ETV Bharat / bharat

World No Tobacco Day 2022: କେମିତି ରୋକିବେ ତମାଖୁ ସେବନ ?

ପ୍ରତି ବର୍ଷ ମେ ୩୧ରେ ତମାଖୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଏ । ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନ ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

author img

By

Published : May 31, 2022, 9:05 AM IST

Updated : May 31, 2022, 12:36 PM IST

World No Tobacco Day 2022: କେମିତି  ରୋକିବେ ତମାଖୁ ସେବନ ?
World No Tobacco Day 2022: କେମିତି ରୋକିବେ ତମାଖୁ ସେବନ ?

ହାଇଦ୍ରବାଦ: ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ପ୍ରତି ବର୍ଷ ମେ ୩୧ରେ ତମାଖୁ ସେବନର ଖରାପ ପ୍ରଭାବ ନେଇ ଲୋକଙ୍କୁ ସଚେତନ କରାଯାଏ । ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନ ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକେ ଜାଣି ଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ ଯୋଗୁଁ ତମାଖୁର ଖରାପ ପ୍ରଭାବ ବିଷୟରେ ଜାଣି ନପାରି ସେବନ କରୁଛନ୍ତି । ଫଳରେ ବିଶ୍ବରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାର ଲାଗିଛି । ତେବେ ଏଥିରୁ ମନୁଷ୍ୟ ଜାତିକୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି ।

୧୯୮୭ ରେ, ତମାଖୁ ସେବନ ହେତୁ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହା ଏକ ମହାମାରୀ ଭାବରେ ବିବେଚନା କରାଯାଉଥିଲା । ଏହା ପରେ ୧୯୮୮ ମେ ୩୧ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରତିବର୍ଷ ତମାଖୁ ସେବନ ଯୋଗୁଁ ୮୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି । ସେହିପରି ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (NCRI) ଦ୍ବାରା ୨୦୨୦ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶରେ କର୍କଟ ରୋଗର ୨୭ ପ୍ରତିଶତ ପର୍ଯ୍ୟନ୍ତ ତମାଖୁ ସେବନ ପାଇଁ ଦାୟୀ ।

ତମାଖୁ ସେବନର ପାର୍ଶ୍ବ ପ୍ରତିକ୍ରିୟା

ତମାଖୁକୁ ଦୁଇ ପ୍ରକାର ବ୍ୟବହାର ହୋଇଥାଏ । ଗୋଟିଏ ସିଗାରେଟ୍ ଓ ବିଡି, ଅନ୍ୟ ପ୍ରକାର ହେଉଛି ଗୁଟ୍‌ଖା, ଜର୍ଦ୍ଦା, ଗୁଣ୍ଡିକୁ ଲୋକମାନେ ବ୍ୟବହାର କରିଥାନ୍ତି । ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ । ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ । ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସଫୁସ, ମୁଖ ଗହ୍ବର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଦେଇଥାଏ । ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ । ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି । ସେହିପରି କ୍ରମାଗତ ତମାଖୁ ସେବନ ଦ୍ବାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୋଇଥାଏ । ଯାହା ଫଳରେ ମନୁଷ୍ୟ ମୃତ୍ୟୁ ମୁଖରେ ମଧ୍ୟ ପଡିଥାଏ । ସେଥି ପାଇଁ ଏହାକୁ ନିରବ ଘାତକ ମଧ୍ୟ କୁହାଯାଏ ।

ଆଜିର ଥିମ୍

ଚଳିତ ବର୍ଷର ବିଶ୍ବ ତମାଖୁ ବର୍ଜନ ଦିବସ ର ଥିମ ହେଉଛି 'ପରିବେଶ ସୁରକ୍ଷା କରନ୍ତୁ' (ପ୍ରୋଟେକ୍ଟ ଦ ଏନଭାରେମେଣ୍ଟ) । ପରିବେଶ ଉପରେ ତମାଖୁ ସେବନର ଭୟଙ୍କର ପରିଣାମକୁ ଦୃଷ୍ଟିରେ ରଖି ଏହି ବିଷୟ ଚୟନ କରାଯାଇଛି ।

କେମିତି ରୋକି ହେବ ତମାଖୁ ସେବନ

ତମାଖୁ ସେବନର ଚିକିତ୍ସା ସମ୍ଭବ ଏବଂ ଏଥିପାଇଁ ଅନେକ ପ୍ରକାରର ଔଷଧ ଉପଲବ୍ଧ । ସଠିକ୍ ଚିକିତ୍ସା ଏବଂ ଇଚ୍ଛାଶକ୍ତି ଶକ୍ତି ଦ୍ବାରା ଜଣେ ତମାଖୁ ସେବନରୁ ମୁକ୍ତି ପାଇପାରିବ । ମାନସିକ ରୋଗ ବିଶେଷଜ୍ଞ କହିବା ଅନୁଯାୟୀ, ଚାପରୁ ମୁକ୍ତି ପାଇବା ପାଇଁ ଲୋକମାନେ ତମାଖୁ ସେବନ କରନ୍ତି ଏବଂ ଧୀରେ ଧୀରେ ସେମାନେ ଏହାକୁ ଅଭ୍ୟାସରେ ପରିଣତ କରିଦିଆନ୍ତି । ଯେତେବେଳେ ସେ ତମାଖୁ ସେବନ କରନ୍ତି ନାହିଁ, ସେତେବେଳେ ସେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଯଦି ଧୂମପାନ ନିଶାକୁ ଏଡ଼ାଇବା ପାଇଁ ଚାହୁଁଛନ୍ତି ତେବେ ନିଜକୁ ସବୁଦିନ କିଛି ନା କିଛି କାମରେ ବ୍ୟସ୍ତ ରଖନ୍ତୁ । ଏଥିସହ ସକାଳ ସମୟରେ ବ୍ୟାୟାମ କରନ୍ତୁ, ଯାହାଫଳରେ ଧୂମ୍ରପାନ କରିବାର ଇଚ୍ଛାକୁ ଏଡାଯାଇପାରିବ । ଏଥି ପାଇଁ ମହୁ ମଧ୍ୟ ବ୍ୟବହାର କରିପାରିବେ । ଧୂମ୍ରପାନ ଛାଡିବାକୁ ଚେଷ୍ଟା କରିବାବେଳେ, ପାଟିରେ କିଛି ଚୋବାଇବାର ଇଚ୍ଛାଥାଏ । ଏପରି ପରିସ୍ଥିତିରେ, ଆପଣ ଏକ ପାତ୍ର ସାଲାଡ୍ ଆପଣଙ୍କ ସହିତ ରଖିପାରିବେ । ଧୂମପାନ କରିବାର ଇଚ୍ଛାକୁ ଏଡାଇବା ପାଇଁ ଆପଣ ଚୁଇଙ୍ଗମ୍ ମଧ୍ୟ ଖାଇପାରିବେ । କମଳା, ଲେମ୍ବୁ, ଆମଲା ଏବଂ ଗୁଆ ଏବଂ ଆପଲ୍ ଖାଇ ତମାଖୁ ଅଭ୍ୟାସରୁ ମୁକ୍ତି ପାଇପାରିବେ ।

Last Updated : May 31, 2022, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.