ETV Bharat / bharat

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲିଂ, ବେଙ୍ଗାଲୁରୁରୁ ଯୁବକ ଗିରଫ - ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲିଂ । ପିଜିରେ ରହୁଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲା ଯୁବକ । ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ବାନ୍ଧିଲା ବେଙ୍ଗାଲୁରୁ ପୋଲିସ । ଅଧିକ ପଢନ୍ତୁ

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲିଂ, ବେଙ୍ଗାଲୁରୁରୁ ଯୁବକ ଗିରଫ

author img

By

Published : Dec 9, 2022, 10:55 PM IST

ବେଙ୍ଗାଲୁରୁ: ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲିଂ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଦକ୍ଷିଣ ପୂର୍ବ ଅଞ୍ଚଳରୁ ଆସିଛି ଏକ ନିନ୍ଦନୀୟ ଘଟଣା । ଯେଉଁଠି ଜଣେ ଯୁବକ ପେଇଙ୍ଗ ଗେଷ୍ଟ ଭାବେ ରହୁଥିବା ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଗିରଫ ହୋଇଛି ( Youth arrested for making private video of girls in PG) । ଏହି ଯୁବକ ଜଣକ ପୁଡୁଚେରୀ ଅଞ୍ଚଳର ନିରଞ୍ଜନ ବୋଲି ଶୁକ୍ରବାର ପୋଲିସ ସୂଚନା ଦେଇଛି ।

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ବ୍ଲାକମେଲିଂ, ବେଙ୍ଗାଲୁରୁରୁ ଯୁବକ ଗିରଫ
ଅଭିଯୁକ୍ତ

ଅଭିଯୁକ୍ତ ଜଣକ ବେଙ୍ଗାଲୁରୁର HSR ଲେଆଉଟରେ ରହୁଥିଲା । ଯୁବକ ଜଣକ ରହୁଥିବା ସ୍ଥାନରେ ପାଖରେ ମହିଳା ମାନେ ପିଜିରେ ରହୁଥିଲେ । ଏହାର ବାଥରୁମରେ ଏକ ମୋବାଇଲ ଫୋନ ରଖିଥିଲା । ଏହା ମାଧ୍ୟମରେ ସେ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରୁଥିଲା । ଏହାପରେ ଉକ୍ତ ମହିଳାଙ୍କ ଫୋନକୁ ମେସେଜ ପଠାଇ ସେମାନଙ୍କୁ ଧମକ ଚମକ ଦେଉଥିଲା । ଏଭଳି ଧମକର ଶିକାର ହୋଇଥିବା ଜଣେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ଏହି ପୀଡ଼ିତା ଜଣକ ଉକ୍ତ ପିଜିରେ ରହୁଥିଲେ । ଅଭିଯୁକ୍ତ ରହୁଥିବା ପିଜି ଏବଂ ମହିଳାମାନେ ରହୁଥିବା ପିଜିର ମାଲିକ ଜଣେ ବୋଲି ପୋଲିସ କହିଛି ।

ଏହା ବି ପଢନ୍ତୁ- RAPE CASE: ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

ତେବେ ଅଭିଯୁକ୍ତ ଜଣକ ପିଜି ମାଲିକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ପରେ ମହିଳାମାନେ ରହୁଥିବା ପିଜିକୁ ଯାଉଥିଲା । ଯେତେବେଳେ ପିଜିରେ କେହି ରହୁନଥିଲେ, ସେହି ସମୟରେ ଅଭିଯୁକ୍ତ ଉକ୍ତ ସ୍ଥାନକୁ ଯାଉଥିଲା ଏବଂ ଭିଡ଼ିଓ କରିବା ଲାଗି ଉପଯୁକ୍ତ ସ୍ଥାନ ବାଛୁଥିଲା । ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ବାଥରୁମକୁ ଚଢି ଏପରି ନିନ୍ଦନୀୟ କାର୍ଯ୍ୟ କରୁଥିଲା ଅଭିଯୁକ୍ତ । ମହିଳା ମାନେ ଗାଧୋଉଥିବା ସମୟରେ ସେମାନଙ୍କ ଭିଡ଼ିଓ ଉତ୍ତୋଳନ କରି ପରେ ସେମାନଙ୍କୁ ବ୍ଲାକମେଲିଂ କରୁଥିଲା ଅଭିଯୁକ୍ତ ।

ଏହାପରେ କୌଣସି ଏକ ଅଜଣା ନମ୍ବରରୁ ମହିଳାମାନଙ୍କୁ ଯୋଗାଯୋଗ କରି ଧମକ ଦେଉଥିଲା । ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଲାଗି ମଧ୍ୟ ଧମକ ଦେଉଥିଲା । ଏହା ବଦଳରେ ତା' ନିକଟକୁ ଯାଇ କଥାବାର୍ତ୍ତା କରିବା ପାଇଁ ମହିଳାମାନଙ୍କୁ କହୁଥିଲା । ତେବେ ପୀଡି଼ତାଙ୍କ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ କରିବା ପରେ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.