ଡେରାଡୁନ: ନୂଆବର୍ଷରେ ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେବେ ଉତ୍ତରାଖଣ୍ଡ ସରକାର । ଆଜି ନୂତନ ବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଛାତ୍ରଛାତ୍ରୀଙ୍କୁ ମାଗଣା ମୋବାଇଲ ଫୋନ ଏବଂ ଟାବ୍ଲେଟ୍ ବାଣ୍ଟିବେ(uttarakhand cm to distribute free mobiles, tablets to students) । ଏଥିରେ ରାଜ୍ୟର ପ୍ରାୟ ୨.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଶନିବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ଧାମୀ ଡେରାଡୁନରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ସାମିଲ ହେବା ଲାଗି ନିମନ୍ତ୍ରିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ସିଏମ୍ ଛାତ୍ରଛାତ୍ରୀଙ୍କୁ ନିଃଶୁକ୍ଲ ଟାବଲେଟ୍ ବିତରଣ କରିବେ ।
ଆଜି ଇଂରାଜୀ ନୂତନ ବର୍ଷ । ନବବର୍ଷ ଅବସରରେ ଚାରିଆଡେ ଖୁସିର ମାହୋଲ ଦେଖାଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ମୋବାଇଲ ଏବଂ ଟାବ୍ଲେଟ୍ ବଣ୍ଟନ ଉତ୍ତରାଖଣ୍ଡ ଛାତ୍ରଛାତ୍ରଙ୍କ ଖୁସିକୁ ବହୁଗୁଣିତ କରିଛି ।
@ANI