ETV Bharat / bharat

ଦୂତୀଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଉଭୟ 100 ମିଟର ଏବଂ 200 ମିଟରରେ ବିଶ୍ବ ମାନ୍ୟତା ହାସଲ କରି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ଦୂତୀଙ୍କୁ ଶୁଭେଚ୍ଛା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

author img

By

Published : Jul 2, 2021, 11:23 AM IST

Updated : Jul 2, 2021, 11:29 AM IST

ଦୂତୀଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା
ଦୂତୀଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଦୂତୀଙ୍କୁ ଟୋକିଓ ଟିକେଟ ପରେ ଛୁଟୁଛି ଶୁଭେଚ୍ଛା ସୁଅ । ଉଭୟ 100 ମିଟର ଏବଂ 200 ମିଟରରେ ବିଶ୍ବ ମାନ୍ୟତା ହାସଲ କରି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ଦୂତୀଙ୍କୁ ଶୁଭେଚ୍ଛା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ମୁଁ ନିଶ୍ଚିନ୍ତ ଯେ ଆମ ଆଥଲେଟ ଟୋକିଓ ଅଲମ୍ପିକ 2021ରେ ଶ୍ରେଷ୍ଠ ପ୍ରର୍ଦଶନ କରିବେ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆଥଲେଟିକ୍ସରେ ଦେଶ ତଥା ରାଜ୍ୟର ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବାକୁ ପ୍ରତ୍ୟେକ ଦିନ 6ରୁ 7 ଘଣ୍ଟା ଟ୍ରାକ୍‌ରେ କଡା ଅଭ୍ୟାସ କରୁଛନ୍ତି ଦୂତୀ । ବୁଧବାର ବିଶ୍ବ ମାନ୍ୟତା ଆଧାରରେ ଉଭୟ 100 ଓ 200 ମିଟର ଦୌଡ ପ୍ରତିଯୋଗିତା ପାଇଁ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 2, 2021, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.