ନୂଆଦିଲ୍ଲୀ: କୋଭିଡ ମହାମାରୀ ପାଇଁ ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ(UPSC)ର ମେନ ପରୀକ୍ଷା ଦେଇ ପାରିନଥିବା ପରୀକ୍ଷାର୍ଥୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି ପରୀକ୍ଷାର୍ଥୀ । ତେବେ କୋଭିଡ ମହାମାରୀ ପାଇଁ କିଛି ପରୀକ୍ଷାର୍ଥୀ ୟୁପିଏସସି (UPSC)ମେନ ପରୀକ୍ଷା ଦେଇ ପାରି ନଥିଲେ ।
ସେହିପରି ତିନି ଜଣ ପରୀକ୍ଷାର୍ଥୀଙ୍କ ଦ୍ବାରା ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା । ଏହି ତିନି ପରୀକ୍ଷାର୍ଥୀ କୋଭିଡ ପଜିଟିଭ୍ କାରଣରୁ ମେନ ପରୀକ୍ଷା ଦେଇ ପାରି ନଥିଲେ । ଏହା ପୂର୍ବରୁ ଏହି ତିନି ପରୀକ୍ଷାର୍ଥୀ ୟୁପିଏସସି (UPSC) ନିକଟରେ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦେବା ଲାଗି ଅନୁରୋଧ କରିଥିଲେ । ଏପଟେ ୟୁପିଏସସି (UPSC) ପକ୍ଷରୁ ଆବେଦନକୁ ନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛି ।
ସେହିଭଳି ଏହି ତିନି ପରୀକ୍ଷାର୍ଥୀ ୟୁପିଏସସି (UPSC) ପ୍ରିଲିମିନାରୀ(prelims) ପରୀକ୍ଷା କୃତକାର୍ଯ୍ୟ ହୋଇଥିଲେ । ମାତ୍ର ଏମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ମେନ ପରୀକ୍ଷା ଦେଇ ପାରି ନଥିଲେ ବୋଲି ସୁପ୍ରିମକୋର୍ଟକୁ ୟୁପିଏସସି (UPSC) ଜଣାଇଛି । ତେବେ ପରୀକ୍ଷାର୍ଥୀଙ୍କ ଦ୍ବାରା କରାଯାଇଥିବା ନିବେଦନ ବହୁତ ଜଟିଳ ବୋଲି ୟୁପିଏସସି (UPSC) ସୁପ୍ରିମକୋର୍ଟକୁ ଜଣାଇଛି ।
ଏତଦ୍ବ୍ୟତିତ୍ ମେନ ପରୀକ୍ଷା ଫଳ ପ୍ରକାଶ ନ କରିବାକୁ ଅଭିଯୋଗକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି । ଆମକୁ ପୁଣି ଥରେ ବାକି ରହିଥିବା ପେପର ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉ ବୋଲି ନିବେଦନ କରିଛନ୍ତି ଆବେଦନକାରୀ । ଏଥିସହ କୌଣଷି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ତଥ୍ୟ ଓ ପ୍ରମାଣକୁ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ଦ୍ବାରା ଗଠିତ ଖଣ୍ଡପୀଠ ଜଷ୍ଟିସ୍ ଏ ଏମ ଖାନୱିଲକର ଓ ସିଟି ରବିକୁମାରଙ୍କୁ ୟୁପିଏସସି (UPSC) ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଏହି ମାମଲା ଶୁଣାଣି ଆସନ୍ତା ୨୧ ତାରିଖରେ କରାଯିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହା ଯାଇଥିବା ବେଳେ ତାରିଖ ପୂର୍ବରୁ ଉଭୟ ପକ୍ଷ ମାମଲାର ପ୍ରମାଣ ପତ୍ର ଦାଖଲ କରିବାକୁ କୋର୍ଟ କହିଛନ୍ତି । ତେବେ ଜାନୁଆରୀ ୭ରୁ ୧୬ ମଧ୍ୟରେ ହୋଇଥିବା ମେନ ପରୀକ୍ଷା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ କିଛି ପେପର ପରୀକ୍ଷା ଦେଇଥିବା ବେଳେ ଜଣେ କୋଭିଡ ପଜିଟିଭ୍ କାରଣରୁ ଦେଇ ପାରିନଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟନ୍ ଗଠିତ ଖଣ୍ଡପୀଠକୁ ଏହି ଘଟଣାର ସମସ୍ତ କପି ୟୁପିଏସସି (UPSC) ଓ କେନ୍ଦ୍ରକୁ ପଠାଇ ସାରିଥିବା କହିଛନ୍ତି ।
ଅନ୍ୟପଟେ ୟୁପିଏସସି (UPSC) ଏହି ଘଟଣା ଉପରେ ନିର୍ଦ୍ଦେଶ ଦେବାକୁ ୨ ସପ୍ତାହ ଦରକାର ବୋଲି ସୁପ୍ରିମକୋର୍ଟକୁ ଜଣାଇଛନ୍ତି । ସେହିପରି ମୌଖିକ ପରୀକ୍ଷା କେବଳ ଅପ୍ରେଲ ମାସ ଆରମ୍ଭରୁ କରାଯିବ ବୋଲି ଗଠିତ ଖଣ୍ଡପୀଠକୁ ୟୁପିଏସସି (UPSC) ଜଣାଇଛି ।
@ANI