ETV Bharat / bharat

ସ୍ବାମୀ ଜେଲରେ ଥିବାରୁ ସନ୍ତାନ ସୁଖରୁ ବଞ୍ଚିତ ମହିଳା, ବେଲ ପାଇଁ କୋର୍ଟରେ କଲେ ଆବେଦନ - ମଧ୍ୟପ୍ରଦେଶ ହାଇକୋର୍ଟ

ସ୍ବାମୀ ଜେଲରେ ଥିବାରୁ ସନ୍ତାନ ପ୍ରାପ୍ତିର ସୁଖ ପାଇ ପାରୁନାହାନ୍ତି ମହିଳା । ସ୍ବାମୀର ବେଲ ପାଇଁ କୋର୍ଟରେ କଲେ ଆବେଦନ । ଅଧିକ ପଢନ୍ତୁ

MP High Court
MP High Court
author img

By ETV Bharat Odisha Team

Published : Nov 9, 2023, 11:29 AM IST

ଭୋପାଳ: ଶାରୀରିକ ସମ୍ପର୍କ ସହ ସନ୍ତାନ ପ୍ରାପ୍ତି ପାଇଁ ସ୍ବାମୀଙ୍କୁ ବେଲରେ ଆଣିବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ପତ୍ନୀ । ସ୍ବାମୀ ଜେଲ୍‌ରେ ଥିବାରୁ ସେ ଶାରୀରିକ ସମ୍ପର୍କ ରଖି ନପାରି ମାଆ ହେବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସ୍ବାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ କୋର୍ଟଙ୍କ ଅନୁମତି ମାଗିଛନ୍ତି ଜବଲପୁର ଖାଣ୍ଡୱାରର ଜଣେ 40 ବର୍ଷିୟ ମହିଳା । ମଧ୍ୟପ୍ରଦେଶ ହାଇକୋର୍ଟରେ ଏନେଇ ସେ ଏକ ପିଟିସନ ଦାଖଲ କରିଛନ୍ତି । ତାଙ୍କ ସ୍ବାମୀ ବର୍ତ୍ତମାନ ଇନ୍ଦୋର ଜେଲରେ ରହୁଛନ୍ତି । ଆଜିବନ ସଜା କାଟୁଥିବାରୁ ସେ ବାହାରକୁ ଆସିପାରିବେ ନାହିଁ । ମହିଳା ଜଣକ କହିଛନ୍ତି ଯେ, ସେ ମାଆ ହେବାକୁ ଚାହୁଁଛନ୍ତି କିନ୍ତୁ ସ୍ୱାମୀ ଜେଲ୍‌ରେ ଥିବାରୁ ଏହି ଅଧିକାର ତାଙ୍କଠାରୁ ଛଡ଼ା ଯାଉଛି ।

ମହିଳାଙ୍କ ଏହି ଆବେଦନକୁ ନେଇ କୋର୍ଟରେ ଆଡଭୋକେଟ୍ ବସନ୍ତ ଡାନିଏଲ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ସନ୍ତାନ ପ୍ରାପ୍ତି ପାଇଁ ଅଧିକାର ରହିଛି ଏବଂ ସେ ତାଙ୍କର ବଂଶକୁ ଆଗକୁ ବଢ଼ାଇ ପାରିବେ । ମହିଳାଙ୍କୁ 40 ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାମୀ ଗତ 7 ବର୍ଷ ହେଲା ଜେଲ୍‌ରେ ସଜା କାଟୁଛନ୍ତି । ତାଙ୍କୁ ଭାରତୀୟ ଦଣ୍ଡସଂହିତାର ଧାରା 351 ଏବଂ 302 ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏଭଳି ପରିସ୍ଥିତିରେ ଜେଲ୍‌ରୁ ବାହାରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଯାହା ଫଳରେ ମୋ'ଠାରୁ ମାଆ ହେବାର ଅଧିକାର ଛଡାଇ ନିଆ ଯାଉଛି ବୋଲି ମହିଳା ଜଣଙ୍କ କୋର୍ଟରେ କହିଛନ୍ତି । ଧାରା 21 ଅନୁଯାୟୀ ମୋର ବଂଶକୁ ବଢାଇବାର ମୋର ଅଧିକାର ରହିଛି । ତେଣୁ ମୋତେ ମୋ ସ୍ୱାମୀଙ୍କ ସହ ସମ୍ବନ୍ଧ ରଖି ସନ୍ତାନ ପ୍ରାପ୍ତି କରିବାର ସୁଯୋଗ ଦିଆଯିବା ଉଚିତ୍ । ସେପଟେ ଅଡଭୋକେଟ ସନ୍ତୋଷ କଠର କହିଛନ୍ତି ଯେ, ମହିଳାଙ୍କ ବୟସ ଅଧିକ ହୋଇଛି, ସେ ବର୍ତ୍ତମାନ ଆଉ ମାଆ ହୋଇପାରିବେ ନାହିଁ । ତେଣୁ ମହିଳାଙ୍କ ତରଫରୁ ଜାରି ହୋଇଥିବା ପିଟିସନରେ ସେ କୌଣସି ପ୍ରକାର ସାହାଯ୍ୟ ପାଇପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନ ହାଇକୋର୍ଟରେ ଏକାଠି ବିଚାର କରିବେ ବିଚାରପତି ଦମ୍ପତି

ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ

ଜଷ୍ଟିସ ବିବେକ ଅଗ୍ରୱାଲ ଏହି ମାମଲାର ଶୁଣାଣି କରି ମହିଳାଙ୍କୁ ମେଡିକାଲରେ ଯାଞ୍ଚ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ମା ହେବାର କ୍ଷମତା ଅଛି କି ନାହିଁ ସେନେଇ ଡାକ୍ତରୀ ପରୀକ୍ଷା କରାଯିବ । ଜବଲପୁରରେ ଥିବା ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜରେ ପାଞ୍ଚ ଜଣିଆ ଡାକ୍ତରଙ୍କ ଟିମ୍ ଦ୍ୱାରା ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଶୁଣାଣି କରାଯିବ । ସାଧାରଣତ 40ରୁ 45 ବର୍ଷ ବୟସରେ ମହିଳା ମାନଙ୍କଠାରେ ମେନୋପାଜର ସାମ୍ନା କରନ୍ତି । ଯେଉଁଥିରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ଏପରି ପରିସ୍ଥିତିରେ ମହିଳାମାନେ ମାଆ ହେବାରୁ ବଞ୍ଚିତ ହୁଅନ୍ତି । ତେଣୁ ଆବେଦନ କରିଥିବା ମହିଳାଙ୍କ ଡାକ୍ତରୀ ରିପୋର୍ଟ ପାଇଁ କୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର 22ରେ ହେବ ।

କେବଳ ପ୍ରସବ ପାଇଁ ସମ୍ପର୍କ

ଆଡଭୋକେଟ୍ ବସନ୍ତ ଡାନିଏଲ୍ କହିଛନ୍ତି ଯେ, ଯାହା ଜଣାପଡୁଛି ଡାକ୍ତରୀ ରିପୋର୍ଟ ଆସିବା ପରେ କୋର୍ଟ ତାଙ୍କ ଓକିଲଙ୍କ ସପକ୍ଷରେ ନିଷ୍ପତ୍ତି ନେଇପାରନ୍ତି । ଏଭଳି ପରିସ୍ଥିତିରେ ସନ୍ତାନ ପ୍ରାପ୍ତି ପାଇଁ ପ୍ରାକୃତିକ ଅପେକ୍ଷା ବିକଳ୍ପ ପଦ୍ଧତି ମଧ୍ୟ ଆପଣାଯାଇପାରେ । ଧାରା 21 ପ୍ରତ୍ୟେକ ପୁରୁଷ କିମ୍ବା ମହିଳାଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ଅଧିକାର ରହିଛି । ଏଥିପାଇଁ ଦମ୍ପତିଙ୍କର ଶାରୀରିକ ସମ୍ପର୍କ ରଖିପାରିବେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣିରେ କୋର୍ଟ ନିଷ୍ପତ୍ତି ନେବେ । ଜେଲରେ ଥିବା ବ୍ୟକ୍ତି ପାରୋଲରେ ଆସି ମଧ୍ୟ ପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.