ETV Bharat / bharat

ଅନ୍ଧବିଶ୍ବାସର ବଶବର୍ତ୍ତୀ : ମୃତ ବାପାକୁ ଜୀବିତ କରିବା ପାଇଁ ନବଜାତ ଶିଶୁକୁ ବଳି ଉଦ୍ୟମ, ଗିରଫ ପରେ ଓଗାଳିଲେ ସତ - ଅନ୍ଧବିଶ୍ବାସର ବଶବର୍ତ୍ତୀ

ଦକ୍ଷିଣ ପୂର୍ବ ଦିଲ୍ଲୀରୁ ଆସିଛି ଏକ ଅଜବ ଖବର । ଜଣେ 25 ବର୍ଷୀୟା ମହିଳା ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୨ ମାସର ନବଜାତ ଶିଶୁକୁ ଅପହରଣ କରିଛନ୍ତି । ତେବେ ମୃତ ଲୋକକୁ ଜୀବିତ କରିବା ପାଇଁ ନବଜାତ ଶିଶୁକୁ ବଳି ଦେବାକୁ ଉଦ୍ୟମ କରିବା ବେଳେ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଅନ୍ଧବିଶ୍ବାସର ବଶବର୍ତ୍ତୀ : ମୃତ ଲୋକକୁ ଜୀବିତ କରିବା ପାଇଁ ନବଜାତ ଶିଶୁକୁ ବଳି ଉଦ୍ୟମ, ଗିରଫ ପରେ ଓଗାଳିଲେ ଘଟଣାର ସତ

author img

By

Published : Nov 12, 2022, 10:43 PM IST

Updated : Nov 12, 2022, 11:00 PM IST

ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ଦିଲ୍ଲୀରୁ ଆସିଛି ଏକ ଅଜବ ଖବର । ଜଣେ 25 ବର୍ଷୀୟା ମହିଳା ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୨ ମାସର ନବଜାତ ଶିଶୁକୁ ଅପହରଣ କରିଛନ୍ତି(kidnapped newborn child in delhi )। ତେବେ ପଚାରିବାରୁ ଜଣାପଡ଼ିଥିଲା ଯେ ଶିଶୁକୁ ଅପହରଣ କରିବାର କାରଣ ଯେ ଶିଶୁକୁ ବଳି ପକାଇଲେ ମୃତ ବାପାକୁ ପୁଣିଥରେ ଜୀବିତ ଅବସ୍ଥାରେ ଫେରିପାଇବେ ମହିଳା ଜଣକ । ଏହି ଘଟଣାପରେ ପୋଲିସ ତୁରନ୍ତ ମହିଳାଙ୍କୁ ଗିରଫ କରିବା ସହ ନବଜାତ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

ଏନେଇ ଡିସିପି ଇଶା ପାଣ୍ଡେ କହିଛନ୍ତି ଯେ ନଭେମ୍ବର 10 ଗୁରୁବାର ଦିନ ଅପରାହ୍ନ 4 ଟା ସମୟରେ ଅମର କଲୋନୀ ପୋଲିସ ଷ୍ଟେସନରୁ ଏକ ଛାତି ଥରାଇଲା ଭଳି ସୂଚନା ମିଳିଥିଲା । ଜଣେ ମହିଳା ନିକଟସ୍ଥ ଅଞ୍ଚଳରୁ ପ୍ରାୟ ଦୁଇ ମାସର ଜଣେ ଶିଶୁକୁ ଅପହରଣ କରି ନେଇଥିଲେ । ଏ ସମ୍ପର୍କରେ ଶିଶୁର ମାଆ ପୋଲିସକୁ କହିଛନ୍ତି ଯେ ଅପହରଣ କରିଥିବା ମହିଳା ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭେଟିଥିଲେ । ନିଜକୁ ମାଆ ଏବଂ ଶିଶୁ ଯତ୍ନ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓର ସଦସ୍ୟ ବୋଲି ପରିଚୟ ଦେଇଥିଲେ । ସେଠାରେ ମୋର ଏବଂ ମୋ ଶିଶୁର ଯତ୍ନ ନେବାସହ ଅନେକ ପରାମର୍ଶ ଦେଉଥିଲେ ।

ଏହି କ୍ରମରେ ମହିଳା ଜଣକ ଗୁରୁବାର ଦିନ ତାଙ୍କ ଘରକୁ ଆସି ନିକଟସ୍ଥ କେନ୍ଦ୍ରରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିବା ନାମରେ ପିଲାଟିକୁ ସାଙ୍ଗରେ ନେଇଯାଇଥିଲେ । ସାଙ୍ଗରେ ଶିଶୁର ମାଆ ନିଜର 21 ବର୍ଷର ଭଣଜା ରିତୁଙ୍କୁ ମଧ୍ୟ ପଠାଇଥିଲେ । ଏହା ପରେ ଅଭିଯୁକ୍ତ ରିତୁ ଶିଶୁ ପୁତ୍ରକୁ ତାଙ୍କ କାରରେ ବସାଇ ନେଇଥିଲା । ହେଲେ ଅଧା ବାଟରେ, ମହିଳା ଜଣକ ରିତୁକୁ ଏକ ବିଷାକ୍ତ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ଫଳରେ ରିତୁ ଚେତା ହରାଇ ବସିଥିଲେ । ପରେ ଅପହରଣକାରୀ ରିତୁଙ୍କୁ ଗାଜିଆବାଦ, ୟୁପି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା । କିଛି ସମୟ ପରେ ରିତୁଙ୍କ ଚେତା ଫେରିବା ପରେ ପରିବାର ଲୋକଙ୍କ ସହ ଯୋଗଯୋଗ କରିଥିଲେ । ଏହାସହ ଘଟଣା ସମ୍ପର୍କରେ ନିଜ ପରିବାରକୁ ଜଣାଇଥିଲେ ।

ଏହାପରେ ପରିବାର ଲୋକେ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେମାନେ ଆଖପାଖର ସିସିଟିଭି ଫୁଟେଜକୁ ଖୋଜି ଅପହରଣକାରୀଙ୍କ କାରର ନମ୍ବର ଜାଣିପାରିଥିଲେ । ଗାଡି ନମ୍ବର ସାହାଯ୍ୟରେ ପୋଲିସ ମହିଳାଙ୍କ ଘରର ଠିକଣା ପାଇଥିଲା । ତେବେ ସେ ସେହି ସ୍ଥାନରେ ପହଞ୍ଚିବା ପରେ ଶିଶୁଟିର କୌଣସି ପତ୍ତା ମିଳିନଥିଲା । ଏହି ସମୟରେ ପୋଲିସ ସୂଚନାଦାତାଙ୍କ ଠାରୁ ଜାଣିବାକୁ ପାଇଲା ଯେ ଶୁକ୍ରବାର ଭୋର 4 ଟା ସମୟରେ କୋଟଲା ମୁବାରକପୁରର ଆର୍ଯ୍ୟ ସମାଜ ମନ୍ଦିରକୁ ଶିଶୁକୁ ନେଇକି ଯିବେ । ଏହାପରେ ପୋଲିସ ଉକ୍ତ ସ୍ଥାନରେ ଚଢ଼ଉ କରି ମହିଳାକୁ ଗିରଫ କରିବା ସହ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।

ଅପହରଣକାରୀ ମହିଳା ଜଣକ ହେଉଛନ୍ତି କୋଟଲା ମୁବାରକପୁରର ଶ୍ବେତା(୨୫) । ପୋଲିସର ପଚରାଉଚରା ବେଳେ ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ପିତାଙ୍କର ଗତ ମାସରେ ମୃତ୍ୟୁ ଘଟିଛି । ତାଙ୍କର ଅନ୍ତିମ ସଂସ୍କାର ସମୟରେ ସେ ଜାଣିବାକୁ ପାଇଲେ ଯେ ସମାନ ଲିଙ୍ଗର ସନ୍ତାନକୁ ବଳି ଦେଲେ ତାଙ୍କ ପିତାଙ୍କୁ ଜୀବନ୍ତ କରିପାରିବେ । ଏହି ଅନ୍ଧବିଶ୍ବାସକୁ କାର୍ଯ୍ୟକାରୀ କରିବା ପାଇଁ ସେ ଉକ୍ତ ଅଞ୍ଚଳରେ ଏକ ନବଜାତ ଶିଶୁକୁ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ସଫଦରଜଙ୍ଗ ହସ୍ପିଟାଲର ମାଆ ଏବଂ ଶିଶୁ ବିଭାଗରେ ଏହି ନବଜାତ ଶିଶୁର ମାଆଙ୍କୁ ଭେଟିଥିଲେ । ସେଠାରେ ଛୁଆଟିକୁ ଦେଖି ଅପହରଣର ଷଡଯନ୍ତ୍ର ରଚିଥିଲେ ।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଶ୍ବେତାଙ୍କର ମଧ୍ୟ ଅତୀତରେ ଅପରାଧିକ ରେକର୍ଡ ରହିଛି । ଶ୍ବେତା ୯ମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ତେବେ ପୂର୍ବରୁ ମଧ୍ୟ ଶ୍ବେତାଙ୍କ ନାଁରେ ବହୁ ଚୋରି ଓ ଡକାୟତି ଅଭିଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 12, 2022, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.