ETV Bharat / bharat

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍

author img

By

Published : Apr 9, 2022, 6:54 AM IST

Updated : Apr 9, 2022, 11:59 AM IST

ଶନିବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(CMO)ର ଟ୍ବିଟର ଆକାଉଣ୍ଟ ହ୍ୟାକ(Twitter account hacked) । ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ହ୍ୟାକ କରିବା ପରେ ହ୍ୟାକର ଆକାଉଣ୍ଟ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରି ଏକ କାର୍ଟୁନ ଫୋଟ ରଖିଥିଲା । ହେଲେ ପୁଣି କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ପ୍ରୋଫାଇଲରେ ନିଜର ଆସିଥିଲା । ଏପରିକି ହ୍ୟାକର ଆକାଉଣ୍ଟର କୋ-ଫାଉଣ୍ଡର(co-founder) ସ୍ଥାନରେ @BoredApeYC ଲେଖିବା ସହ ୫୦ରୁ ଅଧିକ ଟ୍ବିଟ୍ କରିଥିବାର ଜଣାପଡିଛି । ତେବେ ଏନେଇ କୌଣସି ଅଧିକାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର ନିଜକୁ @BoredApeYC ଏବଂ @yugalabsର କୋ-ଫାଉଣ୍ଡର ଦର୍ଶାଇଥିଲା । ଏହି ଦୁଇଟି କମ୍ପାନୀ କ୍ରିପ୍ଟୋକରେନ୍ସି ସହ ସମ୍ବନ୍ଧିତ ଅଟେ । ଏହା ଜଣାପଡିବା ପରେ ଅଧିକାରୀମାନେ ଟ୍ବିଟର ସହ ସମ୍ପର୍କ କରିଥିଲେ । ଫଳରେ ୩୦ ମିନିଟ୍ ପରେ ପୁଣିଥରେ ଆକାଉଣ୍ଟକୁ ସୁରକ୍ଷିତ କରାଯାଇପାରିଛି । କହିରଖୁଛି କି, ୟୁପି ମୁଖ୍ୟମନ୍ତ୍ରୀ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏବେ ୪ ମିଲିୟନ ଫଲୋର୍ସ ଅଛନ୍ତି ।

ଏହାପୂର୍ବରୁ ଗତ ଫେବୃୟାରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ହ୍ୟାକର ନଡ୍ଡାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଋଷିଆ ସମର୍ଥନରେ ଟ୍ବିଟ୍ କରିଥିଲା । ନଡ୍ଡାଙ୍କ ଟ୍ବିଟରରୁ ଋଷିଆ ପାଇଁ କ୍ରିପ୍ଟୋକରେନ୍ସିଂ ଦାନ କରିବାକୁ ହ୍ୟାକର କହିବା ସହ ଋଷିଆବାସୀଙ୍କ ସହ ରହିଛୁ ବୋଲି ଲେଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2022, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.