ଅମରାବତୀ: ସୋମବାର ଆଶାକର୍ମୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ସରକାର ଗଠନ କରିବାର 4ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ ଏହି ବଡ ଘୋଷଣା କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ଆଶାକର୍ମୀଙ୍କ ମାସିକ ବେତନ 3 ହଜାର ଟଙ୍କାରୁ ବୃଦ୍ଧିକରି 10 ହଜାର ଟଙ୍କା କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟର ସମସ୍ତ ଆଶାକର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।