ETV Bharat / bharat

ବାପଘର ଛାଡିବାକୁ କହିବାରୁ ଦାନ୍ତରେ ସ୍ୱାମୀର ଜିଭକୁ କାଟିଲା ସ୍ତ୍ରୀ - ସାମାନ୍ୟ ବଚସାକୁ ନେଇ ସ୍ବାମୀର ଜିଭକୁ କାଟିଲା ସ୍ତ୍ରୀ

ପାରିବାରିକ କଳହକୁ ନେଇ ଲକ୍ଷ୍ନୌରେ ଦାନ୍ତରେ ସ୍ବାମୀର ଜିଭକୁ କାଟିଲା ସ୍ତ୍ରୀ । ଏନେଇ ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣକ ମେଡିକାଲରେ ଭର୍ତ୍ତି। ଅଧିକ ପଢନ୍ତୁ

wife cut off her husband tongue
wife cut off her husband tongue
author img

By

Published : Jan 27, 2023, 10:14 PM IST

ଲକ୍ଷ୍ନୌ: ସାମାନ୍ୟ ବଚସାକୁ ନେଇ ସ୍ବାମୀର ଜିଭକୁ କାଟିଲା ସ୍ତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌର ଠାକୁରଙ୍ଗଜରେ। ଦୀର୍ଘ ବର୍ଷ ଧରି ଠାକୁରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ପତ୍ନୀ ନିଜ ବାପଘରେ ରହୁଥିଲେ। ହେଲେ ଶୁକ୍ରବାର ଦିନ ସ୍ୱାମୀ ଯେତେବେଳେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ନେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସ୍ତ୍ରୀ ଆସିବାକୁ ମନା କରିଦେଇଥିଲା ତେଣୁ ଦୁହିଁଙ୍କ ମଧ୍ୟରେ ବିବାଦ ବଢିବାକୁ ଲାଗିଥିଲା। ଏନେଇ କ୍ରୋଧିତ ହୋଇ ସ୍ତ୍ରୀ ନିଜର ଦାନ୍ତରେ ସ୍ୱାମୀଙ୍କ ଜିଭକୁ କାମୁଡ଼ିଥିଲେ। ଯାହାଫଳରେ ତାଙ୍କ ଜିଭ କଟିକି ତଳେ ପଡିଯାଇଥିବା ଶୁଣିବାକୁ ମିଳୁଛି। ତେବେ ଏନେଇ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ତେବେ ପୋଲିସର ସୂଚନା ମୁତାବକ, ଦୀର୍ଘ ବର୍ଷ ପୂର୍ବେ ମୁନ୍ନାର ବିବାହ ଠାକୁରଗଞ୍ଜ ଥାନା ଅଞ୍ଚଳରେ ରହୁଥିବା ସଲମା ନାମ ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ହିଁ ସେମାନଙ୍କ ଭିତରେ ପାରିବାରିକ କଳହ ଦେଖିବାକୁ ମିଳିଥିଲା। ଯେଉଁଥି ପାଇଁ ସଲମା ରାଗିଯାଇ ପିଲାମାନଙ୍କୁ ନେଇ ନିଜ ଘରେ ଯାଇ ରହୁଥିଲେ।

ଅନେକ ଥର ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା କିନ୍ତୁ ପତ୍ନୀ ତାଙ୍କ ଶାଶୁ ଘରକୁ ଯିବାକୁ ମନା କରିଦେଇଥିଲେ । ଏନେଇ ସ୍ୱାମୀ ମୁନ୍ନା ତାଙ୍କ ପିଲାମାନଙ୍କୁ ଭେଟିବା ପାଇଁ ଶୁକ୍ରବାର ସକାଳେ ତାଙ୍କ ପତ୍ନୀଙ୍କ ଘରକୁ ଯାଇଥିଲେ। ହେଲେ ପତ୍ନୀ ପିଲାମାନଙ୍କୁ ଭେଟିବାକୁ ମନା କରିଦେଇଥିଲେ।କିନ୍ତୁ ଏନେଇ ମୁନ୍ନା ସେମାନଙ୍କୁ ଭେଟିବାକୁ ଜିଦ୍ କରିବାରୁ ଦୁହିଁଙ୍କ ମଧ୍ୟରେ କଳହ ଲାଗିଥିଲା। ଏହି ସମୟରେ ସଲମା ରାଗିଯାଇ ସ୍ୱାମୀଙ୍କ ଜିଭକୁ ଦାନ୍ତରେ କାଟି ଦେଇଥିଲେ। ଏହା ପରେ ମୁନ୍ନା ଆହତ ହୋଇ ସେଠାରେ ପଡ଼ିଯାଇଥିଲେ।

ଏହା ମଧ୍ୟ ପଢନ୍ତୁ- ପାନୀୟ ଜଳ ସମସ୍ୟା: ରାଜରାସ୍ତାକୁ ଓହ୍ଲାଇଲେ ରାଷ୍ଟ୍ରପତିଙ୍କ ୱାର୍ଡର ବାସିନ୍ଦା

ଅନ୍ୟପଟେ ଏସଡିପିଓ ପଶ୍ଚିମ ଚିରଞ୍ଜୀବ ନାଥ ସିଂ କହିଛନ୍ତି ଯେ, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା। ଏନେଇ ସେମାନେ ଦୁହେଁ ଅଲଗା ହେବା ସହ ସ୍ତ୍ରୀ ତା ର ପିଲାଙ୍କୁ ନେଇ ବାପଘରେ ରହୁଥିଲା। ହେଲେ ଶୁକ୍ରବାର ସକାଳେ ସ୍ବାମୀ ପିଲାମାନଙ୍କୁ ଦେଖା କରିବାକୁ ସ୍ତ୍ରୀ ର ଘରକୁ ଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରେ ଝଗଡା କାରଣରୁ ସ୍ତ୍ରୀ ନିଜ ଦାନ୍ତରେ ସ୍ବାମୀର ଝିଭ କାଟିଦେଇଥିଲା।ଯାହାଦ୍ବାରା ଜିଭ କଟିକି ବାହାରକୁ ଆସିଯାଇଥିଲା। ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.