ETV Bharat / bharat

ଏହି ରାଜ୍ୟରେ ନାଇଟ ସିଫ୍ଟ କରିବେନି ମହିଳା

ଉତ୍ତରପ୍ରଦେଶ କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । କାହିଁକିନା ଏଥର ମହିଳାମାନଙ୍କୁ କର୍ମକ୍ଷେତ୍ରରେ କରିବାକୁ ପଡିବନି ନାଇଟ ସିଫ୍ଟ । ଏହା ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଲାଗୁ କରାଯିବ । ଅଧିକ ପଢନ୍ତୁ

UP Govt's New Women Safety Rules:ୟୁପିରେ ନାଇଟ ସିଫ୍ଟ କରିବେନି କର୍ମଜୀବୀ ମହିଳା

author img

By

Published : May 29, 2022, 9:51 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । କାହିଁକିନା ଏଥର ମହିଳାମାନଙ୍କୁ କର୍ମକ୍ଷେତ୍ରରେ କରିବାକୁ ପଡିବନି ନାଇଟ ସିଫ୍ଟ । ଏହା ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଲାଗୁ କରାଯିବ । ଏନେଇ ଯୋଗୀ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ସଂନ୍ଧ୍ୟା ୭ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ମଜୀବୀ ମହିଳାଙ୍କୁ କେହି ବାଧ୍ୟତାମୂଳକ ଭାବେ କାମ କରାଇ ପାରିବେ ନାହିଁ । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯଦି କୈଣସି ମହିଳାଙ୍କୁ କାର୍ଯ୍ୟାଳୟରେ ରାତିରେ କାମ କରିବାକୁ ପଡେ । ତେବେ ମହିଳାଙ୍କ ଠାରୁ ଲିଖିତ ଭାବେ ଅନୁମତି(employee's written consent) ଆଣିବାକୁ ପଡିବ ।

  • Uttar Pradesh | No female worker shall be bound to work without her written consent before 6am & after 7pm; to also be provided free transportation, food & sufficient supervision, if working during the aforementioned hours: Govt pic.twitter.com/b6cSOXnJm3

    — ANI UP/Uttarakhand (@ANINewsUP) May 28, 2022 " class="align-text-top noRightClick twitterSection" data=" ">

ସମ୍ପୃକ୍ତ ସଂସ୍ଥା ମହିଳାଙ୍କ ଯାତାୟତ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବା ସହ ସଂସ୍ଥାର ଗାଡି ମହିଳାଙ୍କୁ ସୁରକ୍ଷିତ ଭାବେ ଛାଡିବାର ବ୍ୟବସ୍ଥା କରିବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ, ନାଇଟ ସିଫ୍ଟ ସମୟରେ ମହିଳା କର୍ମଚାରୀଙ୍କୁ ମାଗଣା ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ । ନାଇଟ ସିଫ୍ଟ ସମୟରେ କାର୍ଯ୍ୟାଳୟରେ ଜଣେ ମହିଳା ଏକାକି କାର୍ଯ୍ୟ କରିପାରିବେ ନାହିଁ । ସୁରକ୍ଷା ପାଇଁ ଅତି କମରେ କାର୍ଯ୍ୟାଳୟରେ ୪ ଜଣ ମହିଳା ଏକା ସାଙ୍ଗରେ କାର୍ଯ୍ୟ କରିବେ । ପ୍ରତ୍ୟକ କାର୍ଯ୍ୟାଳୟରେ ମହିଳା ସୁରକ୍ଷା ପାଇଁ ଏକ କମିଟି ଗଠନ କରିବା ଆବଶ୍ୟକ । 2022-23 ୟୁପି ସରକାରଙ୍କ ବଜେଟର କିଛି ଦିନ ମଧ୍ୟରେ ଏହି ନୂତନ ନିୟମ ଆସିଛି । ଯାହା ରାଜ୍ୟରେ ମହିଳାଙ୍କୁ ଭଲ ଚାକିରି, ଭିତ୍ତିଭୂମି, ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଗୁରୁତ୍ବ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.