ETV Bharat / bharat

Omicron Scare: ୟୁପିରେ ଓମିକ୍ରନର ଏଣ୍ଟ୍ରି, ଭାରତରେ ମୋଟ ମାମଲା ୧୧୩କୁ ବୃଦ୍ଧି

author img

By

Published : Dec 18, 2021, 8:21 AM IST

ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ ଭାଇରସ । ୧୦ରୁ ଊର୍ଦ୍ଧ୍ବ ରାଜ୍ୟରେ କାୟା ମେଲାଇଲାଣି ନୂଆ ଭାରିଆଣ୍ଟ । ଏବେ ୟୁପିରେ ଓମିକ୍ରନର ପ୍ରବେଶ ପରେ ଦେଶରେ ୧୧୩ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।

Omicron Scare: ୟୁପିରେ ଏଣ୍ଟ୍ରି ମାରିଲା ଓମିକ୍ରନ, ଭାରତରେ ମୋଟ ମାମଲା ୧୧୩କୁ ବୃଦ୍ଧି

ଲକ୍ଷ୍ନୌ: ଦେଶରେ ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ ଭାଇରସ । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ହୁ ହୁ ହୋଇ ସଂକ୍ରମଣ ବଢିବାରେ ଲାଗିଛି । ଇତିମଧ୍ୟରେ ଉତ୍ତରପ୍ରଦେଶରୁ ମଧ୍ୟ ରାଜ୍ୟର ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ୟୁପିର ଗାଜିଆବାଦରୁ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ଉଭୟ ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଥିବା ଜଣାପଡିଛି । ୧୦ରୁ ଊର୍ଦ୍ଧ୍ବ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ ବ୍ୟାପିବା ପରେ ଏବେ ଦେଶର ମୋଟ ମାମଲା ୧୧୩ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ୟୁପିରୁ ନୂଆ କରି ଚିହ୍ନଟ ହୋଇଥିବା ଦୁଇ ସଂକ୍ରମିତ ଜଣେ ପୁରୁଷ ଏବଂ ଜଣେ ମହିଳା ଅଟନ୍ତି । ଉଭୟଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଜଣାପଡିଛି । ଗତ ୨ ତାରିଖରେ ଦୁହେଁ କୋଭିଡ ପଜିଟିଭ ଆସିଥିଲେ । ହେଲେ ଶୁକ୍ରବାର ରାତିରେ ଜିନମ ସିକ୍ୟୁଏନ୍ସିଂ ପରେ ସେମାନଙ୍କ ଠାରେ ଏହି ନୂଆ ଭାଇରସ ଚିହ୍ନଟ ହୋଇଛି । ୟୁପିରେ ପ୍ରଥମଥର ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତୁରନ୍ତ ହାଇଆଲର୍ଟ ମୋଡକୁ ଆସିଛନ୍ତି ଏବଂ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଦେଶର ପ୍ରମୁଖ ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ଏଣ୍ଟ୍ରି ମାରି ସାରିଲାଣି । ଗତକାଲି(ଶୁକ୍ରବାର) ଗୋଟିଏ ଦିନରେ ଦିଲ୍ଲୀରୁ ପୁଣି ୧୦ ନୂଆ ମାମଲା ଠାବ ପରେ ଚାରିଆଡେ ଭୟ ବଢି ଯାଇଛି । ସେପଟେ ମହାରାଷ୍ଟ୍ରରେ ମଧ୍ୟ ପୁଣି ୮ ନୂଆ ସାମ୍ନାକୁ ଆସିଥିବାବେଳେ ଏଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ରାଜସ୍ଥାନ, କେରଳ ଏବଂ କର୍ଣ୍ଣାଟକରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହିତ ଦେଶବ୍ୟାପୀ ମୋଟ ମାମଲା ୧୦୦ ପାର୍ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.