ETV Bharat / bharat

4 ଶିଶୁ ପ୍ରସବ କଲେ ମହିଳା: 3 ମୃତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଏକାକାଳୀନ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା । କିଛି ସମୟ ମଧ୍ୟରେ 3 ମୃତ ଓ ଜଣେ ସଙ୍କଟାପନ୍ନ ଶିଶୁ ଶ୍ରୀନଗର ସ୍ଥାନାନ୍ତରିତ । ସ୍ପେଶାଲ ମେଡିକାଲ ଟିମ୍‌ ଜାରି ରଖିଛି ଚିକିତ୍ସା । ଅଧିକ ପଢନ୍ତୁ

କାଶ୍ମୀରରେ ଏକକାଳୀନ 4 ସନ୍ତାନ ପ୍ରସବ କଲେ ମହିଳା

author img

By ETV Bharat Odisha Team

Published : Oct 23, 2023, 7:23 PM IST

ଶ୍ରୀନଗର: ଉତ୍ତର କାଶ୍ମୀର କୁପୱାରାରେ ଜଣେ ମହିଳା ଏକକାଳୀନ 4 ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ମାତ୍ର ଜନ୍ମର କିଛି ସମୟ ମଧ୍ୟରେ 3 ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି । ଅବଶିଷ୍ଟ ଜଣେ ଶିଶୁର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ତାକୁ ଶ୍ରୀନଗର ସ୍ଥିତ ମେଡିକାଲ ଇନଷ୍ଟିଚ୍ଯୁୁଟକୁ ସ୍ଥାନାନ୍ତରିତ କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି ନବଜାତ ଶିଶୁର ଚିକିତ୍ସା ଜାରି ରଖିଛନ୍ତି ।

ସୂଚନା ଅନୁସାରେ, କୁପୱାରାର ସ୍ଥାନୀୟ ବାସିନ୍ଦା ସଫକ ଭଟ୍ଟଙ୍କ ପତ୍ନୀ ଖଲିଦା ସ୍ଥାନୀୟ ସବ-ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଏକକାଳୀନ 4 ଶିଶୁଙ୍କୁ ଜନ୍ମ ଦେଇଥିଲେ । ମାତ୍ର କିଛି ମିନିଟ ବ୍ୟବଧାନରେ 4 ଶିଶୁ ଜନ୍ମଗ୍ରହଣ କରିଥିଲେ । ଏଥିମଧ୍ୟରେ 3 ଜଣ ପୁତ୍ର ଓ ଜଣେ କନ୍ୟା ସନ୍ତାନ ଥିଲେ । ହେଲେ ଏହି ନବଜାତ ଶିଶୁମାନେ ଶାରୀରିକ ଭାବେ ସମ୍ପର୍ଣ୍ଣ ପରିପକ୍ବ ହୋଇନଥିଲେ । ସେମାନଙ୍କ ଶରୀରର ଓଜନ ସ୍ବାଭାବିକ ଠାରୁ ଯଥେଷ୍ଟ କମ ଥିବା ବେଳେ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥିଲା । ଜନ୍ମର ମାତ୍ର କିଛି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରୁ 3 ଜଣ ଆଖି ବୁଜିଥିଲେ । ଅବଶିଷ୍ଟ ଜଣେ ଶିଶୁକୁ ଶ୍ରୀନଗର ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ଜୀବିତ ଥିବା ଶିଶୁଟି ଏକ କନ୍ୟା ସନ୍ତାନ ବୋଲି ଜଣାପଡିଛି । ଉଭୟ ମହିଳା ଓ ଏହି ନବଜାତ ଶିଶୁକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଚିକିତ୍ସା ଜାରି ରଖିଛି । ଶିଶୁର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅପଡେଟ ମିଳିନି ।

ଏହା ମଧ୍ୟ ପଢନ୍ତୁ :- Cyber Fraud: ରାୟପୁର ପୋଲିସର ନିଆରା ପ୍ରୟାସ, ରାସ୍ତାକଡ଼ରେ ସଚେତନତା ବାର୍ତ୍ତା ବାଣ୍ଟିଲା 'ସାଇବର ରାବଣ'

ତେବେ ଏପରି ସ୍ଥିତିରେ ଜନ୍ମିତ ଶିଶୁଙ୍କ ଜୀବିତ ରହିବା ବେଶ ଆହ୍ବାନପୂର୍ଣ୍ଣ ହୋଇଥାଏ । ଏକାଧିକ ଶିଶୁ ଏକାଧିକ ଶିଶୁ ଜନ୍ମଗ୍ରହଣ କରିବା ପରେ ଉଭୟ ମା’ ଓ ଶିଶୁଙ୍କ ପ୍ରତି ବିପଦ ରହିଥାଏ । ଦୁଇରୁ ଅଧିକ ଶିଶୁ ଏକକାଳୀନ ଜନ୍ମ ନେବା ମାମଲାରେ ଏକାଧିକ ଶିଶୁଙ୍କର ମୃତ୍ୟୁ ହୋଇଯିବାର ଅଂଧିକାଂଶ ନଜିର ରହିଛି । ତେବେ କିଛି ମାମଲାରେ ଶାରୀରିକ ଭିନ୍ନକ୍ଷମ କିମ୍ବା ବିକୃତ ଶିଶୁ ମଧ୍ୟ ଜନ୍ମ ନେଇଥାନ୍ତି । ଏପରି ବିରଳ ଶିଶୁଙ୍କ କ୍ଷେତ୍ରରେ ଜୀବିତ ରହିବା ହାର ମଧ୍ୟ ବେଶ କମ ।

ଏହା ମଧ୍ୟ ପଢନ୍ତୁ:- ଅମଲାତନ୍ତ୍ର ଏବେ BJPର ପ୍ରଚାର ଶାଖା କହିଲେ ଖଡଗେ, ଜବାବ ରଖିଲେ ନଡ୍ଡା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.