ଥିରୁଅନନ୍ତପୁରମ: ମହିଳାମାନେ ସବୁ କିଛି କରିପାରନ୍ତି । ଏଭଳି କିଛି ବାର୍ତ୍ତା ନେଇ ସାଇକେଲରେ ୨୨ଟି ଦେଶ ଯାତ୍ରା ଆରମ୍ଭ କରିବେ ଜଣେ ୨୩ ବର୍ଷୀୟ ଯୁବତୀ । ତେବେ ପଲକ୍କଡ ଓଟାପଲମର ବାସିନ୍ଦା ଅରୁଣିମା । ଯିଏକି ନିଜର ଯାତ୍ରା ଆରମ୍ଭ କରିସାରିଥିବା ବେଳେ ୨୨ଟି ଦେଶକୁ ଯିବା ପାଇଁ ୨୫୦୦୦ କିଲୋମିଟରରୁ ଅଧିକ ସାଇକେଲରେ ଯାତ୍ରା କରିବାକୁ ଯୋଜନା କରିଛନ୍ତି । ଏଥିସହ ତାଙ୍କର ଶେଷ ଯାତ୍ରା ଆଫ୍ରିକା ରହିବ ବୋଲି ସେ କହିଛନ୍ତି ।
ଅରୁଣିମା ପ୍ରଥମେ ନିଜର ପୈତୃକ ସ୍ଥାନରୁ ସାଇକେଲ ଯାତ୍ରା ଆରମ୍ଭ କରି ମୁମ୍ବାଇ ଯିବେ । ଏଥିସହ ମୁମ୍ବାଇରୁ ଓମାନ ଓ ପରେ ସେଠାରୁ ଅନ୍ୟଦେଶକୁ ଯିବା ପାଇଁ ସାଇକେଲ ଯାତ୍ରା ଆରମ୍ଭ କରିବେ । ଏନେଇ ଅରୁଣିମା କହିଛନ୍ତି , "ମୁଁ ବିଚାର କରିଛି ଯାତ୍ରା ସମୟରେ ଟେଣ୍ଟରେ ରହିବାକୁ । ଏଥିପାଇଁ ଟେଣ୍ଟରେ ରହିବାକୁ ସମସ୍ତ ସୁବିଧା ମଧ୍ୟ ରହିଛି ।"
ସେ ଆହୁରି ମଧ୍ୟ କହିଛନ୍ତି, ସେ ଏହି ଦେଶଗୁଡିକରେ ଏକୁଟିଆ ଯାତ୍ରା କରିବା ସମୟରେ ସମ୍ମୁଖୀନ ହେଉଥିବା ଅନେକ ବିପଦ ବିଷୟରେ ସେ ଭଲ ଭାବରେ ଜାଣିଛନ୍ତି । ଏନେଇ ସେ ଏକୁଟିଆ ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏଥିସହ ଦୁଇ ବର୍ଷ ମଧ୍ୟରେ ତାଙ୍କର ଏହି ଅଭିଯାନ ଶେଷ କରିବେ ବୋଲି କହିଥିବା ବେଳେ ତାଙ୍କ ପିତାମାତା ତାଙ୍କୁ ଏଥିପାଇଁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ