ETV Bharat / bharat

ଦେଶ କଥା ଭୁଲି ବିଦେଶକୁ ପଠାଇଲେ ଟିକା, ମୋଦିଙ୍କ ଉପରେ ବର୍ଷିଲେ ଯଶବନ୍ତ

ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା । ଦେଶ ଭିତରେ ଟିକାର ସଙ୍କଟ ଥିବା ବେଳେ ଅନ୍ୟ ଦେଶକୁ ଟିକା ପଠାଇବାକୁ ନେଇ କେନ୍ଦ୍ରକୁ ଦୋଷ ଦେଇଛନ୍ତି ସିହ୍ନା । ଅଧିକ ପଢନ୍ତୁ...

ମୋଦିଙ୍କ ବିରୋଧରେ ଗର୍ଜିଲେ ଯଶବନ୍ତ
ମୋଦିଙ୍କ ବିରୋଧରେ ଗର୍ଜିଲେ ଯଶବନ୍ତ
author img

By

Published : May 17, 2021, 9:26 AM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା । ଦେଶ ଭିତରେ ଟିକାର ସଙ୍କଟ ଥିବା ବେଳେ ଅନ୍ୟ ଦେଶକୁ ଟିକା ପଠାଇବାକୁ ନେଇ କେନ୍ଦ୍ରକୁ ଦୋଷ ଦେଇଛନ୍ତି ସିହ୍ନା । ଟ୍ବିଟରରେ ସିହ୍ନା ଏକ ଭିଡିଓ ସେୟାର କରି ଏପରି କହିଛନ୍ତି ।

ମୋଦିଙ୍କ ବିରୋଧରେ ଗର୍ଜିଲେ ଯଶବନ୍ତ
ମୋଦିଙ୍କ ବିରୋଧରେ ଗର୍ଜିଲେ ଯଶବନ୍ତ

ଭିଡିଓରେ ଭାରତର ପ୍ରତିନିଧି ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀରେ କଣ କହିଥିଲେ ସେ ନେଇ ସୂଚନା ରହିଛି । ସେ କହିଥିଲେ, ଭାରତର ନିଜ ଦେଶର ଆବଶ୍ୟକତା କଥା ନଭାବି ଅନ୍ୟ ଦେଶକୁ ଟିକା ବାଣ୍ଟିଥିଲା । ଏହାକୁ ନେଇ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ପିଏମ ମୋଦିଙ୍କୁ ନିନ୍ଦା କରିଥିଲେ । ଦେଶରେ ଟିକାର ଅଭାବ ଥିବା ବେଳେ ଏହାକୁ ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଗିରଫ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଯଶବନ୍ତ ଟ୍ବିଟ କରି ଲେଖିଛନ୍ତି, ‘ଜାତିସଂଘରେ ଭାରତର ପ୍ରତିନିଧୀ ବିଶ୍ବ ସଂସ୍ଥାକୁ ସୂଚନା ଦେଇଥିଲେ ଯେ ନିଜ ଲୋକଙ୍କୁ ଟୀକାକରଣ କରିବା ଅପେକ୍ଷା ଭାରତ ଅଧିକ ଟିକା ବାହାରକୁ ପଠାଇଛି । ମୋଦି ବର୍ତ୍ତମାନ ପ୍ରକୃତରେ ଜଣେ ବିଶ୍ବ ନେତା । ଭାରତୀୟମାନେ ଏବେ ନର୍କକୁ ଯାଇପାରିବେ । କୋଭିଡକୁ ନିୟନ୍ତ୍ରଣ କରିବାର ଶ୍ରେଷ୍ଠ ଉପାୟ ହେଉଛି, କେନ୍ଦ୍ର ଓ ରାଜ୍ୟ ସରକାର ଯାହା କରୁଛନ୍ତି ତାହା କରନ୍ତୁ । କୋଭିଡ ସଂଖ୍ୟାକୁ ଲୁଚାନ୍ତୁ, ଯେଉଁଥିରେ ୟୁପି ଏବେ ସର୍ବତ୍ତୋମ ସ୍ଥାନରେ ଅଛି ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.