ETV Bharat / bharat

ଟୀକାକରଣରେ ମହିଳା ଓ ଶିଶୁଙ୍କୁ ଅଧିକ ପ୍ରାଥମିକତା: ମମତା ବାନାର୍ଜୀ

author img

By

Published : Jun 24, 2021, 10:37 AM IST

ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହୋଇପାରନ୍ତି । 1ରୁ 12 ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଓ ମହିଳା ଅଧିକ ସଂକ୍ରମିତ ହେବାର ଭୟ ରହିଛି । ତେଣୁ ସେମାନଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଅଧିକ ପଢନ୍ତୁ...

Women With Young Children To Get Vaccine On Priority In Bengal: Mamata Banerjee
ଟୀକାକରଣରେ ମହିଳା ଓ ଶିଶୁଙ୍କୁ ଅଧିକ ପ୍ରାଥମିକତା :ମମତା ବାନାର୍ଜୀ

କୋଲକାତା: ସଂକ୍ରମଣ ବିରୋଧରେ ଜାରି ରହିଛି ଦେଶରେ ଟୀକାକରଣ । ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହୋଇପାରନ୍ତି । 1ରୁ 12 ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଓ ମହିଳା ଏଥିରେ ଅଧିକ ସଂକ୍ରମିତ ହେବାର ଭୟ ରହିଛି । ତେଣୁ ସେମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସେ ଏହା ମଧ୍ୟ କହିଛନ୍ତି ଯେ ଗୁରୁବାର ଠାରୁ ରାଜ୍ୟ ହାରାହାରି ଦିନକୁ ଅତି କମରେ ଚାରି ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବ । ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଟୀକାକରଣକୁ ଜୋରଦାର କରାଯିବ । ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । 1 ବର୍ଷରୁ 12 ବର୍ଷ ବୟର ଶିଶୁ ମାନଙ୍କୁ ସହ ସେମାନଙ୍କ ମାଆ ମାନଙ୍କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ । କାହିଁକିନା ମାଆ ମାନଙ୍କ ଠାରୁ ଶିଶୁ ମାନେ ଯେପରି ସଂକ୍ରମିତ ନ ହୁଅନ୍ତି । ସେଥିପାଇଁ ଏହାକୁ ଗୁରୁତ୍ବ ଦିଆଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ଦୁଇ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି। ରାଜ୍ୟରେ ଥିବା ମହିଳାମାନଙ୍କ ପାଇଁ ଅତି କମରେ 26,000 କୋଭିଡ ଚିକିତ୍ସା ପାଇଁ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେହିପରି 1ରୁ 12 ବର୍ଷ ମଧ୍ୟରେ ଶିଶୁ ମାନଙ୍କ ପାଇଁ 10 ହଜାର ସାଧାରଣ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ନବଜାତ ଶିଶୁ ମାନଙ୍କ କୋରୋନା ଚିକିତ୍ସା ପାଇଁ 20 ପ୍ରତିଶତ ବେଡ ସଂରକ୍ଷିତ ରଖାଯାଇଛି । ରାଜ୍ୟରେ ବୁଧବାର ଦିନ 38 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 17,475କୁ ବୃଦ୍ଧି ହୋଇଛି । ରାଜ୍ୟରେ 1,925 ନୂତନ ସଂକ୍ରମଣ ମାମଲା ପଞ୍ଜିକୃତ ହେବା ପରେ ଏହି ସଂଖ୍ୟା 14,87,363ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.