ETV Bharat / bharat

ଟ୍ରେନରେ ମିଳିଲାନି ଗରମ ପାଣି, ମୋବାଇଲ ଚାର୍ଜିଂ ପଏଣ୍ଟରେ ଇଲେକ୍ଟ୍ରିକ କେଟିଲ ଲଗାଇ ଯାତ୍ରୀ ଗିରଫ

author img

By ETV Bharat Odisha Team

Published : Jan 14, 2024, 10:49 PM IST

electric kettle installed in train mobile charging point: ଟ୍ରେନର ମୋବାଇଲ ଚାର୍ଜିଂ ପଏଣ୍ଟରେ ଇଲେକ୍ଟ୍ରିକ କେଟିଲ ଲଗାଇ ଯାତ୍ରୀ ଗିରଫ । ପଢନ୍ତୁ ପୁରା ଘଟଣା

ଟ୍ରେନରେ ମିଳିଲାନି ଗରମ ପାଣି: ମୋବାଇଲ ଚାର୍ଜିଂ ପଏଣ୍ଟରେ ଇଲେକ୍ଟ୍ରିକ କେଟିଲ ଲଗାଇ ଯାତ୍ରୀ ଗିରଫ

ଲକ୍ଷ୍ନୌ: ରେଳ ଯାତ୍ରା ବେଳେ କେତେବେଳେ ରେଳବାଇର ଅବ୍ୟବସ୍ଥା, ତ କେତେବେଳେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ପ୍ରାୟତଃ ଦେଖିବାକୁ ମିଳେ । ତେବେ ସେହିପରି ଏକ ଘଟଣା ଉତ୍ତର ପ୍ରଦେଶ ଅଲିଗଡରେ ଦେଖିବାକୁ ମିଳିଛି । ଟ୍ରେନରେ ଗରମ ପାଣି ଉପଲବ୍ଧ ନଥିବାରୁ ମୋବାଇଲ ଚାର୍ଜିଂ ପଏଣ୍ଟରେ ଇଲେକ୍ଟ୍ରିକ୍‌ କେଟିଲ ଲଗାଇ ଜଣେ ଯାତ୍ରୀ ପାଣି ଗରମ କରିଛନ୍ତି । ଏପରି କରିଥିବା ଯାତ୍ରୀଙ୍କୁ ରେଳବାଇ ପୋଲିସ ଗିରଫ କରିଛି । ହେଲେ ଏହି ଯୁବକଜଣଙ୍କୁ ଜେରା କରିବା ପରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ କେବଳ ସମ୍ପୃକ୍ତ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ନୁହେଁ ବରଂ ରେଳବାଇର ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଛି ।

ଯୁବକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ମହାବିଧି ଏକ୍ସପ୍ରେସର ଏମ-୨ କୋଚରେ ଜଣେ 70 ବର୍ଷୀୟା ଅସୁସ୍ଥ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ତାଙ୍କ ସମ୍ପର୍କୀୟ ଦିଲ୍ଲୀ ନେଉଥିଲେ । ମହିଳାଜଣକ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଔଷଧ ଖାଇବା ପାଇଁ ଗରମ ପାଣିର ଦରକାର ପଡିଥିଲା । ବୃଦ୍ଧାଙ୍କ ସମ୍ପର୍କୀୟ ଟ୍ରେନର ପେଣ୍ଟ୍ରି କାର୍ କର୍ମଚାରୀଙ୍କୁ ଗରମ ପାଣି ମାଗିଥିଲେ । ହେଲେ ସେତେବେଳେ ଗରମ ପାଣି ମିଳିପାରିବ ନାହିଁ ବୋଲି ପ୍ୟାଣ୍ଟ୍ରି କର୍ମଚାରୀ ମନା କରିଥିଲେ । ଅସହାୟ ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ତାସି ନାମକ ଅନ୍ୟ ଜଣେ ଯାତ୍ରୀ ନିଜ ବ୍ୟାଗରେ ଥିବା ବୈଦ୍ୟୁତିକ କେଟିଲ ବାହାର କରି କୋଚରେ ଥିବା ମୋବାଇଲ ଚାର୍ଜିଂ ପଏଣ୍ଟ ସାହାଯ୍ୟରେ ଗରମ କରିବାକୁ ଲାଗିଲେ । କୌଣସି ଅଘଟଣର ଆଶଙ୍କାରେ ଭୟଭୀତ ହୋଇ ପାଖରେ ବସିଥିବା ଯାତ୍ରୀମାନେ ତାଙ୍କୁ ବାରଣ କରିବା ସହ ରେଳବାଇ ହେଲ୍ପଲାଇନକୁ ଫୋନ କରି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ‘ ଏକକ ନାଗରିକ ସଂହିତା’ ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ !

ଟ୍ରେନଟି ଅଲଗଡରେ ପହଞ୍ଚିବା ପରେ ରେଳବାଇ ପୋଲିସ କୋଚରେ ପ୍ରବେଶ କରି ଉକ୍ତ ଯାତ୍ରୀଙ୍କୁ ଗିରଫ କରିବା ସହ କେଟିଲକୁ ମଧ୍ୟ ଜବତ କରିଥିଲେ । ଯାତ୍ରୀ ତାସିଙ୍କ ବିରୋଧରେ ଧାରା 147 (1) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ରେଳ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ତାଙ୍କୁ ଜୋରିମାନା ପଇଠ କରିବା ପରେ ଛଡାଯିବା ନେଇ ରେଳବାଇ ପୋଲିସ କହିଛି । ହେଲେ ଟ୍ରେନରେ ଗରମ ପାଣି ନମିଳିବା ଓ ଜଣେ ଚିକିତ୍ସାଧୀନ ବୃଦ୍ଧା ଏପରି ସମସ୍ୟାର ସମ୍ନୁଖୀନ ହେବାକୁ ନେଇ ରେଳବାଇ ମୁହଁ ଖୋଲିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.