟବହାର ନେଇ ରାଜଧାନୀରେ ବିଏମସି ପକ୍ଷରୁ ଚଢାଉ କରାଯାଇଛି । ବିଏମସିର 2ଟି ଟିମ୍ ଏହି ଚଢାଉ କରିଥିଲେ । ବିଏମସି ଅଧିକାରୀଙ୍କ ସହ କମିଶନରେଟ ପୋଲିସ ଏବଂ ଯୋଗାଣ ବିଭାଗର ଅଧିକାରୀ ମାନେ ମଧ୍ୟ ଏଥିରେ ସାମିଲ ଥିଲେ ।

ରାଜଧାନୀର 1 ନମ୍ବର ହାଟ, ମାଷ୍ଟର କ୍ୟାଣ୍ଟିନ ଉଠା ଦୋକାନୀ, ରୂପାଲି ସ୍କୋୟାର , ଭେଣ୍ଡିଂଜୋନ, ଗୋପବନ୍ଧୁ ଛକ ଆଦି ସ୍ଥାନ ମାନଙ୍କରେ ଥିବା ବିଭିନ୍ନ ଜଳଖିଆ ଓ ଉଠା ଦୋକାନୀ ଗୁଡିକରେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ 75 କେଜିର ପଲିଥିନ ଜବତ କରାଯାଇଛି । ବିଶେଷ କରି ଜଳଖିଆ ଦୋକାନ, ତେଜରାତି, ପରିବା ଓ ଫଳ ଦୋକାନରେ ଏହାର ଅଧିକ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି ।

ଚଢାଉର ପ୍ରଥମ ଦିନରେ ୭୫ କେଜି ଜବତ ପରେ ଆଗାମୀ ଦିନରେ ଚଢାଉ ଜୋରଦାର ହେବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ପଲିଥିନ ଜବତ ପରେ ପଲିଥିନ ବ୍ୟବହାରକାରୀ ଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ପଲିଥିନ ବ୍ୟବହାର କଲେ ଦୋକାନ ବନ୍ଦ କରି ଦିଆଯିବ । ତେବେ ଜବତ ପଲିଥିନକୁ କଟକ ରୋଡ ସ୍ଥିତ ଯାତ୍ରୀ ନିବାସରେ ରଖାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.