ETV Bharat / bharat

ହିଣ୍ଡନବର୍ଗ ରିସର୍ଚ୍ଚ କ'ଣ ? ଜାଣନ୍ତୁ କାହିଁକି କ୍ଷତିରେ ବୁଡିଲା ଆଦାନୀ ଗ୍ରୁପ

author img

By

Published : Feb 2, 2023, 3:33 PM IST

ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି ହିଣ୍ଡନବର୍ଗ ରିପୋର୍ଟ । ସେୟାର ମୂଲ୍ୟ ହ୍ରାସ ଯୋଗୁଁ ଆଦାନୀ ଗ୍ରୁପ ୫ ଦିନ ମଧ୍ୟରେ ୭ ଲକ୍ଷ କୋଟି ଟଙ୍କା ହରାଇଛି । ତେବେ ଜାଣନ୍ତୁ କ'ଣ ଏହି ରିପୋର୍ଟ

ହିଣ୍ଡନବର୍ଗ ରିସର୍ଚ୍ଚ
ହିଣ୍ଡନବର୍ଗ ରିସର୍ଚ୍ଚ

ନ୍ୟୁୟର୍କ: ସମ୍ପ୍ରତ୍ତି ଦେଶରେ ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ରିପୋର୍ଟ ସମଗ୍ର ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି । ପ୍ରତିଦିନ ଆଦାନୀ ଗ୍ରୁପ ସେୟାର ମୂଲ୍ୟ ତଳକୁ ଖସୁଛି । ଏବେ କମ୍ପାନୀ ନିଜର ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫରକୁ ମଧ୍ୟ ରବ୍ଦ କରିଦେଇଛି । ସେୟାର ମୂଲ୍ୟ ହ୍ରାସ ଯୋଗୁଁ ଏହି ଗ୍ରୁପ ୫ ଦିନ ମଧ୍ୟରେ ୭ ଲକ୍ଷ କୋଟି ଟଙ୍କା ହରାଇଛି । ଆଦାନୀ ଗ୍ରୁପର ନିବେଶ କରିଥିବା ଏଲଆଇସି ଓ SBI ମଧ୍ୟ ହଜାରହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି । ତେଣୁ ଜାଣନ୍ତୁ କ'ଣ ଏହି ହିଣ୍ଡନବର୍ଗ ରିପୋର୍ଟ ଏବଂ ଏହାର ଆଦାନୀ ଗ୍ରୁପ ସହ କିପରି ସମ୍ପର୍କ ରହିଛି ।

ହିଣ୍ଡନବର୍ଗ ରିସର୍ଚ୍ଚ ହେଉଛି ଆମେରିକାର ଏକ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା । ଏହା କର୍ପୋରେଟ ଜଗତରେ ଆକାଉଣ୍ଟିଂ ଜାଲିଆତି ଭଳି ଭ୍ରଷ୍ଟାଚାର ଓ ଠକେଇର ତଦନ୍ତ କରିଥାଏ । ଗତ ସପ୍ତାହରେ ହିଣ୍ଡନବର୍ଗ ଆଦାନୀ ଗ୍ରୁପ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲା । ଆଦାନୀ ଗ୍ରୁପ ଷ୍ଟକ ମାନିପୁଲେସନ ବା ଷ୍ଟକ ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂ ଜାଲିଆତି କରୁଥିବା ଅଭିଯୋଗ ଆଣି ୩୨ ହଜାର ଶବ୍ଦର ଏକ ରିପୋର୍ଟ ପ୍ରକାଶିତ କରିଥିଲା । ଯାହାକି ଦୀର୍ଘ ଦୁଇବର୍ଷର ଅନୁସନ୍ଧାନ, ହଜାରହଜାର ସଂଖ୍ୟକ ଡକ୍ୟୁମେଣ୍ଟ ଏବଂ ଆଦାନୀ ଗ୍ରୁପର ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରିଥିବା ସଂସ୍ଥା କହିଥିଲା ।

ଆଦାନୀ ଗ୍ରୁପ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହିଣ୍ଡନବର୍ଗକୁ ଭର୍ତ୍ସନା କରିଥିଲା । ମନ୍ଦ ଉଦ୍ଦେଶ୍ୟ ରଖି ଏବଂ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଆଧାରରେ କମ୍ପାନୀ ବିରୁଦ୍ଧରେ ଏହା ଷଡଯନ୍ତ୍ର । କମ୍ପାନୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଯାହିକି ପୂର୍ବରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଯାଞ୍ଚ କରାଯାଇ ଖାରଜ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାସହିତ ଉକ୍ତ ସଂସ୍ଥା ଉଠାଇଥିବା ପ୍ରଶ୍ନରେ ଆଦାନୀ ଗ୍ରୁପ ୪୧୩ ପୃଷ୍ଠା ସମ୍ବଳିତ ଉତ୍ତର ଦେଇଛି ।

ତେବେ ବ୍ଲୁମବର୍ଗ ବିଲିୟନାରି ଇଣ୍ଡେକ୍ସ ଅନୁଯାୟୀ, ହିଣ୍ଡନବର୍ଗର ଅଭିଯୋଗ ସମ୍ବଳିତ ରିପୋର୍ଟ ଯୋଗୁଁ ଆଦାନୀ ଗ୍ରୁପର ସଂସ୍ଥାପକ ଗୌତମ ଆଦାନୀ କେବଳ ସପ୍ତାହକ ମଧ୍ୟରେ ୩୪ ବିଲିୟନରୁ ଅଧିକ କ୍ଷତି ସହିଛନ୍ତି । ସେହିପରି ଏବେ ଆଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ ନିଜର ଏଫପିଓ ମଧ୍ୟ ବାତିଲ କରିଛି । ଏହାକୁ ନେଇ ଗୌତମ ଆଦାନୀ କହିଛନ୍ତି, ଗତକାଲିର ଅସ୍ଥିର ସେୟାର ମାର୍କେଟ ଦେଖି ଏଫପିଏ ବିକ୍ରୟ କରିବା ନୈତିକତା ଦୃଷ୍ଟିକୋଣରୁ ଠିକ୍ ନୁହେଁ । ତାଙ୍କ ପାଇଁ ନିବେଶକଙ୍କ ସ୍ବାର୍ଥ ପ୍ରଥମ ଓ ଆଉ ସବୁ କିଛି ଗୌଣ । ତେଣୁ ନିବେଶକଙ୍କୁ ସମ୍ଭାବ୍ୟ କ୍ଷତିରୁ ବଞ୍ଚାଇବା ପାଇଁ ଏହାକୁ ପ୍ରତ୍ୟାହର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.