ETV Bharat / bharat

ମୋଦି-ଯୋଗୀ ଭେଟଘାଟ, ସରକାର ଗଠନ ନେଇ ହେବ ଆଲୋଚନା - ମୋଦି- ଯୋଗୀ ଭୋଟଘାଟ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି (ରବିବାର) ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରମୁଖ ଭାରତୀୟ ଜନତା ପାର୍ଟି ନେତାଙ୍କ ସହ ବିଜେପି ନେତୃତ୍ବ ସହିତ ସରକାର ଗଠନ ବିଷୟରେ ଆଲୋଚନା କରିବେ । ଅଧିକ ପଢନ୍ତୁ

ଦିଲ୍ଲୀରେ ଯୋଗୀ
ଦିଲ୍ଲୀରେ ଯୋଗୀ
author img

By

Published : Mar 13, 2022, 10:26 AM IST

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପି ୪ ରାଜ୍ୟରେ ଦମଦାର ବିଜୟ ହାସଲ କରିଛି । ଉତ୍ତରପ୍ରଦେଶର ଗଡ ବଜାୟ ରଖିଛି ବିଜେପି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି (ରବିବାର) ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରମୁଖ ଭାରତୀୟ ଜନତା ପାର୍ଟି ନେତାଙ୍କ ସହ ବିଜେପି ନେତୃତ୍ବ ସହିତ ସରକାର ଗଠନ ବିଷୟରେ ଆଲୋଚନା କରିବେ ।

ସେଠାରେ ସେ ନୂଆ ସରକାର ଗଠନର ଶପଥ ଗ୍ରହଣ ତାରିଖ ବିଷୟରେ ପ୍ରମୁଖ ନୂଆ କ୍ୟାବିନେଟ ନେତାଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି । ସକାଳ ୮ଟାରୁ ଯୋଗୀ ଲକ୍ଷ୍ନୌ ହିଣ୍ଡନ ବିମାନ ବନ୍ଦରରୁ ବାହିରି ସାରିଛନ୍ତି । ପ୍ରଥମେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ପରେ ପରେ ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଦ୍ବିତୀୟ ଥର ପାଇଁ ବିଜେପି ୟୁପିରେ ବିରାଟ ବିଜୟ ହାସଲ କରିଛି । ବିଜୟ ପରେ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟ ଲକ୍ଷ୍ନୌରେ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଥିଲେ ।

୩୭ ବର୍ଷର ପରମ୍ପରା ଭାଙ୍ଗିଛନ୍ତି ଯୋଗୀ । କାରଣ ୧୯୮୫ ପରଠାରୁ ରାଜ୍ୟରେ କୌଣସି ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତାସୀନ ହୋଇନାହିଁ । ଜଣେ ସନ୍ୟାସୀରୁ ରାଜନେତା ସାଜି ଯାହା ପ୍ରମାଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଗୋରଖପୁରରୁ ନିର୍ବାଚନ ଲଢିଥିଲେ ଯୋଗୀ । ରେକର୍ଡ ସଂଖ୍ୟକ ଭୋଟରେ ଜିତିଛନ୍ତି । ୧ ଲକ୍ଷ ୩ ହଜାର ୩୯୦ ଖଣ୍ଡ ଭୋଟରେ ଜିତି ଗୋରଖପୁର ଆସନ ଦଖଲ କରିଛନ୍ତି ସେ । ଯୋଗୀଙ୍କ ବିପକ୍ଷରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କ ପତ୍ନୀ ଶୁଭାବତୀ ଶୁକ୍ଲା, ଆଜାଦ ସମାଜ ପାର୍ଟିରୁ ଚନ୍ଦ୍ରଶେଖର, ବିଏସପିରୁ ଖ୍ବାଜା ଶାମସୁଦ୍ଦିନ ଏବଂ କଂଗ୍ରେସ ପ୍ରାର୍ଥୀ ଚେତନା ପାଣ୍ଡେ ପ୍ରତିଦ୍ବନ୍ଦିତା କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.