ETV Bharat / bharat

ଉତ୍ତରକାଶୀ ରେସ୍କ୍ୟୁ ଅପରେସନରେ ପୁଣି ବାଧା, ୫୧ ମିଟରରେ ଅଟକିଲା ଡ୍ରିଲିଂ କାମ

author img

By ETV Bharat Odisha Team

Published : Nov 24, 2023, 11:01 PM IST

Uttarkashi rescue operation again halted: ପୁଣି ଅଟକିଲା ଉତ୍ତରକାଶୀ ରେସ୍କ୍ୟୁ ଅପରେସନ । ଅଗର ମେସିନ ଆଗରେ ପୁଣି ଲୁହା ଧାତୁ ଆସିବାରୁ ୫୧ ମିଟରରେ ଅଟକିଲା ଡ୍ରିଲିଂ କାମ । ଅଧିକ ପଢନ୍ତୁ

Uttarkashi rescue operation again halted

ଡେରାଡୁନ: ଆଶା କରାଯାଉଥିଲା ଆଜି (ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର । ଦୀର୍ଘ ୧୩ ଦିନର ଅପରେସନ ସଫଳ ହେବ । ହେଲେ ପୁଣି ଉଦ୍ଧାରକାର୍ଯ୍ୟରେ ଉପୁଜିଛି ବାଧା । ଅଗର ମେସିନରେ ଶୁକ୍ରବାର ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫୧ ମିଟରରେ ଅଟକିଛି ଡ୍ରିଲିଂ କାମ । ଏହାପରେ ସଙ୍ଗେ ସଙ୍ଗେ ଟନେଲ ମଧ୍ୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବାରମ୍ବାର ଅଗର ମେସିନ ଆଗରେ କିଛି ଲୁହା ପଡ଼ିଯାଉଥିବାରୁ ଅପରେସନ କାର୍ଯ୍ୟରେ ବାଧା ଉପୁଜୁଛି । ୪୧ ଜଣ ଶ୍ରମିକ ୬୦ମିଟର ସୁଡଙ୍ଗ ଭିତରେ ଫସି ରହିଛନ୍ତି ।

  • #WATCH | Uttarkashi (Uttarakhand) tunnel rescue | Geophysicist, GPR survey team member B Chendhoor says, "We were called because something got stuck in the auger machine. GPR helps us know how far the metallic object is...GPR basically scans, therefore two people are needed one… pic.twitter.com/32HDnQceXa

    — ANI (@ANI) November 24, 2023 " class="align-text-top noRightClick twitterSection" data=" ">

ସିଲକ୍ୟାରା ଟନେଲରେ ଗତ ନଭେମ୍ବର ୧୨ ତାରିଖରୁ ଆଜକୁ ୧୩ ଦିନ ଧରି ୪୧ ଜଣ ଶ୍ରମିକ ଫସି ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏହି କାର୍ଯ୍ୟରେ ଅନେକ ବାଧା ଆସୁଥିଲେ ସୁଦ୍ଧା ତାହାକୁ ତୁରନ୍ତ ସମାଧାନ କରାଯାଇ ଡ୍ରିଲିଂ ଜାରି ରହିଛି । ଅପରାହ୍ନ ସୁଦ୍ଧା ପ୍ରାୟ ୪୭ ମିଟର ପର୍ଯ୍ୟନ୍ତ ଡ୍ରିଲିଂ ହୋଇଥିଲା । ଏହାପରେ ଗ୍ରାଉଣ୍ଡ ପେନିଟ୍ରେସନ ରାଡାରରୁ ଜଣାପଡ଼ିଥିଲା ଯେ ଆସନ୍ତା ୫ ମିଟର ପର୍ଯ୍ୟନ୍ତ କୌଣସି ଅସୁବିଧା ଉପୁଜିବ ନାହିଁ । ଏହାପରେ ଡ୍ରିଲିଂ ଜାରି ହେବା ପରେ ପାଇପ ୫୧ ମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ହେଲେ ଏହାପରେ ପୁଣି ଅଗର ମେସିନ ଆଗରେ କିଛି ଲୁହା ଧାତୁ ଫସିଯାଇଛି । ଫଳରେ ଆଗକୁ ଆଉ ଡ୍ରିଲିଂ ହୋଇପାରୁନାହିଁ ।

ଏହା ବି ପଢନ୍ତୁ- ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ ରେସ୍କ୍ୟୁ, ଆଉ ୧୨ମିଟର ଡ୍ରିଲିଂ ବାକି

ଏହାପରେ ଟନେଲ ମଧ୍ୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଗର ମେସିନ ଆଗରେ ଅଟକିଥିବା ଧାତୁକୁ କାଢିବା ଲାଗି ଜିଓଫିଜିସିଷ୍ଟଙ୍କୁ ଡକାଯାଇଛି । ଏବେ ଗ୍ରାଉଣ୍ଡ ପେନିଟ୍ରେସନ ରାଡାର (GPR)ର ବ୍ୟବହାର କରାଯିବ ବୋଲି ଜିଓଫିଜିସିଷ୍ଟ କହିଛନ୍ତି । ଏଯାବତ ୫୧ ମିଟର ପର୍ଯ୍ୟନ୍ତ ଡ୍ରିଲିଂ ହୋଇଥିବା ବେଳେ ୬୦ ମିଟର ସୁଡଙ୍ଗ ଭିତରେ ଫସିଛନ୍ତି ୪୧ ଶ୍ରମିକ । ସେପଟେ ଆଜି ଅପରାହ୍ନ ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟନେଲ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ସୂଚନା ଥାଉ କି ଗତକାଲି (ଗୁରୁବାର) ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାମ ଅଧାରେ ଅଟକିଥିଲା । ଗ୍ରାଉଣ୍ଡରେ ଉପସ୍ଥିତ ଥିବା ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେଙ୍କ କହିବାନୁସାରେ ଗୁରୁବାର ରାତିରେ ଯେତେବେଳେ ଉଦ୍ଧାର କାର୍ଯ୍ୟ ଅଟକି ରହିଥିଲା ସେତେବେଳେ ସେମାନେ ୨ଟି ଜିନିଷ ଉପରେ ଫୋକସ କରିଥିଲେ । ପ୍ରଥମରେ ମେସିନର ପ୍ଲାଟଫର୍ମକୁ ନୂଆ ରୂପ ଦିଆଯାଇଥିବା ବେଳେ ଦ୍ବିତୀୟରେ ଗ୍ରାଉଣ୍ଡ ପେନିଟ୍ରେସନ ରାଡାର ଉପରେ କାମ ହୋଇଥିଲା । ଏହି ଜିପିଆରର ବ୍ୟବହାର ଦ୍ବାରା ବାକି ଥିବା ରାସ୍ତାରେ କୌଣସି ଧାତୁ ରହିଛି କି ନାହିଁ ସେ ସମ୍ପର୍କରେ ବିଶେଷଜ୍ଞ ଟିମ ଅବଗତ ହୋଇପାରୁଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଥିବାରୁ ଏହି ଅପରେସନ କେତେବେଳେ ଶେଷ ହେବ ତାହା ସ୍ପଷ୍ଟ ଭାବେ କୁହାଯାଇପାରୁନାହିଁ । ହେଲେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ କମ ରାସ୍ତା ଥିବାରୁ ଖୁବଶୀଘ୍ର ଦେଶକୁ ଖୁସି ଖବର ମିଳିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.