ETV Bharat / bharat

ବଙ୍ଗରେ ବିଜେପି ବିଧାୟକଙ୍କୁ X ସୁରକ୍ଷା

author img

By

Published : May 10, 2021, 9:54 PM IST

ପଶ୍ଚିମବଙ୍ଗରେ 61 ବିଜେପି ବିଧାୟକଙ୍କୁ ସିଆଇଏସଏଫ ସୁରକ୍ଷା ଉପରେ ବିସ୍ତୃତ ସମୀକ୍ଷା ପରେ ନିଆଯାଇଛି ବଡ ନିଷ୍ପତ୍ତି । ଏହି ନେତାଙ୍କୁ ମିଳିଛି X କ୍ୟାଟାଗୋରୀ ସୁରକ୍ଷା । ଅଧିକ ପଢନ୍ତୁ...

ବଙ୍ଗରେ ବିଜେପି ବିଧାୟକଙ୍କୁ X ସୁରକ୍ଷା
ବଙ୍ଗରେ ବିଜେପି ବିଧାୟକଙ୍କୁ X ସୁରକ୍ଷା

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ରାଜ୍ୟରେ ଦେଖାଦେଇଥିଲା ବ୍ୟାପକ ହିଂସା । ଜଳାପୋଡା, ଭଙ୍ଗାରୁଜା ସହ ହୋଇଥିଲା ରକ୍ତପାତ । ହିଂସା ମଧ୍ୟରେ ଅନେକ ବିଜେପି ନେତାଙ୍କ ହତ୍ୟା କରିଦେଇଥିଲେ । ଏହାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ପଶ୍ଚିମବଙ୍ଗରେ 61 ବିଜେପି ବିଧାୟକଙ୍କୁ ସିଆଇଏସଏଫ ସୁରକ୍ଷା ଉପରେ ବିସ୍ତୃତ ସମୀକ୍ଷା ପରେ ନିଆଯାଇଛି ବଡ ନିଷ୍ପତ୍ତି । ଏହି ନେତାଙ୍କୁ ମିଳିଛି X କ୍ୟାଟାଗୋରୀ ସୁରକ୍ଷା ।

ଏହା ପୂର୍ବରୁ 70 ଜଣଙ୍କୁ ଦିଆଯାଇଥିଲା ସୁରକ୍ଷା, ଯାହା 15 ମେ ପର୍ଯ୍ୟନ୍ତ ବୈଧ ରହିଛି । ବିଜେପିର ଏହି 70 ନେତାଙ୍କ ସୁରକ୍ଷାରେ ମଧ୍ୟ ସିଆଇଏସଏଫଙ୍କୁ ମୁତୟନ କରାଯାଇଛି ।

ବଙ୍ଗରୁ କ୍ରମାଗତ ହିଂସା ଘଟଣା ସାମ୍ନାକୁ ଆସୁଛି । ନିର୍ବାଚନ ସମୟରେ ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ ହୋଇଥିଲା ସଂଘର୍ଷ । ଆକ୍ରମଣ ବିରୋଧରେ ପ୍ରଦର୍ଶନ କରିଥିଲା ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.