ବିଶାଖାପାଟନମ: ଲୋକଲଜ୍ଜା ସହିନପାରି ଜୀବନ ହାରିଲେ ଯୁବକ । ସର୍ବସମ୍ମୁଖରେ ନିର୍ମମ ଭାବେ ମାଡ଼ ଯୋଗୁ ଯୁବକ ଜଣକ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । "ମତେ ଓ ମୋ ପରିବାର ସଦସ୍ୟଙ୍କୁ କିଛି ଲୋକ ମାଡ଼ ମାରିଛନ୍ତି...ମତେ ନ୍ୟାୟ ଦରକାର" ଏମିତି କିଛି କହି ଥାନାରେ ଗୁହାରି କରିଥିଲେ ସମ୍ପୃକ୍ତ ଯୁବକ । ଚିନ୍ତାକୁନ୍ତଲା ଗାଁର ବାଲାନରସିଂହମୁଙ୍କ ବୟସ ୨୪ ବର୍ଷ ହୋଇଥିବାବେଳେ ମାଡ଼ ପାଇଁ ଲୋକ ଲଜ୍ଜା ଭୟରେ ଜୀବନ ହାରିଛନ୍ତି ।
ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ସେ ଶନିବାର ବିଳମ୍ବିତ ରାତିରେ ରେଳ ଧାରଣା ନିକଟରେ ଜୀବନ ହାରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ତାଙ୍କୁ ମାଡ଼ ମରାଯାଇଥିଲା । ସେ ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଯିଏକି ତାଙ୍କ ସମ୍ପର୍କୀୟ ମଧ୍ୟ । ଏନେଇ ନାବାଳିକାର ପରିବାର ଅଭିଯୋଗ ପରେ ପୋଲିସ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା ।" ସୂଚନା ଅନୁସାରେ, ଗତ ୧୦ ତାରିଖ ଦିନ ନାବାଳିକାର ପରିବାରଲୋକେ ବାଲାନରସିଂହମୁଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ । ଏହାପରେ ଉଭୟ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ବଢ଼ିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଉଭୟ ପରିବାରର ସଦସ୍ୟମାନେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ଏହି ଘଟଣାରେ ନରସିଂହମୁଙ୍କ ସହ ପରିବାରର ୪ ସଦସ୍ୟ ଆହତ ହୋଇଥିଲେ । ବାଲାନରସିଂହମୁ ଶନିବାର ଥାନାକୁ ଯାଇ ଏସଆଇଙ୍କ ନିକଟରେ ଏ ବାବଦରେ ଅଭିଯୋଗ କରିଥିଲେ । ସେତେବେଳେ SI ତାଙ୍କୁ ତାଗିଦ କରି କହିଥିଲେ , "ତୁମ ନାଁରେ ଏକ POCSO ମାମଲା ଅଛି । ତୁମେ ପୁଣି ଅଭିଯୋଗ କରିବାକୁ ଆସିଛ?" ନ୍ୟାୟ ନପାଇବାରୁ ସେ ଲଜ୍ଜିତ ତଥା କ୍ରୋଧିତ ହୋଇ ଜୀବନ ହାରିଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ
ସେପଟେ ନାବାଳିକାର ପରିବାର ପକ୍ଷରୁ ମୃତକଙ୍କ ପରିବାରକୁ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ହୋଇଛି । ମାମଲାର ରଫାଦଫା ପାଇଁ YSRCPର ଜଣେ ନେତା ମଧ୍ୟ ଚାପ ପ୍ରୟାଗ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏପରିକି ନାବାଳିକାର ପରିବାର ସଦସ୍ୟଙ୍କ ହାତବାରିସି ସାଜି ପୋଲିସ ଅଭିଯୋଗ ନେଇ ଯାଇଥିବା ଯୁବକଙ୍କୁ ଥାନାରେ ମାଡ଼ ମାରିଥିଲା । ଯେଉଁଥିପାଇଁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସେପଟେ ଏହି ମାମଲାରେ ସ୍ଫଷ୍ଟୀକରଣ ରଖିଛନ୍ତି ଗୋସପାଡୁ ଏସଆଇ । ସେ କହିଛନ୍ତି, "ମୁଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଜାମିନରେ ପଠାଇଥିଲି । ମୁଁ ବାଲାନାରସିମହୁଙ୍କୁ ମାଡ଼ ମାରି ନାହିଁ କି ସେ ଜୀବନ ହାରିବା ପଛରେ ମୋର କୌଣସି ଭୂମିକା ନାହିଁ ।"