ETV Bharat / bharat

ଟନେଲ ଭିତରୁ ଆସିଲା ପ୍ରଥମ ଭିଡିଓ; ସୁସ୍ଥ ଅଛନ୍ତି ଶ୍ରମିକ

author img

By ETV Bharat Odisha Team

Published : Nov 21, 2023, 10:05 AM IST

Uttarkashi Tunnel Accident: ଦେଶକୁ ଆଶ୍ୱସ୍ତି । ପ୍ରଥମ ଥର ସାମ୍ନାକୁ ଆସିଲା ଉତ୍ତରାଖଣ୍ଡରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ସିସିଟିଭି ଭିଡିଓ ଓ ଫଟୋ । ଅଧିକ ପଢନ୍ତୁ

ଶ୍ରମିକମାନଙ୍କ ଭିଡିଓ ଓ ଫୋଟୋ
ଶ୍ରମିକମାନଙ୍କ ଭିଡିଓ ଓ ଫୋଟୋ
ଶ୍ରମିକମାନଙ୍କ ଭିଡିଓ ଓ ଫୋଟୋ

ଡେରାଡୁନ: ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ଫଟୋ ଓ ଭିଡିଓ । 10 ଦିନ ପରେ ପ୍ରଥମ ଥର ପାଇଁ ଫସି ରହିଥିବା 41 ଜଣ ଶ୍ରମିକଙ୍କ ଭିଡିଓ ସାମ୍ନାକୁ ଆସିଛି । ଟନେଲ ମଧ୍ୟକୁ ପାଇପ ଯୋଗେ କ୍ୟାମେରା ପଠାଯାଇ ସେମାନଙ୍କ ଅବସ୍ଥା ଯାଞ୍ଚ କରାଯାଇଛି । ତେବେ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିସହ ଓ୍ବାକିଟକି ମାଧ୍ୟମରେ ସେମାନଙ୍କ ସହ ବାର୍ତ୍ତାଳାପ ବି କରିଛନ୍ତି ଉଦ୍ଧାରକାରୀ ଟିମ୍ । ଯାହାକୁ ନେଇ ସାରା ଦେଶକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଦୀର୍ଘ 10 ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କିୟାରା ଟନେଲରେ ଫସି ରହିଛନ୍ତି 41 ଜଣ ଶ୍ରମିକ । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପାଇଁ ଅପରେସନ ଜୋରଦାର ରହିଛି । ଏହାମଧ୍ୟରେ ଏକ ବଡ ଆଶ୍ୱସ୍ତି ଦେଶକୁ ମିଳିଛି । କାରଣ ପ୍ରଥମ ଥର ପାଇପ ଯୋଗେ ଟନେଲ ମଧ୍ୟକୁ କ୍ୟାମେରା ଓ ଓ୍ବାକିଟକି ପଠାଯାଇଛି । ଯାହା ମାଧ୍ୟମରେ ଫସି ରହିଥିବା ଶ୍ରମିକମାନଙ୍କ ସହ କଥା ହେବା ସହ ସେମାନଙ୍କୁ ଦେଖି ହୋଇଥିଲା । ତେବେ କ୍ୟାମେରା ଭିଡିଓ ଅନୁଯାୟୀ ସମସ୍ତ ଶ୍ରମିକ ସୁରକ୍ଷିତ ଓ ସୁସ୍ଥ ଥିବା ଦେଖାଯାଇଛି । ଏଥିସହ ଓ୍ବାକିଟକି ଯୋଗେ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରାଯାଇଛି ।

ଅନ୍ୟପଟେ ଫସି ରହିବା ପରେ ସେମାନେ ଗତକାଲି(ସୋମବାର) ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି । ଗତକାଲି ରାତିରେ ସେମାନଙ୍କୁ 24ଟି ବୋତଲରେ ଭର୍ତ୍ତି କରାଯାଇ ଖେଚୁଡି ଦିଆଯାଇଥିଲା । ଏହାପୂର୍ବରୁ ସେମାନଙ୍କୁ କେବଳ ଡ୍ରାଏ ଫୁଡ ଓ ଓଆରଏସ ହିଁ ଦିଆଯାଉଥିଲା । 6 ଇଞ୍ଚର ଏକ ପାଇପକୁ ସଫଳତା ଭାବେ ଟନେଲ ମଧ୍ୟକୁ ପ୍ରବେଶ କରାଯାଇଛି ଯାହା ମାଧ୍ୟମରେ ସେମାନଙ୍କ ନିକଟକୁ ଖାଦ୍ୟ ପଦାର୍ଥ ସହଜରେ ପଠାଇହେବ ।

ଏହା ମଧ୍ୟ ପଢନ୍ତୁ: ଟନେଲ ନିକଟକୁ ଯାଇପାରିବେ ଫସିଥିବା ଶ୍ରମିକଙ୍କ ପରିଜନ, ଖର୍ଚ୍ଚ ବହନ କରିବେ ଉତ୍ତରାଖଣ୍ଡ ସରକାର

ତେବେ ଭିଡିଓ ସାମ୍ନାକୁ ଆସିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଦ୍ଧାରା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଜିଠୁ ଆହୁରି ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଆଶା କରାଯାଉଛି । କିଛି ମେସିନ ଗୁଜରାଟ ଓ ଦିଲ୍ଲୀରୁ ଆସିବାକୁ ଥିବାବେଳେ ତାହା ଆଜି ଉତ୍ତରକାଶୀରେ ପହଞ୍ଚିବାର ସମ୍ଭାବନା ରହିଛି । ଉଦ୍ଧାର ଅପରେସନ ଜାରି ରହିଥିବା ବେଳେ ବିଦେଶୀ ଯନ୍ତ୍ରପାତି ଓ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଉ 3ରୁ 4 ଦିନ ମଧ୍ୟରେ ସମସ୍ତ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଫସିଥିବା ଶ୍ରମିକଙ୍କ ପରିଜନ ଚାହିଁଲେ ସେମାନଙ୍କୁ ଉତ୍ତରକାଶୀ ଆସିପାରିବେ ଓ ଉଦ୍ଧାରକାରୀ ଟିମର ସଦସ୍ୟଙ୍କ ସହାୟତାରେ ଶ୍ରମିକଙ୍କ ସହ କଥା ମଧ୍ୟ ହୋଇପାରିବେ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ । ସେମାନଙ୍କ ଆସିବା ଓ ଫେରିବା ଖର୍ଚ୍ଚ, ସେମାନଙ୍କ ଖାଇବା, ପିଇବା ଓ ମୋବାଇଲ ଖର୍ଚ୍ଚ ସରକାର ବହନ କରିବେ । ସେହିପରି ଉଦ୍ଧାର କାର୍ଯ୍ୟର ଅଗ୍ରଗତି ଓ ଜାରି ରହିଥିବା ପ୍ରକ୍ରିୟା ସମ୍ପର୍କରେ ଫସିଥିବା ଶ୍ରମିକଙ୍କ ନିଜ ରାଜ୍ୟର ଶ୍ରମ ଅଧିକାରୀଙ୍କୁ ମଧ୍ୟ ନିୟମିତ ଅବଗତ କରାଯିବାର ବ୍ୟବସ୍ଥା ଧାମୀ ସରକାର ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.