ETV Bharat / bharat

TOYCATHON 2021; ‘ସାହସ ଓ ଉତ୍ସାହ ଥିଲେ ସମୃଦ୍ଧି ସୁନିଶ୍ଚିତ’ - courage

ଟୟକାଥନ 2021ରେ ଅଶଂଗ୍ରହଣକାରୀଙ୍କ ସହିତ ଆଲୋଚନା କରି ମୋଦି କହିଛନ୍ତି ପ୍ରଥମ ଟୟକାଥନ ସଙ୍ଗୀତ ପୁରାତନ ଭାରତ ବିଶ୍ବାସ ରଖେ ଯେ ଯେଉଁଠାରେ ସାହସ ଓ ଉତ୍ସାହ ଅଛି ସେହିଠାରେ ସମୃଦ୍ଧତା ନିଶ୍ଚିତ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : Jun 24, 2021, 2:06 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୟକାଥନ 2021ରେ ଅଶଂଗ୍ରହଣକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମୋଦି କହିଛନ୍ତି ପ୍ରଥମ ଟୟକାଥନ ସଙ୍ଗୀତ ପୁରାତନ ଭାରତ ବିଶ୍ବାସ ରଖେ ଯେ ଯେଉଁଠାରେ ସାହସ ଓ ଉତ୍ସାହ ଅଛି ସେହିଠାରେ ସମୃଦ୍ଧତା ନିଶ୍ଚିତ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ପ୍ରଥମ ଥର ପାଇଁ 1,500ରୁ ଅଧିକ ଦଳ ଟୟକାଥନ ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି । ଯାହା ଏକ ଉଜ୍ବଳ ଭବିଷ୍ୟତକୁ ସୂଚାଉଛି ବୋଲି କହିଛନ୍ତି ମୋଦି । ସେ ଆହୁରି କହିଛନ୍ତି ଦେଶର ଅର୍ଥନୀତି ଉପରେ ଖେଳନା ଏବଂ ଖେଳର ବିଶେଷ ପ୍ରଭାବ ରହିଛି । ଏହା ସହିତ ଲୋକଙ୍କ ଲୋକଙ୍କ ମାନସିକତା ଏବଂ ସୃଜନଶୀଳତା ଉପରେ ପ୍ରଭାବ ପକାଇଛି । ଯାହା ଉପରେ ଆଲୋଚନା କରିବାର ନିହାତି ଆବଶ୍ୟକତା ରହିଛି ।

ବିଶ୍ବରେ ଖେଳନା ଏବଂ ଖେଳ ଟଏଇକୋନୋମିର ଏକ ଦିଗ । ଗ୍ଲୋବାଲ୍ ଖେଳନା ବଜାରର ମୂଲ୍ୟ ପ୍ରାୟ 100 ବିଲିୟନ ଡ଼ଲାର୍ | ସେଥି ମଧ୍ୟରୁ ଭାରତ ପ୍ରାୟ 1.5 ବିଲିୟନ ଡଲାରର ଅବଦାନ ରହିଛି ଆମକୁ ପରିସ୍ଥିତି ପରିବର୍ତ୍ତନ କରିବାକୁ ପଡିବ ବୋଲି କହିଛନ୍ତି ପିଏମ ମୋଦି । ଆଜି ଭାରତ ଏହାର 80 ପ୍ରତିଶତ ଖେଳନା ଆମଦାନୀ କରୁଛି । ଏହାର ଅର୍ଥ ଦେଶର କୋଟି କୋଟି ଟଙ୍କା ବାହାରକୁ ଯାଉଛି ।

ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ ମନ୍ତ୍ରଣାଳୟ, ଡିପିଆଇଆଇଟି, ବୟନ ଶିଳ୍ପ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଏଆଇସିଟିଇ ମିଳିତ ଭାବେ ଜାନୁୟାରୀ ୫, ୨୦୨୧ରେ ଟୟକାଥନ-୨୦୨୧ର ଶୁଭାରମ୍ଭ କରିଥିଲେ । ଟୟକାଥନ -2021 ଭାରତରେ ଖେଳନା ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି, ଯାହାଫଳରେ ଖେଳନା ବଜାରର ଏକ ବ୍ୟାପକ ଅଂଶରେ ଭାରତ ଅଗ୍ରଣୀ ହୋଇପାରିବ । ଯେଉଁଥିରେ ଖେଳନା ଉତ୍ପାଦନ ତଥା ଆନୁସଙ୍ଗିକ ଚିନ୍ତାଧାରା ପାଇଁ ଭାରତକୁ ଏକ ହବ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.