ETV Bharat / bharat

ଡ୍ୟୁଟି ସମୟରେ ଜିନ୍ସ-ଟିସାର୍ଟ ପିନ୍ଧିବେନି ଭିଜିଲାନ୍ସ ଅଫିସର, ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶ

ଅଫିସକୁ ଜିନ୍ସ କିମ୍ବା ଟିସାର୍ଟ ପିନ୍ଧି ଆସିବାକୁ ହେଲା ବାରଣ । କେବଳ ଫର୍ମାଲ ଡ୍ରେସ ପିନ୍ଧି ଅଫିସ ଆସିବାକୁ ଭିଜିଲାନ୍ସ ଅଫିସରଙ୍କୁ ନିର୍ଦ୍ଦେଶ ଦେଲେ ପଞ୍ଜାବ ସରକାର (Punjab Govt restrictions for Vigilance Officer) । ଅଧିକ ପଢନ୍ତୁ

Punjab Govt restrictions
Punjab Govt restrictions
author img

By

Published : Jan 2, 2023, 10:32 PM IST

ଚଣ୍ଡିଗଡ଼: ଡ୍ୟୁଟି ସମୟରେ ଜିନ୍ସ କିମ୍ବା ଟି-ସାର୍ଟ ପିନ୍ଧିପାରିବେ ନାହିଁ ଭିଜିଲାନ୍ସ ଅଫିସର (Vigilance officers won't wear Jeans and Tshirt) । ଡ୍ୟୁଟି ସମୟରେ କେବଳ ଫର୍ମାଲ ସାର୍ଟ ଡ୍ରେସ ପିନ୍ଧିବାକୁ ଅଫିସରମାନଙ୍କୁ କୁହାଯାଇଛି (Vigilance officer wear formal dress in office) । ତେବେ ପଞ୍ଜାବ ସରକାର ଆଜି ଅଫିସରମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି (Punjab Govt restrictions for Vigilance Officer) । ସମସ୍ତ ରାଙ୍କ୍‌ର ଅଫିସର ଏହି ନୂଆ ନିୟମକୁ ମାନିବା ଲାଗି ବାଧ୍ୟତାମୂଳକ କରାଯାଇଛି ।

କେବଳ ଫିଲ୍ଡରେ କାମ କରୁଥିବା ଭିଜିଲାନ୍ସ ଅଫିସର ଜିନ୍ସ ଓ ଟିସାର୍ଟ ପିନ୍ଧିପାରିବେ । କାରଣ ଫିଲ୍ଡ ଡ୍ୟୁଟିରେ ଅନେକ ସମୟରେ ଅଫିସରମାନେ ଛଦ୍ମବେଶରେ ତଦନ୍ତ କରିଥାନ୍ତି । ଏମାନଙ୍କ ବ୍ୟତୀତ ଅଫିସରେ ଏହି ପୋଷାକ ପିନ୍ଧିବା ଲାଗି ବାରଣ କରାଯାଇଛି । ପଞ୍ଜାବ ସରକାର ଏହି ନିର୍ଦ୍ଦେଶ ଦେବା ପରେ ଏନେଇ ବହୁ ଅଭିଯୋଗ ଆସିଥିଲା । ତେବେ ନୂଆବର୍ଷ ଆରମ୍ଭରେ ପଞ୍ଜାବ ସରକାର ଏପରି ଅନେକ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଏହାସହ ମନରେଗା (MNREGA)ରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ଡିଜିଟାଲ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଚିଠି ଲେଖି ଜଣାଇଛି ।

ଏହା ବି ପଢନ୍ତୁ-Kanjhawla incident: ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ ଶାହ

୨୦୨୩ ଜାନୁଆରୀ ୧ ତାରିଖଠାରୁ ଡିଜିଟାଲ ଉପସ୍ଥାନକୁ ଲାଗୁ କରାଯାଇଛି । ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି । ଏହାସହ ଅଙ୍ଗନୱାଡି କେନ୍ଦ୍ରକୁ ଆସନ୍ତା ଜାନୁଆରୀ ୮ ତାରିଖ ଲାଗି ରାଜ୍ୟ ସରକାର ବନ୍ଦ ରଖିଛନ୍ତି । ରାଜ୍ୟରେ ପ୍ରବଳ ଶୀତ ପଡ଼ିଥିବାରୁ ଏହି ଛୁଟି ଘୋଷଣା କରିଛନ୍ତି ସରକାର । ଏହାସହ ବିଦ୍ୟାଳୟକୁ ମଧ୍ୟ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ କରିଥିଲେ । ଏବେ ଏହାକୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । କାରଣ ରାଜ୍ୟରେ ଏବେ ବଢିଚାଲିଛି ଶୀତ । କେବଳ ସରକାରୀ ବିଦ୍ୟାଳୟ ନୁହେଁ, ଘରୋଇ ବିଦ୍ୟାଳୟ ମଧ୍ୟ ଏହି ନିୟମ ମାନିବା ଲାଗି ବାଧ୍ୟତାମୂଳକ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.