ETV Bharat / bharat

Chardham Yatra: ଯାନ ବାହାନ ଚଳାଚଳ ଉପରେ ଲାଗିଲା କଟକଣା - ମେ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା

ମେ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଯାନ ବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର । ସକାଳ 10 ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ରାଜ୍ୟର ପାହାଡି ରାସ୍ତାରେ ଯାନବାହନ ଚଳାଚଳ କରିପାରିବନି । ଅଧିକ ପଢନ୍ତୁ

Chardham Yatra: ଚାରଧାମ ଯାତ୍ରା ସମୟରେ ଯାନ ବାହାନ ଚଳାଚଳ ଉପରେ ଲାଗିଲା କଟକଣା

author img

By

Published : May 4, 2022, 9:19 AM IST

ଡେରାଡୁନ: ମେ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର । ସକାଳ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ରାଜ୍ୟର ପାହାଡି ରାସ୍ତାରେ ଯାନବାହନ ଚଳାଚଳ କରିପାରିବନି । ଏନେଇ ଉତ୍ତରାଖଣ୍ତ ସରକାର ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରାଖଣ୍ତ ପରିବହନ କମିଶନର ରଣଭୀର ସିଂ ଚୌହାନ କହିଛନ୍ତି ଯେ ‘ଚାରିଧାମ ଯାତ୍ରା ସମୟରେ ସକାଳ 10.00 ରୁ 4.00 ମଧ୍ୟରେ ପାର୍ବତ୍ୟ ମାର୍ଗରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି’। ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସୁବିଧା ତଥା ନିରାପଦ ଯାତ୍ରା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଚଳିତ ବର୍ଷର ଚାରିଧାମ ଯାତ୍ରା ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କୁ ଏଠାକୁ ଆସିବେ ବୋଲି ଆଶା କରାଯାଉଛି’।

ଚାରିଧାମ ଯାତ୍ରା ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇଥାଏ । ସେହି ଦିନ ୟେମୁନେତ୍ରୀ ଓ ଗଙ୍ଗୋତ୍ରୀ ଦ୍ବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥାଏ। କେଦାରନାଥ ଧାମକୁ 6 ତାରିଖ ଓ ବଦ୍ରିନାଥ ଧାମକୁ 8 ତାରିଖରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ । ତେବେ ଚଳିତବର୍ଷ ଚାରିଧାମ ଯାତ୍ରୀ ପାଇଁ କୋଭିଡ ରିପୋର୍ଟ ଓ ଟୀକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ । ବିନା କୋଭିଡ ରିପୋର୍ଟରେ ତୀର୍ଥଯାତ୍ରୀ ଚାରିଧାମ ଆସିବାକୁ ଅନୁମତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.