ଲକ୍ଷ୍ନୌ: ପୁଣି ଘୁଞ୍ଚିଲା ବହୁଚର୍ଚ୍ଚିତ ବାରାଣାସୀ କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ବିବାଦ ଶୁଣାଣି । ଆସନ୍ତା ଜୁଲାଇ 4 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ବାରାଣାସୀ କୋର୍ଟ । ଏନେଇ ଗତକାଲି ଜିଲ୍ଲା କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । କିନ୍ତୁ କୌଣସି ରୀୟ ପ୍ରକାଶ ପାଇନାହିଁ । ଗତକାଲି (ସୋମବାର) ଜିଲ୍ଲା କୋର୍ଟରେ ମୁସଲିମ ନିଜ ପକ୍ଷ ରଖିଥିଲେ । ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗ ଓ ମାଆ ଶୃଙ୍ଗାର ଗୌରୀଙ୍କ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାକୁ 5 ହିନ୍ଦୁ ମହିଳା ଆବେଦନ କରିଥିଲେ ।
ଯାହାକୁ ବିରୋଧ କରି ଏହି ମକଦ୍ଦମା ଶୁଣାଣି ଯୋଗ୍ୟ ନୁହେଁ ବୋଲି ମୁସଲିମ ପକ୍ଷ ଯୁକ୍ତି ବାଢ଼ିଥିଲେ । ଶୁଣାଣି ବେଳେ ମୁସଲିମ ପକ୍ଷ ଏହି ପିଟିସନର ରକ୍ଷଣାବେକ୍ଷଣ ବିରୋଧରେ ଯୁକ୍ତି ଦର୍ଶାଇଥିବା ନେଇ ଜିଲ୍ଲା କୋର୍ଟ ପରାମର୍ଶଦାତା ରାଣା ସଞ୍ଜୀବ ସିଂ କହିଛନ୍ତି । ଅନ୍ୟପଟେ କୋର୍ଟରେ ଦାଖଲ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ସଭିଙ୍କ ପକ୍ଷରେ ଉପଲବ୍ଧ ପାଇଁ କୋର୍ଟ ସ୍ପଷ୍ଟ କରିଥିବା ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି । ତେବେ ଏଥିପାଇଁ କଣ ସର୍ତ୍ତ ରହିବ ତାହା କେବଳ କୋର୍ଟ ନିଷ୍ପତ୍ତି ନେବେ ।
ମୁସଲିମ ପକ୍ଷ ଯୁକ୍ତି ରଖିଥିଲା ଧାରା 1991 ଅନୁଯାୟୀ କୌଣସି ଧାର୍ମିକସ୍ଥଳୀକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଅଗଷ୍ଟ 14, 1947 ଆଧାରରେ ଦେଶର ଧାର୍ମିକ ଚିତ୍ରକୁ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଜିଲ୍ଲା କୋର୍ଟ ଆସନ୍ତା ଜୁଲାଇ 4 ତାରିଖ ଯାଏ ମାମଲା ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ସେହି ଦିନ ମଧ୍ୟ ମୁସଲିମ ପକ୍ଷ ନିଜ ଯୁକ୍ତି ଉପସ୍ଥାପନ କରିବେ । ସୂଚନା ଥାଉକି, ମୁସଲମାନ ପକ୍ଷ ଏହି ବିବାଦକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଗତ ମେ 20 ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଶୁଣାଣି ବାରାଣାସୀ ସିଭିଲ କୋର୍ଟରୁ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର ହୋଇଛି ।