ETV Bharat / bharat

Wrestler's Protest: କୁସ୍ତିଯୋଦ୍ଧାଙ୍କ ବଡ଼ ଘୋଷଣା, ସନ୍ଧ୍ୟାରେ ଗଙ୍ଗାରେ ମେଡାଲ ବିସର୍ଜନ

ଦିନେ ମେଡାଲ ଜିତି ଦେଶକୁ ବିଶ୍ବସ୍ତରରେ ଗୌରାବାନ୍ବିତ କରିଥିବା କୁସ୍ତିଯୋଦ୍ଧାଙ୍କ ବଡ଼ ଘୋଷଣା । ନ୍ୟାୟ ମିଳୁନଥିବାରୁ ସେମାନେ ନିଜ ମେଡାଲକୁ ଗଙ୍ଗା ନଦୀରେ ଆଜି ସନ୍ଧ୍ୟା(6ଟା)ରେ ବିସର୍ଜନ କରିବା ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 30, 2023, 4:45 PM IST

Updated : May 30, 2023, 4:59 PM IST

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣି ଗତ ୨ମାସ ଧରି ଆନ୍ଦୋଳନ କରୁଛନ୍ତି କୁସ୍ତିଯୋଦ୍ଧା । ହେଲେ ବ୍ରିଜଭୂଷଣଙ୍କୁ ଗିରଫ କରାଯାଇନଥିବା ବେଳେ ନୂଆ ସଂସଦ ଭବନ ଉଦଘାଟନୀ ଦିନ ପଦଯାତ୍ରା ସମୟରେ ଦିଲ୍ଲୀ ରାସ୍ତାରେ କୁସ୍ତିଯୋଦ୍ଧାଙ୍କୁ ଘୋଷାଡ଼ିଥିଲା ଦିଲ୍ଲୀ ପୋଲିସ । ଏହାକୁ ନେଇ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ସେମାନେ ନିଜ ମେଡାଲଗୁଡ଼ିକୁ ଗଙ୍ଗାନଦୀରେ ବିସର୍ଜନ କରିବା ସହିତ ଆସନ୍ତା କିଛି ଦିନ ମଧ୍ୟରେ ଇଣ୍ଡିଆ ଗେଟ ନିକଟରେ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି ।

ଅଲମ୍ପିଆନ ବଜରଙ୍ଗ ପୁନିଆ ଏନେଇ ନିଜ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି । କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ସେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ସେ ହିନ୍ଦୀରେ ଲେଖାଥିବା ଏକ ପତ୍ରକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବ୍ରିଜଭୂଷଣଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ସେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ସେପଟେ ମେ ୨୮ ତାରିଖରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସହିତ ଦିଲ୍ଲୀ ପୋଲିସର ଆଚରଣକୁ ସେ ନିନ୍ଦା କରିବା ସହିତ ଏନେଇ ନିଜ ମେଡାଲଗୁଡ଼ିକୁ ଗଙ୍ଗାନଦୀରେ ବିସର୍ଜନ କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ଜନ୍ତର ମନ୍ତର ଧାରଣାସ୍ଥଳ ବନ୍ଦ କଲା ଦିଲ୍ଲୀ ପୋଲିସ, ଆନ୍ଦୋଳନ ଜାରି ରହିବ କହିଲେ କୁସ୍ତିଯୋଦ୍ଧା

କୁସ୍ତିଯୋଦ୍ଧାଙ୍କୁ କୌଣସି ବି କ୍ଷମତାଶାଳୀ ରାଜନେତା ବା ଲୋକ ପ୍ରତିନିଧି ସହଯୋଗ କରୁନଥିବା ବଜରଙ୍ଗ ପୁନିଆ ନିଜ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ନ୍ୟାୟ ଦାବିରେ ସେ ଅନେକ ଥର ଉଦ୍ୟମ କରିଥିବା ସତ୍ତ୍ବେ ବିଫଳ ହୋଇଛନ୍ତି । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଆନ୍ଦୋଳନ ସ୍ଥଳରୁ ମାତ୍ର ୨କିମି ଦୂରରେ ରହୁଛନ୍ତି, ହେଲେ ସେ ମଧ୍ୟ ତାଙ୍କ ଦାବିକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏହାପରେ ସେ ଏନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ଦୁଃଖର ବିଷୟ ପ୍ରଧାନମନ୍ତ୍ରୀ ମଧ୍ୟ ନୀରବ ରହିଛନ୍ତି ବୋଲି ସେ କହିଛନ୍ତି ।

ଦେଶର ମୁଖିଆଙ୍କଠାରୁ କୌଣସି ପ୍ରତିକ୍ରିୟା ନ ମିଳିବା ପରେ ନିରାଶାଭାବ ଯୋଗୁଁ ସେ ନିଜର ମେଡାଲଗୁଡ଼ିକୁ ପବିତ୍ର ଗଙ୍ଗା ନଦୀରେ ବିସର୍ଜନ କରିବେ ବୋଲି କହିଛନ୍ତି ପୁନିଆ । ସୂଚନା ଥାଉ କି ଗତ ଏପ୍ରିଲ ୨୩ ତାରିଖଠାରୁ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ସେ ଗିରଫ ନ ହେବା ପର୍ଯ୍ୟନ୍ତ ସେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ହେଲେ ଏଯାବତ ବ୍ରିଜଭୂଷଣ ଗିରଫ ହୋଇନଥିବାରୁ ଗତ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନୀ ସମାରୋହ ଅବସରରେ ସଂସଦ ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ କୁସ୍ତିଯୋଦ୍ଧା । ତେବେ ପୋଲିସ ସେମାନଙ୍କୁ ଅଟକାଇବା ସହ ରାସ୍ତାରେ ଘୋଷାଡ଼ିଥିଲା । ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ସେପଟେ ପୋଲିସ କୁସ୍ତିଯୋଦ୍ଧାଙ୍କୁ ଜନ୍ତରମନ୍ତର ବ୍ୟତୀତ ଅନ୍ୟ ସ୍ଥାନରେ ଧାରଣା ଦେବା ଲାଗି କହିଛି ।

Last Updated : May 30, 2023, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.