ETV Bharat / bharat

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?

ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ବିରୁଦ୍ଧରେ ଅଶୋଭନୀୟ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ । ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି କହି କଟାକ୍ଷ କଲେ । ଅଧିକ ପଢନ୍ତୁ

author img

By

Published : Nov 12, 2022, 9:07 AM IST

Updated : Nov 12, 2022, 9:30 AM IST

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ
ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ

କୋଲକାତା: ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଅଶୋଭନୀୟ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ(West Bengal Minister sarcasm on President) । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି(TMC Minister Akhil Giri) ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?(how does your President look?)'' କହି ମହାମହିମଙ୍କୁ କଟାକ୍ଷ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • #WATCH | "We don't judge anyone by their appearance, we respect the office of the President (of India). But how does our President look?," says West Bengal Minister and TMC leader Akhil Giri in Nandigram (11.11.2022) pic.twitter.com/UcGKbGqc7p

    — ANI (@ANI) November 12, 2022 " class="align-text-top noRightClick twitterSection" data=" ">

ପଶ୍ଚିମବଙ୍ଗ ମତ୍ସସମ୍ପଦ ମନ୍ତ୍ରୀ ଅଖିଲ ଗିରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିବାଦକୁ ଟାଣିଛନ୍ତି । ମନ୍ତ୍ରୀ କହିଛନ୍ତି, ''ଶୁଭେନ୍ଦୁ କହିଥିଲେ ମୁଁ ଦେଖିବାକୁ ସୁନ୍ଦର ନୁହେଁ । ସେ କେତେ ସୁନ୍ଦର ! ଆମେ ଲୋକଙ୍କୁ ରୂପକୁ ଦେଖି ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?''

ଦେଶର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ଟିପ୍ପଣୀକୁ ତୀବ୍ର ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ରଦାୟ ଅଟନ୍ତି । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କୁ ଅପମାନ କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ । ମମତା ବାନାର୍ଜୀ ଓ ଟିଏମସି ଆଦିବାସୀ ବିରୋଧି ଅଟନ୍ତି । ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ସମର୍ଥନ କରିନାହାନ୍ତି ଏବଂ ଏବେ ଏଭଳି ନିମ୍ନସ୍ତରର ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେପି କହିଛି ।

ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ ଛନ୍ଦି ହୋଇଥିଲେ । ବିଜେପି ଏହି ଘଟଣାକୁ କେନ୍ଦ୍ର କରି ସଂସଦ ଅଚଳ କରିଥିଲା । କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା । ପରେ ଅଧୀର ରଞ୍ଜନ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

Last Updated : Nov 12, 2022, 9:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.