ନୂଆଦିଲ୍ଲୀ: ଦେଶ ଦିନକୁ ଦିନ ଅଗ୍ରଗତି କରୁଥିବା ବେଳେ ଲୋକଙ୍କ ହୀନ ମାନସିକତାରେ ଆସୁନି ପରିବର୍ତ୍ତନ । ଦିବ୍ୟାଙ୍ଗଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି । ଏହାସହିତ ସମସ୍ତ ମୌଳିକ ସୁବିଧା ମଧ୍ୟ ଯୋଗାଉଛନ୍ତି । କିନ୍ତୁ ରାଜଧାନୀରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅପମାନିତ କରାଯାଇଥିବା ଦେଖିବାକୁ ମିଳିଛି । ସେ ହ୍ବିଲ ଚେୟାରରେ ଦିଲ୍ଲୀର ଏକ ଲୋକପ୍ରିୟ ରେସ୍ତୋରାଁକୁ ଯାଇଥିବା ବେଳେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନାହିଁ ।
-
#WATCH | Gurugram based differently-abled woman Shrishti Pandey alleges to have been denied entry into Raasta Gurgaon in the cyber hub by saying that "wheelchair won't go inside, because it will disturb other customers" pic.twitter.com/M5fb6y5rih
— ANI (@ANI) February 13, 2022 " class="align-text-top noRightClick twitterSection" data="
">#WATCH | Gurugram based differently-abled woman Shrishti Pandey alleges to have been denied entry into Raasta Gurgaon in the cyber hub by saying that "wheelchair won't go inside, because it will disturb other customers" pic.twitter.com/M5fb6y5rih
— ANI (@ANI) February 13, 2022#WATCH | Gurugram based differently-abled woman Shrishti Pandey alleges to have been denied entry into Raasta Gurgaon in the cyber hub by saying that "wheelchair won't go inside, because it will disturb other customers" pic.twitter.com/M5fb6y5rih
— ANI (@ANI) February 13, 2022
ଏ ନେଇ ରବିବାର ଦିବ୍ୟାଙ୍ଗ ଯୁବତୀ ଶ୍ରୀଷ୍ଠି ପାଣ୍ଡେ କହିଛନ୍ତି ଯେ ତାଙ୍କୁ ପ୍ରଥମେ ରେସ୍ତୋରାଁରେ ଟେବୁଲ ଦିଆଯାଇନଥିଲା । ଏହାପରେ ସେମାନେ ଟେବୁଲ ସଂରକ୍ଷଣ (Reservation) ପାଇଁ କହିବା ପରେ ଶ୍ରୀଷ୍ଠିଙ୍କ ବନ୍ଧୁ ଓ ଭାଇ ଅନୁରୋଧ କରିବା ପରେ ମଧ୍ୟ ତାଙ୍କ କଥା ରେସ୍ତୋରାଁ କର୍ତ୍ତୃପକ୍ଷ ଶୁଣିନଥିବା ସେ କହିଛନ୍ତି । ଗୁରୁଗ୍ରାମରେ ଥିବା ଏହି ଲୋକପ୍ରିୟ ରେସ୍ତୋରାଁ Raastaରେ ଏଭଳି ଘଟଣା ଘଟିଥିବା ଯୁବତୀ ଅଭିଯୋଗ କରିଛନ୍ତି ।
ଶ୍ରୀଷ୍ଠି ଆହୁରି କହିଛନ୍ତି ଯେ ରେସ୍ତୋରାଁ ବାହାରେ ଅଧିକ ଥଣ୍ଡା ଅନୁଭୂତ ହେଉଥିଲା । ବାହାରେ ପଡ଼ିଥିବା ଟେବୁଲରେ ବସି ଖାଇବା ଦ୍ବାରା ତାଙ୍କ ଶରୀର ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିଲା । ତେବେ ତାଙ୍କୁ ଭିତରକୁ ନ ଛଡାଯିବା ତାଙ୍କ ପ୍ରତି ଅନ୍ୟାୟ ବୋଲି ସେ କହିଛନ୍ତି । କେବଳ ତାଙ୍କ ପ୍ରତି ନୁହେଁ ପୂର୍ବରୁ ଏପରି ପରିସ୍ଥିତିର ଶିକାର ହୋଇଛନ୍ତି ଅନେକ ଦିବ୍ୟାଙ୍ଗ । ଅନ୍ୟ ନାଗରିକଙ୍କ ପରି ତାଙ୍କର ମଧ୍ୟ ସମାନ ଅଧିକାର ରହିଛି । ଏହି ଅଧିକାରରୁ ତାଙ୍କୁ ବଞ୍ଚିତ କରାନଯାଉ ବୋଲି ସେ କହିଛନ୍ତି ।
ତେବେ ସୂଚନା ଥାଉ କି ଶ୍ରୀଷ୍ଠି ଦିଲ୍ଲୀ ୟୁନିଭର୍ସିଟିରେ ମନସ୍ତତ୍ତ୍ବ ବିଜ୍ଞାନ ବିଷୟରେ ସ୍ନାତକୋତ୍ତର ହାସଲ କରିଛନ୍ତି । ତେବେ ସେ ଏଭଳି ପରିସ୍ଥିତିର ପ୍ରତିଦିନ ସାମନା କରୁଛନ୍ତି ବୋଲି କହିଛନ୍ତି । ସେପଟେ ରେସ୍ତୋରାଁ ମାଲିକ ଗୌମତେଶ ସିଂ ଏ ନେଇ ରେସ୍ତୋରାଁ କର୍ମଚାରୀଙ୍କ ପକ୍ଷରୁ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହିତ ଆଗକୁ ଏପରି ଘଟଣା ଘଟିଲେ ଉକ୍ତ କର୍ମଚାରୀଙ୍କ ବିରୋଧରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।
@ANI