ETV Bharat / bharat

GOA Poll result: BJP ପ୍ରାର୍ଥୀଙ୍କଠୁ ହାରିଲେ ମନୋହର ପାରିକରଙ୍କ ପୁଅ

author img

By

Published : Mar 10, 2022, 12:54 PM IST

ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକର । ଅଧିକ ପଢନ୍ତୁ

GOA Poll result: BJP ପ୍ରାର୍ଥୀଙ୍କ ଠାରୁ ହାରିଲେ ମନୋହର ପାରିକରଙ୍କ ପୁଅ ଉତ୍ପଲ

ପାନାଜୀ: ଗୋଆ ରାଜଧାନୀ ପାନାଜୀ ଆସନରୁ ପରାସ୍ତ ହେଲେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକର । ବିଜେପି ପ୍ରାର୍ଥୀ ବାବୁସ ମନସେରାତଙ୍କ ଠାରୁ ପରାସ୍ତ ହୋଇଥିବା ସୂଚନା ମିଳିଛି ।

ବିଜେପିରୁ ପାନଜୀ ଆସନ ପାଇଁ ଟିକେଟ ଆଶାୟୀ ଥିବା ଉତ୍ପଲଙ୍କୁ ଦଳ ନିରାଶ କରିବା ପରେ ସେ ସ୍ବାଧୀନ ଭାବେ ନିଜ ବାପାଙ୍କ ପାରମ୍ପାରିକ ଆସନରୁ ନିର୍ବାଚନ ଲଢିଥିଲେ । ତେବେ ବାପାଙ୍କ ଦେହାନ୍ତ ପରେ ପ୍ରଥମ ଥର ନିର୍ବାଚନୀ ମୈଦାନରେ ନିର୍ଦଳୀୟ ଭାବେ ନିଜ ଭାଗ୍ୟ ପରୀକ୍ଷା କରିଥିବା ଉତ୍ପଲ ବିଜେପିକୁ ମାତ ଦେବାରେ ବିଫଳ ହୋଇ ପରାଜୟର ସ୍ବାଦ ଚାଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.