ETV Bharat / bharat

ଟିକା ନେବା ପରେ ଫେରିଲା 70 ବର୍ଷିୟା ବୃଦ୍ଧାଙ୍କ ଦୃଷ୍ଟିଶକ୍ତି

author img

By

Published : Jul 6, 2021, 10:04 AM IST

ମହାରାଷ୍ଟ୍ର ୱାଶିମ୍‌ ଜିଲ୍ଲାର ଜଣେ 70 ବର୍ଷ ବୟସ୍କା ମହିଳା କୋରୋନା ଟିକା ନେବାପରେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ଅଧିକ ପଢନ୍ତୁ...

ଟିକା ନେବା ପରେ ଫେରିଲା ଦୃଷ୍ଟିଶକ୍ତି
ଟିକା ନେବା ପରେ ଫେରିଲା ଦୃଷ୍ଟିଶକ୍ତି

ମୁମ୍ବାଇ: କୋରୋନା ଟିକାକୁ ନେଇ ଅନେକ କିଛି ଭୁଲ ଧାରଣା ଏବେ ବି ଲୋକଙ୍କ ଭିତରେ ଚାଲିଛି । ଏବେ ସୁଦ୍ଧା ବହୁ ସଂଖ୍ୟକ ଲୋକ ଟିକା ନେଇ ସାରିଲେଣି । ହେଲେ ଏବେ ବି ଅନେକ ଲୋକ ଅଛନ୍ତି, ଯିଏକି ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି । ଅବଶ୍ୟ, କେତେକ ସ୍ଥାନରେ ଟିକା ନେଇଥିବା ନାଗରିକମାନେ ସକରାତ୍ମକ ଫଳ ପାଉଥିବା ଦେଖିବାକୁ ମିଳିଛି । ଖବର ମୁତାବିତ, ମହାରାଷ୍ଟ୍ର ୱାଶିମ୍‌ ଜିଲ୍ଲାର ଜଣେ ମହିଳା କୋରୋନା ଟିକା ନେବାପରେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି।

ୱାଶିମ୍ ଜିଲ୍ଲାର ବେନ୍ଦରୱାଡିର ଜଣେ 70 ବର୍ଷ ବୟସ୍କା ମହିଳା ମଥୁରାବାଇ ବିଡଭେ, ଗତ ନଅ ବର୍ଷ ଧରି ଏକ ଅନ୍ଧକାରରେ ଜୀବନ ବିତାଉଥିଲେ। ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଆଖି ଡୋଳା ଧଳା ପଡ଼ି ଯାଇଥିଲା। ସେ ତାଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ଦେଇଥିଲେ। ସେ ମଥୁରାବାଇ ଜଲନା ଜିଲ୍ଲାର ପାର୍ଟୁରର ମୂଳ ବାସିନ୍ଦା । ସେ ନିଜ ସମ୍ପର୍କୀୟମାନଙ୍କ ସହିତ ରିସୋଦ ତହସିଲରେ ରୁହନ୍ତି ।

ମଥୁରାବାଇ ଜୁନ୍‌ ୨୬ରେ ପ୍ରଥମ ଡୋଜ୍‌ କୋଭିସିଲ୍ଡ ଟିକା ନେଇଥିଲେ। ତେବେ ଟିକା ନେବାପରେ ତାଙ୍କ ଗୋଟିଏ ଆଖିରେ ୩୦ରୁ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଫେରି ଆସିଥିବା ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.